Twin Sisters: ଗୋଟିଏ ମୁଣ୍ଡ ଦୁଇଟି ଶରୀର: ସଂଘର୍ଷକୁ ସାଥୀ କରି ଆଗକୁ ବଢ଼ୁଛନ୍ତି ଯମଜ ଭଉଣୀ
ଫିଲିପାଇନ୍ସ : ଜନ୍ମରୁ ମୁଣ୍ଡ ପରସ୍ପର ସହ ଯୋଡ଼ି ହୋଇଛି।
ଜୀବନର ପ୍ରତିଟି ପାଦରେ ରହିଛି ଅନେକ ଆହ୍ୱାନ।
ତଥାପି ହାର ମାନିନାହାନ୍ତି ଦୁହେଁ।
ସଂଘର୍ଷକୁ ସାଥୀ କରି ଆଗକୁ ବଢ଼ୁଛନ୍ତି, ପାଠପଢ଼ା ଜାରି ରଖିଛନ୍ତି।
ଏହା ହେଉଛି ଫିଲିପାଇନ୍ସର ଯମଜ ଭଉଣୀ ଜୟ ଓ ଜୟସ୍ ମ୍ୟାଗସିନୋଙ୍କ ଜୀବନ କାହାଣୀ।
ନିକଟରେ ଉଭୟ ୧୮ ବର୍ଷ ବୟସରେ ପହଞ୍ଚିଛନ୍ତି।
ସେମାନଙ୍କ ଏହି ଜୀବନଯାତ୍ରା କେବଳ ପରିବାର ପାଇଁ ନୁହେଁ, ସୋସିଆଲ ମିଡିଆରେ ମଧ୍ୟ ଅନେକଙ୍କ ପାଇଁ ଚର୍ଚ୍ଚା ଓ ଆକର୍ଷଣର ବିଷୟ ପାଲଟିଛି।
Advertisment ଜୟ ଓ ଜୟସ୍ଙ୍କ ଜନ୍ମ ଏକ ବିରଳ ଜନ୍ମଜାତ ଅବସ୍ଥା ସହ ହୋଇଥିଲା।
ଚିକିତ୍ସା ବିଜ୍ଞାନରେ ଏହାକୁ 'କ୍ରାନିଓପାଗସ୍' (Craniopagus) କୁହାଯାଏ।
ଏହି ଅବସ୍ଥାରେ ଯମଜ ଶିଶୁଙ୍କ ଖପୁରିର କିଛି ଅଂଶ ପରସ୍ପର ସହ ଯୋଡ଼ି ହୋଇ ରହିଥାଏ।
ଏହା ଅତ୍ୟନ୍ତ ବିରଳ ଏବଂ ଜଟିଳ ଚିକିତ୍ସାଗତ ସ୍ଥିତି।
ଏଭଳି ଶିଶୁଙ୍କ ଜୀବନରେ ଦୈନନ୍ଦିନ କାର୍ଯ୍ୟଠାରୁ ଆରମ୍ଭ କରି ଶିକ୍ଷା ଓ ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ଅନେକ ଆହ୍ୱାନ ଦେଖାଦେଇଥାଏ।
ସଂଘର୍ଷ ଭିତରେ ଶିକ୍ଷା ପ୍ରତି ଆଗ୍ରହ ଜୀବନରେ ଅନେକ ସୀମାବଦ୍ଧତା ଥିଲେ ମଧ୍ୟ ଜୟ ଓ ଜୟସ୍ ପାଠପଢ଼ାରୁ ଦୂରେଇ ଯାଇନାହାନ୍ତି।
ଅନ୍ୟ ପିଲାଙ୍କ ଭଳି ସେମାନେ ମଧ୍ୟ ଶିକ୍ଷା ଗ୍ରହଣ କରିବା ଏବଂ ଭବିଷ୍ୟତ ପାଇଁ ସ୍ୱପ୍ନ ଦେଖିବା ଜାରି ରଖିଛନ୍ତି।
ସେମାନଙ୍କ ପାଇଁ ପାଠପଢ଼ା କେବଳ ଶିକ୍ଷାଗ୍ରହଣର ଏକ ମାଧ୍ୟମ ନୁହେଁ, ବରଂ ନିଜ ସାମର୍ଥ୍ୟକୁ ପ୍ରମାଣ କରିବାର ଏକ ସୁଯୋଗ।
ଅନେକ ଆହ୍ୱାନ ସତ୍ତ୍ୱେ ଶିକ୍ଷା ପ୍ରତି ସେମାନଙ୍କ ଆଗ୍ରହ ଅନ୍ୟମାନଙ୍କୁ ପ୍ରେରଣା ଦେଉଛି।
ସାଧାରଣତଃ ୧୮ ବର୍ଷ ବୟସ ଜୀବନର ଏକ ନୂଆ ଅଧ୍ୟାୟର ଆରମ୍ଭ।
କିନ୍ତୁ ଜୟ ଓ ଜୟସ୍ଙ୍କ ପାଇଁ ଏହି ବୟସର ଗୁରୁତ୍ୱ ଆହୁରି ଅଧିକ।
କାରଣ ଜୀବନର ପ୍ରଥମ ଦିନରୁ ହିଁ ସେମାନେ ଏକାଠି ଅନେକ ଆହ୍ୱାନର ସାମ୍ନା କରି ଆସିଛନ୍ତି।
ଏହି ୧୮ ବର୍ଷର ଯାତ୍ରା ସେମାନଙ୍କ ପରିବାର ପାଇଁ ଖୁସି, ଆଶା ଓ ସନ୍ତୋଷର ଏକ ବିଶେଷ ଅବସର।
ଜୟ ଓ ଜୟସ୍ଙ୍କ ଜୀବନ କାହାଣୀ ଏବେ ସାମାଜିକ ଗଣମାଧ୍ୟମରେ ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି।
ସେମାନଙ୍କ ଜୀବନଶୈଳୀ, ପରସ୍ପର ମଧ୍ୟରେ ଥିବା ସମ୍ପର୍କ ଏବଂ ପାଠପଢ଼ା ଜାରି ରଖିବାର ମନୋଭାବକୁ ଅନେକେ ପ୍ରଶଂସା କରୁଛନ୍ତି।
Electricity generation: ବଢ଼ିବ ସୌର ସେଲ୍ର ବିଜୁଳି ଉତ୍ପାଦକତା ଜୟ ଓ ଜୟସ୍ଙ୍କ କାହାଣୀ ଆମକୁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଉଛି।
ଶାରୀରିକ ସ୍ଥିତି ଯାହା ବି ହେଉ, ପ୍ରତ୍ୟେକଙ୍କୁ ନିଜ ସ୍ୱପ୍ନ ପୂରଣ କରିବାର ସମାନ ସୁଯୋଗ ମିଳିବା ଦରକାର।
ଉପଯୁକ୍ତ ଚିକିତ୍ସା, ଶିକ୍ଷା ଓ ପରିବାର ସହ ସମାଜର ସହଯୋଗ ମିଳିଲେ ଏଭଳି ବ୍ୟକ୍ତିମାନେ ମଧ୍ୟ ନିଜ ଜୀବନକୁ ନିଜ ଇଚ୍ଛା ଅନୁସାରେ ଆଗକୁ ନେଇପାରିବେ।
ଦୁଇ ଭଉଣୀଙ୍କ ୧୮ ବର୍ଷର ଯାତ୍ରା ଏହି ଆଶାକୁ ଆହୁରି ଦୃଢ଼ କରୁଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।