06 SEPTEMBER 2026

Welcome!

Unlock your personalized experience.
Sign Up

Sluice gate: ଭୋଗରାଇରେ ଭାଙ୍ଗିଲା ସ୍ଲୁଇସ୍‌ ଗେଟ୍‌: ୩ ପଞ୍ଚାୟତରେ ପଶିଲା ପାଣି

Sep 04, 2026 - 05:57
Sluice gate: ଭୋଗରାଇରେ ଭାଙ୍ଗିଲା ସ୍ଲୁଇସ୍‌ ଗେଟ୍‌: ୩ ପଞ୍ଚାୟତରେ ପଶିଲା ପାଣି

ବାଲେଶ୍ୱର: ବାଲେଶ୍ବରକୁ କନ୍ଦାଉଛି ବନ୍ୟା। ସୁବର୍ଣ୍ଣରେଖାରେ ଚଳିତ ବର୍ଷର ତୃତୀୟ ଓ ଜଳକାର ସପ୍ତମ ବନ୍ୟା ସହ ବୁଢ଼ାବଳଙ୍ଗ ବନ୍ୟା ବାଲେଶ୍ୱର ଜିଲ୍ଲାରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ବାଲିଆପାଳ, ଭୋଗରାଇ, ଜଳେଶ୍ୱର, ବସ୍ତା ଓ ରେମୁଣା ବ୍ଲକ୍‌ର ବହୁ ଅଞ୍ଚଳରେ ଦୁର୍ଦ୍ଦଶା ବଢ଼ିଛି। ଜିଲ୍ଲା ପ୍ରଶାସନର ତଥ୍ୟ ଅନୁଯାୟୀ, ୫ଟି ବ୍ଲକ୍‌ର ୪୧ଟି ପଞ୍ଚାୟତ ଅନ୍ତର୍ଗତ ୨୩୨ଟି ଗ୍ରାମ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି। ପ୍ରାୟ ୧ ଲକ୍ଷ ୯୦ ହଜାର ୯୭୪ ଲୋକ ପ୍ରଭାବିତ ହୋଇଥିବାବେଳେ ୫୨ ହଜାର ୩୯୩ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

Education: ଜର୍ଜରିତ ଅବସ୍ଥାରେ ନନ୍ଦିନୀଗୁଡ଼ା ବିଦ୍ୟାଳୟ ଓ ଛାତ୍ରାବାସ

ବାଲିଆପାଳ ବ୍ଲକ୍‌ର ୨୪ଟି ଗ୍ରାମ ସମ୍ପୂର୍ଣ୍ଣ ଜଳଘେରରେ ରହିଥିବାବେଳେ ୮୯ଟି ଗ୍ରାମ ଆଂଶିକ ପ୍ରଭାବିତ ହୋଇଛି। ଭୋଗରାଇରେ ୧୪ଟି ଗ୍ରାମ ସମ୍ପୂର୍ଣ୍ଣ ଓ ୪୨ଟି ଗ୍ରାମ ଆଂଶିକ ପାଣିଘେରରେ ରହିଛି। ବସ୍ତାର ୬ଟି ଓ ରେମୁଣାର ୪୨ଟି ଗ୍ରାମରେ ବନ୍ୟାର ପ୍ରଭାବ ପଡ଼ିଛି। ବାଲିଆପାଳରେ ୨୦ରୁ ଅଧିକ ପ୍ରମୁଖ ସଡ଼କ ବୁଡ଼ିଯିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ୧୦ରୁ ଅଧିକ ପଞ୍ଚାୟତର ନଳକୂଅ ଓ ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ପାଣିରେ ବୁଡ଼ିଥିବାରୁ ପାନୀୟଜଳ ସଂକଟ ଦେଖାଦେଇଛି। ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ପକ୍ଷରୁ ବୋତଲ ପାଣି ବଣ୍ଟନ କରାଯାଉଥିଲେ ମଧ୍ୟ ତାହା ଯଥେଷ୍ଟ ନୁହେଁ ବୋଲି ସ୍ଥାନୀୟ ଲୋକ କହିଛନ୍ତି।
ଭୋଗରାଇ ବ୍ଲକ୍‌ର ଭୁଆବନ୍ଧରେ ଥିବା ପ୍ରାୟ ୨୦୦ ବର୍ଷ ପୁରୁଣା ୭ ନମ୍ବର ସ୍ଲୁଇସ୍‌ ଗେଟ୍‌ ବିଳମ୍ବିତ ରାତି ପ୍ରାୟ ୩ଟାରେ ଭାଙ୍ଗିଯାଇଥିଲା।

