Slab collapse: ନିର୍ମାଣାଧୀନ କୋଠାରୁ ଖସିଲା ସ୍ଲାବ, ୧୦ ଶ୍ରମିକ ଫସିଥିବା ଆଶଙ୍କା
"ଗାନ୍ଧୀନଗର: ଗୁରାଜଟର ଗାନ୍ଧୀନଗରରେ ବୁଧବାର ସନ୍ଧ୍ୟାରେ ନିର୍ମାଣାଧୀନ କୋଟାର ଏକ ସ୍ଲାବ ଖସିବାରୁ ଏକ ବଡ଼ ଦୁର୍ଘଟଣା ଘଟିଛି।
ଗାନ୍ଧୀନଗରର କୁଡାସନ ଅଞ୍ଚଳରୁ ଏହି ଖବର ଆସିଛି, ଯେଉଁଠାରେ ଏକ ନିର୍ମାଣାଧୀନ କୋଠାର ଅଂଶ ଅଚାନକ ତଳକୁ ଖସିପଡ଼ିଥିଲା।
୧୦ରୁ ୧୫ ଜଣ ଶ୍ରମିକ ଚାପି ହୋଇଯାଇଥିବା ଆଶା କରାଯାଉଛି।
ଏହି ଅଘଟଣ ପରେ ଘଟଣାସ୍ଥଳରେ ଉତ୍ତେଜନା ସହିତ ଲୋକେ ଭୟଭୀତ ହୋଇଛନ୍ତି।
Advertisment ସୂଚନା ପାଇଁ ଅଗ୍ନିଶମ ବାହିନୀ ଏବଂ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି।
ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।