Smriti Mandhana: ସ୍ମୃତିଙ୍କ ଯୁଗ ଆରମ୍ଭ: ଶୁକ୍ରବାର ଭାରତ-ଜିମ୍ବାୱେ ପ୍ରଥମ ଟ୍ବେଣ୍ଟି-୨୦
"ରାୟପୁର: ଜିମ୍ବାୱେ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ଭାରତର ନୂଆ ଅଧିନାୟିକା ସ୍ମୃତି ମନ୍ଧାନାଙ୍କ ଯୁଗ ଆରମ୍ଭ ହେବ।
ଉଭୟ ଦେଶ ମଧ୍ୟରେ ପ୍ରଥମ ଥର ଖେଳାଯାଉଥିବା ଏହି ଦ୍ବିପାକ୍ଷିକ ଶୃଙ୍ଖଳାର ଶୁକ୍ରବାରଠୁ ରାୟପୁରରେ ଖେଳାଯିବ।
ଏସୀୟ ସ୍ତରରେ ପ୍ରାଧାନ୍ୟ ବିସ୍ତାର କରିଥିବା ଭାରତକୁ ଅନ୍ତର୍ଜାତୀୟ କ୍ରିକେଟ୍ (ଟ୍ବେଣ୍ଟି-୨୦)ରେ ଆହୁରି ଆଗକୁ ବଢ଼ିବାର ରହିଛି।
ଏସୀୟ କ୍ରୀଡ଼ାରେ ବିଜେତା ହୋଇଥିଲେ ମଧ୍ୟ ଲଗାତାର ଟ୍ବେଣ୍ଟି-୨୦ ବିଶ୍ବକପ୍ରୁ ବିଦାୟ ନେବା ଦଳର ଦୁର୍ବଳତାକୁ ପଦାରେ ପକାଇଛି।
ଅଷ୍ଟ୍ରେଲିଆ ଭଳି ଦୃଢ଼ ଦଳକୁ ଚ୍ୟାଲେଞ୍ଜ ଦେବାକୁ ହେଲେ ଭାରତକୁ ୩ଟି ଯାକ ବିଭାଗ ବ୍ୟାଟିଂ, ଫିଲ୍ଡିଂ ଓ ବୋଲିଂରେ ଉନ୍ନତି କରିବାକୁ ପଡ଼ିବ।Advertisment ଗତ ବର୍ଷ ନିଜ ଦେଶରେ ଆୟୋଜିତ ମହିଳା ଦିନିକିଆ ବିଶ୍ବକପ୍ ଜିତିଥିଲା ଭାରତ।
ହେଲେ ଆସନ୍ତା ବର୍ଷ ଘରୋଇ ମାଟିରେ ହେବାକୁଥିବା ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫି ଜିତିବା ଭାରତ ପାଇଁ ଆହ୍ବାନଭରା ହୋଇପାରେ।
ବ୍ୟାଟିଂରେ ସ୍ମୃତି ଓ ଶେଫାଳି ଭଲ ଆରମ୍ଭ ଦେଉଥିଲା ବେଳେ ମଧ୍ୟଭାଗ ବ୍ୟାଟର୍ ଏହାକୁ ବଜାୟ ରଖିବାରେ ସଂଘର୍ଷ କରୁଛନ୍ତି।
ଭାରତକୁ ଅଧିକ ପାୱାର ହିଟର ଆବଶ୍ୟକ ତୃତୀୟ ସ୍ଥାନ ନେଇ ଅନିଶ୍ଚିତତା ଜାରି ଥିଲା ବେଳେ ପୂର୍ବତନ ଅଧିନାୟିକା ହରମନ୍ପ୍ରୀତ କୌରଙ୍କ ଫର୍ମ ଚିନ୍ତା ବଢ଼ାଉଛି।
ରିଚା ଘୋଷଙ୍କୁ ସହଯୋଗ କରିବାକୁ ନିମ୍ନ କ୍ରମରେ ଭାରତକୁ ଅଧିକ ପାୱାର ହିଟର ଆବଶ୍ୟକ ରହିଛି।
ଜିମ୍ବାୱେ ଶୃଙ୍ଖଳାରେ ଭାରତକୁ ଫିଲ୍ଡିଂରେ ଆହୁରି ଉନ୍ନତି କରିବାକୁ ପଡ଼ିବ।
ଦ୍ରୁତ ବୋଲିଂରେ ନନ୍ଦିନୀ ଶର୍ମା ଏବଂ ସ୍ପିନ୍ରେ ଶ୍ରୀ ଚରଣୀ ଓ ଦୀପ୍ତି ଶର୍ମାଙ୍କୁ ନେଇ ଦଳ ଦୃଢ଼ ରହିଛି।
Roger Federer: ଫେଡେରର୍ ୧୬ ବର୍ଷ ବୟସ ଯାଏ ଶାକାହାରୀ ଥିଲେ ଅନ୍ୟପକ୍ଷରେ ପ୍ରଥମ ଥର ଦ୍ବିପାକ୍ଷିକ ଶୃଙ୍ଖଳା ଖେଳିବାକୁ ଭାରତ ଗସ୍ତରେ ଆସିଥିବା ଜିମ୍ବାୱେ ଗତ ମାସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିିକିଆ ଶୃଙ୍ଖଳା ୧-୨ରେ ହାରିଥିଲେ ମଧ୍ୟ ଗୋଟିଏ ମ୍ୟାଚ୍ ଜିତିଛି ମନୋବଳକୁ ଦୃଢ଼ ରଖିଛି।
ଯୋଶେଫିନେ ଏନ୍କୋମୋଙ୍କ ନେତୃତ୍ବାଧୀନ ଜିମ୍ବାୱେ ଟ୍ବେଣ୍ଟି-୨୦ ଶୃଙ୍ଖଳା ରାୟପୁରରେ ଖେଳିବା ପରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ୨୩ରୁ ବଡ଼ଦୋରାରେ ଖେଳିବ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।