Skeleton found: ନଦୀ ପଠାରୁ ମିଳିଲା ମଣିଷ କଙ୍କାଳ; ପୁଲିସକୁ ଅଟକ ରଖିଲେ ଉତ୍ୟକ୍ତ ଲୋକ

Nov 02, 2026 - 13:25
Skeleton found: ନଦୀ ପଠାରୁ ମିଳିଲା ମଣିଷ କଙ୍କାଳ;  ପୁଲିସକୁ ଅଟକ ରଖିଲେ ଉତ୍ୟକ୍ତ ଲୋକ

ବିଂଝାରପୁର : ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଆଉଁରୀ ପଞ୍ଚାୟତ ମାଟିଆକଣ ଗାଁରେ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି।

ଗାଁ ନିକଟଦେଇ ଯାଇଥିବା ଜୁଣେଇ ନଦୀ ପଠାକୁ ଲାଗି ଏକ ବଣରେ ମଣିଷର ହାଡ଼କଙ୍କାଳ ମିଳିଛି।

ଏହି ଖବର ଜଣାପଡିବା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ଖବର ପାଇ ଅଳକୁଣ୍ଡ ପୁଲିସ ଘଟଣ‌ାସ୍ଥଳରେ ପହଞ୍ଚିଥିବା ବେଳେ ଉତ୍ୟକ୍ତ ଲୋକ ପୁଲିସକୁ ଅଟକ ରଖିଛନ୍ତି।

Advertisment ରମେଶକୁ ହତ୍ୟା କରିଥିବା ଅଭିଯୋଗ ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗାଁର ରାକେଶ ମଲିକ(୨୨) ଓରଫ ଗୁଲୁ ଦୀର୍ଘ ୪ମାସ ହେଲା ନିଖୋଜ ଥିଲେ।

ପରିବାର ପକ୍ଷରୁ ଅଳକୁଣ୍ଡ ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୁଲିସ ଘଟଣାକୁ ଗୁରୁତ୍ୱ ନଦେଇ ଚାପିଦେଇଥିଲା।

ଏବେ ମିଳିଥିବା କଙ୍କାଳର ପୋଷାକ, ବେଲ୍ଟ ଓ ଜୋତାକୁ ଆଧାର କରି ଏହି କଙ୍କାଳ ରମେଶର ବୋଲି ଗ୍ରାମବାସୀ ଓ ପରିବାର ଲୋକେ ଦାବି କରିବା ସହ ପୁଲିସର ନିଷ୍କ୍ରିୟତା ଯୋଗୁଁ କେହି ରମେଶକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି।

ତେବେ ଫରେନସିକ୍ ଯାଞ୍ଚ ଓ ଅନ୍ୟାନ୍ୟ ତଦନ୍ତ ପରେ ହିଁ ଘଟଣାର ପ୍ରକୃତ ରହସ୍ୟ ସାମ୍ନାକୁ ଆସିବ।

ପଞ୍ଜାବରେ ଆପ୍‌କୁ ବଡ଼ ଝଟ୍‌କା; ବିଜେପିରେ ମିଶିଲେ ୩ ବିଧାୟକ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।