Six Delhi Metro Stations Closed: ସିଇସିଙ୍କ ବିରୋଧରେ ଆରପାର ଲଢ଼େଇ, ସୁପ୍ରିମକୋର୍ଟ ଅଭିମୁଖେ ଯିବେ ବିରୋଧୀ

Oct 12, 2026 - 14:18
Six Delhi Metro Stations Closed: ସିଇସିଙ୍କ ବିରୋଧରେ ଆରପାର ଲଢ଼େଇ, ସୁପ୍ରିମକୋର୍ଟ ଅଭିମୁଖେ ଯିବେ ବିରୋଧୀ

ଆଜି ଦିଲ୍ଲୀରେ ଇଣ୍ଡି ମେଣ୍ଟର ବିଶାଳ ପ୍ରତିବାଦ। ସିଇସି ଜ୍ଞାନେଶ କୁମାରଙ୍କୁ ହଟାଇବା ଦାବିରେ ସୁପ୍ରିମକୋର୍ଟ ଅଭିମୁଖେ ଯାତ୍ରା କରିବାକୁ ଆହ୍ବାନ ଦେଇଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ଭିଡିଓ ଜାରି କରି ରାହୁଲ ସବୁ ଦଳ, ସାମାଜିକ ସଂଗଠନ ଓ ଯୁବକଙ୍କୁ ସାମିଲ୍ ପାଇଁ ଆହ୍ବାନ ଦେଇଛନ୍ତି। କହିଛନ୍ତି, ଜ୍ଞାନେଶ କୁମାରଙ୍କୁ ହଟାଇବା ପାଇଁ ପ୍ରଧାନ ବିଚାରପତିଙ୍କୁ ଫେରାଦ ହେବୁ। ସେହିପରି ଶନିବାରର ଆନ୍ଦୋଳନ ବେଳେ ଦିଲ୍ଲୀ ପୋଲିସର ବର୍ବରତାକୁ ସମାଲୋଚନା କରିଛନ୍ତି ରାହୁଲ। 

ଜ୍ଞାନେଶ କୁମାରଙ୍କ ବିରୋଧରେ ପ୍ରତିବାଦ ମଧ୍ୟରେ ଦିଲ୍ଲୀ ମେଟ୍ରୋର ୬ଟି ଷ୍ଟେସନ ବନ୍ଦ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଚାଲିଥିବା ପ୍ରତିବାଦ ମଧ୍ୟରେ ଦିଲ୍ଲୀ ମେଟ୍ରୋ ରେଳ ନିଗମ ଏକ ନିଷ୍ପତ୍ତି ନେଇଛି। ସୁରକ୍ଷା କାରଣରୁ ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଛଅଟି ପ୍ରମୁଖ ଦିଲ୍ଲୀ ମେଟ୍ରୋ ଷ୍ଟେସନରେ ଯାତ୍ରୀଙ୍କ ପ୍ରବେଶ ଏବଂ ପ୍ରସ୍ଥାନ ବନ୍ଦ ରହିଛି। ଏଥି ମଧ୍ୟରେ ରହିଛି ପଟେଲ ଚୌକ, ଜନପଥ, ରାଜୀବ ଚୌକ, ମଣ୍ଡି ହାଉସ, କେନ୍ଦ୍ରୀୟ ସଚିବାଳୟ ଏବଂ ବାରଖମ୍ବା ରୋଡ ମେଟ୍ରୋ ଷ୍ଟେସନ।

ତଥାପି ଯାତ୍ରୀମାନଙ୍କ ପାଇଁ ସମସ୍ତ ମେଟ୍ରୋ ଷ୍ଟେସନରେ ଇଣ୍ଟରଚେଞ୍ଜ ସୁବିଧା ମିଳିବ। ଯାତ୍ରୀମାନେ ଗୋଟିଏ ମେଟ୍ରୋ ଲାଇନରୁ ଅନ୍ୟ ଏକ ମେଟ୍ରୋ ଲାଇନକୁ ସ୍ଥାନାନ୍ତର କରିବା ପାଇଁ ଏହି ଷ୍ଟେସନଗୁଡ଼ିକୁ ବ୍ୟବହାର କରିପାରିବେ। ତେବେ ଏହି ଷ୍ଟେସନ ଗୁଡିକରେ ପ୍ରବେଶ ଓ ପ୍ରସ୍ଥାନ ସୁବିଧା ମିଳିବ ନାହିଁ।...

 ଦିଲ୍ଲୀରେ ଗର୍ଜିବ କଂଗ୍ରେସ: ୬ ମେଟ୍ରୋ ଷ୍ଟେସନ ବନ୍ଦ
ଭୋଟ୍ ଚୋରି ଅଭିଯୋଗ କରି ଆଜି ଦିଲ୍ଲୀରେ ପୁଣି କଂଗ୍ରେସର ପ୍ରତିବାଦ
ସୁପ୍ରିମକୋର୍ଟ ଅଭିମୁଖେ ପଦଯାତ୍ରା କରିବେ କଂଗ୍ରେସ ନେତା
ସୁରକ୍ଷା ଦୃଷ୍ଟିରୁ ୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
ପଟେଲ ଚୌକ, ଜନପଥ, ରାଜୀବ ଚୌକ, ମଣ୍ଡି ହାଉସ୍ ମେଟ୍ରୋ ଷ୍ଟେସନ ବନ୍ଦ
କେନ୍ଦ୍ରୀୟ ସଚିବାଳୟ ଓ ବାରାଖମ୍ଭା ରୋଡ୍ ମେଟ୍ରୋ ଷ୍ଟେସନ ବି ବନ୍ଦ
ଆଜି ଅପରାହ୍ନ ୪ଟା ଯାଏଁ ଯାତ୍ରୀଙ୍କ ପାଇଁ ପ୍ରବେଶ ଓ ପ୍ରସ୍ଥାନ କଟକଣା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।