Six-Year-Old Girl Survives Three Days Under Debris: ନେପାଳ ପ୍ରଳୟର ଛାତିଥରା ଦୃଶ୍ୟ, ମାଟିତଳୁ ଜୀବନ୍ତ ମିଳିଲା କୁନି ଝିଅ

Aug 31, 2026 - 20:11
Six-Year-Old Girl Survives Three Days Under Debris: ନେପାଳ ପ୍ରଳୟର ଛାତିଥରା ଦୃଶ୍ୟ, ମାଟିତଳୁ ଜୀବନ୍ତ ମିଳିଲା କୁନି ଝିଅ

ନେପାଳ ପ୍ରଳୟ କାହାଠୁ ଘର, କାହାଠୁ ପରିବାର ଛଡ଼ାଇ, ସବୁକିଛି ମାଟିରେ ମିଶାଇ ଦେଇଛି। ହେଲେ ମୃତ୍ୟୁର ସେହି କରାଳ ରୂପ ଭିତରେ ବି ହାରିନି ଜୀବନ। ବଞ୍ଚିଯାଇଛି ୬ ବର୍ଷର କୁନି ଝିଅ। ମାଟି ତଳେ ୩ ଦିନ ଅନ୍ଧକାରରେ ଫସିରହିଛି ସତ, ହେଲେ ଏହି ପ୍ରଳୟଙ୍କାରୀ ବନ୍ୟା ତାର ଜୀବନ ନେଇପାରିନି। ଚାରିଆଡ଼େ ମୃତ୍ୟୁର କରାଳ ଚିତ୍ର। ଯୁଆଡେ ଚାହିଁଲେ, ସିଆଡେ ପଡିଛି କୁଢ କୁଢ ଶବ। କିଏ ଭାସିଯାଉଛି, କିଏ ପୋତି ହୋଇଯାଉଛି । କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବିରାଟ ବିରାଟ ଅଟ୍ଟାଳିକା କ୍ଷଣିକରେ ମାଟିରେ ମିଶିଯାଉଛି । ମୃତ୍ୟୁର ମହାତାଣ୍ଡବ ଭିତରେ ଏ ଛୋଟ ଝିଅଟିର ଜୀବନ ସୌଭାଗ୍ୟବଶତଃ ବଞ୍ଚିଯାଇଛି। ମାଟି ଭିତରେ ଝିଅର କାନ୍ଦ ଶୁଣିବା ପରେ ତାକୁ ଉଦ୍ଧାର କରିଛି ପୋଲିସ । 

ଆପଣଙ୍କ ସାମ୍ନାରେ ଇଏ ଆଉ ଏକ ଦୁଶ୍ୟ । ଏକ ୬ ବର୍ଷର ଝିଅକୁ ମଧ୍ୟ ମାଟିତଳୁ ଉଦ୍ଧାର କରାଯାଇଛି । ମାଟି ଉପରେ ମୃତ୍ୟର ତାଣ୍ଡବ ଚାଲିଥିବା ବେଳେ ମାଟି ତଳେ ସୁରକ୍ଷିତ ଭାବେ ରହିଯାଇଥିଲା ଏହି କୁନିଝିଅ । ଆଉ କାନ୍ଦ ଶଣି ତାକୁ ଉଦ୍ଧାର କରିଛନ୍ତି ପୋଲିସ ଟିମ ।

କୁହାଯାଏ ମାଆ ସୀତା ନେପାଳର କନ୍ୟା । ଯିଏ ଦିନେ ନିଜ ସତୀତ୍ୱର ପରୀକ୍ଷା ପାଇଁ ବସୁଧା ମାଆଙ୍କ ଭିତରେ ପଶି ଯାଇଥିଲେ । ଆଉ ସେଇ ମାଟିରେ ଜନ୍ମିତ ଏହି କନ୍ୟାଙ୍କ ପାଖରେ ମାଆ ସୀତାଙ୍କ ଶକ୍ତିର କିଛି ଅଂଶ ଅଛି । ଆଉ ମାଆଙ୍କୁ ସୁରକ୍ଷିତ ଭାବେ ନିଜ ଭିତରେ ଜାଗା ଦେଇଥିବା ଏହି ବସୁଧା ମାଆ ଆଜି ପ୍ରଳୟଙ୍କାରୀ ବନ୍ୟାରୁ ବଞ୍ଚାଇବା ପାଇଁ ନିଜ ଛାତିରେ ଏହି ଛୁଆଙ୍କୁ ସୁରକ୍ଷିତ ଭାବେ ଲୁଚାଇ ରଖିଛି । 

ସେପଟେ ବନ୍ୟାର ବିଭିଷିକା ଭିତରେ ନିଜ କୁନି ଭଉଣୀକୁ ବଞ୍ଚାଇ ଆଣିଛି ଏ ଭାଇ । ବାପା ମାଆଙ୍କୁ ହରାଇ ନିଜେ ସିନା ବେସାହାରା ହେଇଯାଇଛି, ହେଲେ ନିଜ କୁନି ଭଉଣୀର ସବୁ ଦାୟିତ୍ୱ ନେବାକୁ ଯେମିତି ପଣ କରିଛି । ଏତେ କଷ୍ଟ ଏତେ ଯନ୍ତ୍ରଣାରେ ବି ନିଜ କୁନି ଭଉଣୀକୁ ପିଠିରେ ବାନ୍ଧି ନେଇଯାଉଛି ଭାଇ । ଯେତେବେଳେ ପ୍ରକୃତି ବିରୋଧରେ ମଣିଷ ଯାଏ, ସେତେବେଳେ କେମିତି ମହାପ୍ରଳୟର ସାମ୍ନା କରିବାକୁ ପଡେ ତାହାର ସ୍ପଷ୍ଟ ଚିତ୍ର ଏବେ ନେପାଳରେ । ଆଗକୁ ଆମେ ସଚେତନ ନହେଲେ ଆମ ପାଇଁ ଏ ଦିନ ବେଶ ଦୂର ନୁହେଁ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।