ଶାଶୂ ଓ ପୁଅଙ୍କୁ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ମହିଳା
ମାଛ ଧରିବା ବେଳେ ଯୁବକଙ୍କ ଜୀବନ ଗଲା

ଫଳରେ ଟୁକୁରିହାଜିରା, ପସରବିନ୍ଧା ଓ ନିଜାମପୁର ପଞ୍ଚାୟତରେ ପ୍ରାୟ ୬ ଘଣ୍ଟା ଧରି ବନ୍ୟାଜଳ ପ୍ରବେଶ କରିଥିଲା। ପରେ ଜଳସମ୍ପଦ ବିଭାଗ ଲୁହାଗେଟ୍‌, ଗଛଡାଳ ଓ ବାଲିବସ୍ତା ବ୍ୟବହାର କରି ଅସ୍ଥାୟୀ ମରାମତି କରିଥିଲା। ଡଙ୍ଗାରୁ ଖସିପଡ଼ିଥିବା ପୁଅ ଓ ଶାଶୂଙ୍କୁ ବଞ୍ଚାଇବାକୁ ଯାଇ ଭୋଗରାଇ ବ୍ଲକ୍‌ କୁଳିଦା ଗ୍ରାମର ସୁମତି ଜେନା (୩୧) ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ସେହିପରି କମର୍ଦ୍ଦା ଥାନା ଅନ୍ତର୍ଗତ ନାଚିନ୍ଦା ଗ୍ରାମର ସନ୍ନ୍ୟାସୀ ରାଜ ବନ୍ୟାପାଣିରେ ଜାଲ ବାନ୍ଧିବା ସମୟରେ ବୁଡ଼ିଯାଇଥିଲେ। ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ କହିଛନ୍ତି, କ୍ଷୟକ୍ଷତି ଆକଳନ କାର୍ଯ୍ୟ ଜାରି ରହିଛି ଏବଂ ନିୟମ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ। ବାଲିଆପାଳ ଓ ଭୋଗରାଇର ପ୍ରଭାବିତ ଅଞ୍ଚଳରୁ ପାଣି ସମ୍ପୂର୍ଣ୍ଣ ନିଷ୍କାସନ ହେବାକୁ ଆଉ ୩ରୁ ୪ ଦିନ ଲାଗିପାରେ। 

Indrabati Dam: ଇନ୍ଦ୍ରାବତୀ ଗେଟ୍ ଖୋଲିବା ପାଇଁ ମକଡ୍ରିଲ

ଉଲ୍ଲେଖଥାଉକି ରାଜଘାଟଠାରେ ସୁବର୍ଣ୍ଣରେଖାର ସତର୍କ ସଙ୍କେତ ୯.୪୫ ମିଟର ଓ ବିପଦ ସଙ୍କେତ ୧୦.୩୬ ମିଟର ଥିବାବେଳେ ସକାଳ ୭ଟାରେ ଜଳସ୍ତର ୧୧.୬୮ ମିଟରରେ ପହଞ୍ଚିଥିଲା। ତେବେ ଅପରାହ୍ଣ ୪ଟା ସୁଦ୍ଧା ଏହା ୧୦.୩୫ ମିଟରକୁ ଖସିଥିଲା। ସେହିପରି ମଥାନୀଠାରେ ଜଳକାର ଜଳସ୍ତର ସତର୍କ ସଙ୍କେତ ୬.୨୮ ମିଟର ଉପରେ ଥିବାବେଳେ ଗୋବିନ୍ଦପୁରଠାରେ ବୁଢ଼ାବଳଙ୍ଗର ଜଳସ୍ତର ସତର୍କ ସଙ୍କେତ ୫.୬୮ ମିଟର ତଳେ ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।