Sleeping Woman Crushed: ରାତିରେ ଶୋଇଥିବା ବେଳେ ଭୁଶୁଡ଼ିଲା କାନ୍ଥ, ଚାପି ହୋଇ ପ୍ରାଣ ହରାଇଲେ ବୃଦ୍ଧା

Sep 25, 2026 - 17:19
Sleeping Woman Crushed: ରାତିରେ ଶୋଇଥିବା ବେଳେ ଭୁଶୁଡ଼ିଲା କାନ୍ଥ, ଚାପି ହୋଇ ପ୍ରାଣ ହରାଇଲେ ବୃଦ୍ଧା

ଗଞ୍ଜାମ ବେଲଗୁଣ୍ଠା ଥାନା ଉଢୁରା ଗାଁରେ ଅଭାବନୀୟ ଘଟଣା। କାନ୍ଥ ଭୁଶୁଡି ୮୦ ବର୍ଷୀୟ ବୃଦ୍ଧା ହେମ ନାଇକଙ୍କ ମୃତ୍ୟୁ ହୋଇଛି। ରାତିରେ ଶୋଇଥିବା ସମୟରେ ଘର କାନ୍ଥ ମାଡିବସିବାରୁ କାନ୍ଥ ତଳେ ଚାପି ହୋଇଯାଇଥିଲେ ବୃଦ୍ଧା। ପରିବାର ଲୋକେ ତାଙ୍କୁ ମାଟି ତଳୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। 

ଗଞ୍ଜାମ ଜିଲ୍ଲାରେ ୪ଦିନ ହେଲା ଲଗାଣ ବର୍ଷା ଲାଗି ରହିଛି। ଏହା ଫଳରେ ଗଞ୍ଜାମ ଦେଇ ପ୍ରବାହିତ ହୋଇଥିବା ଋଷିକୁଲ୍ୟା, ବଡ଼ନଦୀ, ବାଘୁଆ ଓ ଘୋଡ଼ା ହାଡ଼ ନଦୀରେ ଜଳ ସ୍ତର ବଢିଛି। ବ୍ରାହ୍ମଣ ଛାଇ ନିକଟରେ ଯାଇଥିବା ବାଘୁଆ ନଇ ହିଡରେ ସୃଷ୍ଟି ହୋଇଛି ଘାଇ। ଫଳରେ ବ୍ରାହ୍ମଣ ଛାଇ ଗ୍ରାମ ନିକଟ ପର୍ଯ୍ୟନ୍ତ ପାଣି ମାଡ଼ି ଆସିଲାଣି। ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବିଶେଷ କରି ଋଷିକୁଲ୍ୟା ନଦୀରେ ବିପଦ ସଙ୍କେତ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଉପରମୁଣ୍ଡରେ ବର୍ଷା ଫଳରେ ଜଳ ସ୍ତର ବଢୁଥିବା ବେଳେ ଶେରଗଡ଼ ବ୍ଳକ ବ୍ରାହ୍ମଣ ଛାଇ ଗ୍ରାମ ଲୋକେ ରାତି ଅନିଦ୍ରା ରହି ଗାଁ ରେ ପାଳି କରି ଜଗି ରହିଛନ୍ତି । .... 

ବିପଦ ସଙ୍କେତ ନିକଟରେ ଋଷିକୁଲ୍ୟା ଜଳସ୍ତର। ଗଞ୍ଜାମରେ ଲାଗିରହିଥିବା ଲଗାଣ ବର୍ଷାର ପ୍ରଭାବରେ ଧୀରେ ଧୀରେ ଫୁଲୁଛି ଋଷିକୁଲ୍ୟା। ଶାଖା ନଦୀଗୁଡ଼ିକରେ ଜଳସ୍ତର ବଢ଼ିବାରୁ ନଦୀର ଜଳସ୍ତର ସତର୍କ ସଂକେତ ଅତିକ୍ରମ କରିଛି। ପୁରୁଷୋତ୍ତମପୁରଠାରେ ବିପଦ ସଙ୍କେତ ନିକଟରେ ରହିଛି ଋଷିକୁଲ୍ୟା। ବିପଦ ସଙ୍କେତ ୧୬.୮୩୫ ମିଟର ରହିଥିବା ବେଳେ, ଏବେ ଜଳସ୍ତର ୧୬.୫୧୦ ମିଟର ରହିଛି। ଜଳସ୍ତର ବଢ଼ୁଥିବାରୁ ନଦୀକୂଳିଆ ଗାଁଗୁଡ଼ିକରେ ଭୟ ବଢ଼ିଛି। ...

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।