Skateboarding: ଘଣ୍ଟାକୁ ୧୫୧.୮୩ କିଲୋମିଟର ବେଗରେ ସ୍କେଟ୍‌ବୋର୍ଡିଂ!

Oct 17, 2026 - 06:36
Skateboarding: ଘଣ୍ଟାକୁ ୧୫୧.୮୩ କିଲୋମିଟର ବେଗରେ ସ୍କେଟ୍‌ବୋର୍ଡିଂ!

"ସାଧାରଣତଃ ସ୍କେଟ୍‌ବୋର୍ଡିଂ କହିଲେ ଆମେ ପାର୍କ କିମ୍ବା ରାସ୍ତାରେ ଖେଳାଯାଉଥିବା ଏକ ମନୋରଞ୍ଜନପୂର୍ଣ୍ଣ ଖେଳକୁ ବୁଝିଥାଉ।

କିନ୍ତୁ କାନାଡାର ଏକ ପାହାଡ଼ିଆ ରାସ୍ତାରେ ସ୍ପେନ୍‌ର ଡାଉନ୍‌ହିଲ ସ୍କେଟ୍‌ବୋର୍ଡର ଡିଏଗୋ ପୋନ୍‌ସେଟ୍‌ ସାଞ୍ଚେଜ-କୁଏଙ୍କା ଯାହା କରି ଦେଖାଇଛନ୍ତି, ତାହା ସମସ୍ତଙ୍କୁ ଚକିତ କରିଦେଇଛି।

ଗତ ସେପ୍ଟେମ୍ବର ୨୨ ତାରିଖରେ କାନାଡାର କୁଏବେକସ୍ଥିତ ଏକ ଗଡ଼ାଣିଆ ରାସ୍ତାରେ ଡିଏଗୋ ଘଣ୍ଟାପ୍ରତି ୧୫୧.୮୩ କିଲୋମିଟର ବେଗରେ ସ୍କେଟ୍‌ବୋର୍ଡ ଚଲାଇ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି।Advertisment College union election: ସୁକିନ୍ଦା କଲେଜ ନିର୍ବାଚନ ବନ୍ଦ୍ ପଛରେ ଛାତ୍ରନେତାଙ୍କ ଉଦାସୀନତା ଡିଏଗୋ ନିଜର ବନ୍ଧୁ ପିଟର କୋନୋଲିଙ୍କ ନାମରେ ଥିବା ଘଣ୍ଟାପ୍ରତି ୧୪୬.୭୩ କିମିର ପୁରୁଣା ରେକର୍ଡକୁ ଭାଙ୍ଗିଛନ୍ତି।

ଏହି ବେଗ ଏକ ସାମୁଦ୍ରିକ ବାତ୍ୟାର ବେଗ ସହ ସମାନ।

ଏହି ଭଳି ବିପଜ୍ଜନକ ଓ ଅସାଧାରଣ ବେଗରେ ସ୍କେଟ୍‌ବୋର୍ଡିଂ କରିବା ପାଇଁ ଡିଏଗୋ କେତେକ ବିଶେଷଜ୍ଞଙ୍କ ସାହାଯ୍ୟ ନେଇଥିଲେ।

ସେ ପବନର ପ୍ରତିରୋଧକୁ କମାଇବା ପାଇଁ ସ୍ୱତନ୍ତ୍ର ଏରୋଡାଇନାମିକ୍‌ ସୁଟ୍ ପିନ୍ଧିଥିଲେ।

ସ୍କେଟ୍‌ବୋର୍ଡ ଉପରେ କାର୍ବନ-ଫାଇବର ତିଆରି ଏକ ଆବରଣ ଲଗାଯାଇଥିଲା, ଯାହା ପବନକୁ ଗୋଡ଼ ଚାରିପାଖରେ ନିୟନ୍ତ୍ରିତ କରି ସ୍ଥିରତା ପ୍ରଦାନ କରିଥିଲା।

ସେହିଦିନ ଡିଏଗୋ ମୋଟ ୭ ଥର ରେକର୍ଡ ଭାଙ୍ଗିବାର ଉଦ୍ୟମ କରିଥିଲେ।

ଚତୁର୍ଥ ପ୍ରଚେଷ୍ଟାରେ ପୁରୁଣା ରେକର୍ଡକୁ ଭାଙ୍ଗିଥିଲେ।

ତାଙ୍କର ଲକ୍ଷ୍ୟ ଥିଲା ଘଣ୍ଟା ପ୍ରତି ୧୫୦ କିମିରୁ ଅଧିକ ବେଗ ହାସଲ କରିବା।

ଅପରାହ୍‌ଣରେ ପବନର ଦିଗ ଅନୁକୂଳ ହେବା ପରେ ସେ ସର୍ବୋଚ୍ଚ ଘଣ୍ଟାପ୍ରତି ୧୫୧.୮୩ କିମି ବେଗ ଛୁଇଁ ଗିନିସ୍‌ ରେକର୍ଡସରେ ନିଜ ନାମ ଦାଖଲ କରିଥିଲେ।

Horoscope 2026 October 17: ଜାଣନ୍ତୁ ଆଜିର ରାଶିଫଳ..."

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।