Six Arrested After Gunpoint House Robberies: ପାଣି ପିଇବା ବାହାନାରେ ଘରେ ପଶୁଥିଲେ, ବନ୍ଧୁକ ଦେଖାଇ କରୁଥିଲେ ଲୁଟ୍
ଝାଡ଼ଖଣ୍ଡ ଡକାୟତ ଗ୍ୟାଙ୍ଗର ୬ଜଣ ଅଭିଯୁକ୍ତ ଗିରଫ। ଭଦ୍ରକ ଜିଲ୍ଲାରେ ଘରେ ପଶି ବନ୍ଧୁକ ମୁନରେ ଲୁଟ୍ କରୁଥିବା ଏକ ବଡ଼ ଡକାୟତ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ଭଦ୍ରକ ପୋଲିସ। ଝାଡ଼ଖଣ୍ଡରୁ ଆସି ଭଦ୍ରକର ବିଭିନ୍ନ ଅଞ୍ଚଳରେ ଡକାୟତି କରୁଥିଲା ଏହି ଗ୍ୟାଙ୍ଗ। ଗ୍ୟାଙ୍ଗର ସଦସ୍ୟମାନେ ପ୍ରଥମେ ସ୍ଥାନୀୟ ଲୋକଙ୍କ ସହ ପରିଚୟ ସୃଷ୍ଟି କରୁଥିଲେ।
ବିଭିନ୍ନ ବାହାନାରେ ଘରେ ପ୍ରବେଶ କରୁଥିଲେ। କେଉଁଠି ମାଛ ଯାଆଁଳ ମାଗୁଥିଲେ ତ ଆଉ କେଉଁଠି ପାଣି ପିଇବାକୁ ମାଗୁଥିଲେ। ପାଣି ଆଣିବାକୁ ଯିବା ମାତ୍ରେ ଅନ୍ୟ ସଦସ୍ୟ ଏକାସାଙ୍ଗରେ ଘର ଭିତରକୁ ପଶି ଯାଉଥିଲେ। ଘରେ ପଶିବା ପରେ ବନ୍ଧୁକ ଦେଖାଇ ସମସ୍ତଙ୍କୁ ଅଲଗା ଅଲଗା ବନ୍ଧକ ରଖୁଥିଲେ।
ଭୟ ସୃଷ୍ଟି କରିବା ପାଇଁ ଛୋଟ ପିଲାଙ୍କ ମୁଣ୍ଡ ଉପରେ ବନ୍ଧୁକ ରଖୁଥିଲେ। ଏହି ସମୟରେ ଗ୍ୟାଙ୍ଗର ଘରର ବିଭିନ୍ନ ସ୍ଥାନରୁ ଟଙ୍କା, ସୁନା ଓ ରୁପା ଅଳଙ୍କାର ଲୁଟ୍ କରୁଥିଲେ। ଗତ ମେ’ ମାସରୁ ବର୍ତ୍ତମାନ ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲାରେ ୬ଟି ଡକାୟତି କରିଥିବା ଭଦ୍ରକ ଏସପି ମନୋଜ ରାଉତ ସୂଚନା ଦେଇଛନ୍ତି ।
ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଜଗଦଲପୁରରେ ଡକାୟତି ପରେ ଘଟଣାର ମାଷ୍ଟରମାଇଣ୍ଡ ଆଦିତ୍ୟ ରଣାକୁ ଗିରଫ କରିଥିଲା ଭଦ୍ରକ ପୋଲିସ। ଆଦିତ୍ୟଠାରୁ ମିଳିଥିବା ତଥ୍ୟ ଆଧାରରେ ପୋଲିସର ଦୁଇଟି ଟିମ୍ ଝାଡ଼ଖଣ୍ଡ ଯାଇ ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ବନ୍ଧୁକ, ଗୁଳି, ନଗଦ ଟଙ୍କା, ସୁନା, ରୁପା, କାର, ବାଇକ୍ ଓ ମୋବାଇଲ୍ ଫୋନ୍ ଜବତ ହୋଇଛି। ଗ୍ୟାଙ୍ଗର ଅନ୍ୟ ଅପରାଧ ଓ ସେମାନଙ୍କ ନେଟୱର୍କ ସମ୍ପର୍କରେ ଖୋଳତାଡ଼ ଜାରି ରହିଛି।...
ଭଦ୍ରକରେ ଝାଡ଼ଖଣ୍ଡ ଡକାୟତ ଗ୍ୟାଙ୍ଗର ପର୍ଦ୍ଦାଫାସ
ଗ୍ୟାଙ୍ଗର ୬ ଅଭିଯୁକ୍ତକୁ ଗିରଫ କଲା ଭଦ୍ରକ ପୋଲିସ
ପିଲାଙ୍କ ମୁଣ୍ଡରେ ବନ୍ଧୁକ ରଖି ସୃଷ୍ଟି କରୁଥିଲେ ଆତଙ୍କ
ମାଷ୍ଟରମାଇଣ୍ଡ ଆଦିତ୍ୟ ରଣା ଗିରଫ ପରେ ଖୋଲିଲା ଗୁମର
ଝାଡ଼ଖଣ୍ଡ ଯାଇ ଡକାୟତଙ୍କୁ ଧରିଲା ଭଦ୍ରକ ପୋଲିସ
ବନ୍ଧୁକ, ଗୁଳି ସହ ନଗଦ ଟଙ୍କା ଓ ଅଳଙ୍କାର ଜବତ
କାର୍, ବାଇକ୍ ଓ ମୋବାଇଲ୍ ଫୋନ୍ ଜବତ କଲା ପୋଲିସ
ଗ୍ୟାଙ୍ଗର ଅନ୍ୟ ଅପରାଧ ଓ ନେଟୱର୍କ ନେଇ ତଦନ୍ତ ଜାରି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।