Elon Musk: ୟୁକ୍ରେନରେ ଷ୍ଟାରଲିଙ୍କ ଇଣ୍ଟରନେଟ୍ ଉପରେ ରୋକ ​​ଲଗାଇଲେ ମସ୍କ

Oct 15, 2026 - 12:15
Elon Musk: ୟୁକ୍ରେନରେ ଷ୍ଟାରଲିଙ୍କ ଇଣ୍ଟରନେଟ୍ ଉପରେ ରୋକ ​​ଲଗାଇଲେ ମସ୍କ

"କିଭ୍/ୱାସିଂଟନ: ୟୁକ୍ରେନ୍ ରିପୋର୍ଟ କରିଛି ଯେ, ଏଲନ ମସ୍କଙ୍କ କମ୍ପାନି ଷ୍ଟାରଲିଙ୍କ ହଠାତ୍ ଇଣ୍ଟରନେଟ୍ ସଂଯୋଗ ଉପରେ ପ୍ରତିବନ୍ଧକ ଲଗାଇଛି।

ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷରୁ ଡିଜେଲ କିଣିବେ ବୋଲି ଘୋଷଣା କରିବା ପରେ ଷ୍ଟାରଲିଙ୍କ ଇଣ୍ଟରନେଟ୍ ସଂଯୋଗ ଅବରୋଧ କରାଯାଇଥିଲା।

ମସ୍କଙ୍କ ପକ୍ଷରୁ ଇଣ୍ଟରନେଟ୍‌ର ଗତିକୁ କମାଇ ଦିଆଯାଇଛି।

ରୁଷ ଏବଂ ୟୁକ୍ରେନ୍ "ଶକ୍ତି ଅସ୍ତ୍ରବିରାମ" ପାଇଁ ସହମତ ହେବା ପରେ ଏଭଳି କରାଯାଇଛି।Advertisment ଆମେରିକୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ରୁଷ ପକ୍ଷରୁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣ କରାଯିବା ନେଇ ଚେତାବନୀ ମଧ୍ୟ ଜାରି କରିଛନ୍ତି।

ରିପୋର୍ଟ ଅନୁଯାୟୀ ଇଣ୍ଟରନେଟ୍ ଗତି ହ୍ରାସ ହେବା ଯୋଗୁଁ ଆକ୍ରମଣ ମିଶନରେ ୟୁକ୍ରେନ୍ ଡ୍ରୋନ୍‌କୁ ନିୟନ୍ତ୍ରଣ କରିବା ଏବଂ ରୁଷ ଡ୍ରୋନ୍‌କୁ ଅଟକାଇବା ପାଇଁ ବ୍ୟବହୃତ ହେଉଥିବା ବାୟୁ ପ୍ରତିରକ୍ଷା ପ୍ରଣାଳୀରେ ମାର୍ଗଦର୍ଶନ କରିବା ପାଇଁ ବ୍ୟବହୃତ ସାମରିକ-ଗ୍ରେଡ୍ ସାଟେଲାଇଟ୍ ଟର୍ମିନାଲଗୁଡ଼ିକ ପ୍ରଭାବିତ ହୋଇଛି।

ଏହାର ଅର୍ଥ ହେଉଛି ୟୁକ୍ରେନ ପାଇଁ ଏବେ ରୁଷ ଭିତରେ ଡ୍ରୋନ୍ ଆକ୍ରମଣ କରିବା ଏବଂ ରୁଷ ଡ୍ରୋନ୍ ଆକ୍ରମଣକୁ ରୋକିବା କଷ୍ଟକର ହେବ।

ଗଛରେ ଚଢ଼ାଉ ମୂଳ କାଟିବା ଭଳି ଉଦାହରଣ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ପ୍ରତିପକ୍ଷ ଭ୍ଲାଡିମିର ପୁଟିନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଘନିଷ୍ଠତା ଯୋଗୁଁ ୟୁକ୍ରେନରେ ଷ୍ଟାରଲିଙ୍କ ଇଣ୍ଟରନେଟ୍‌ର ଗତି ସୀମିତ ହୋଇଛି ବୋଲି ୟୁକ୍ରେନ ରାଷ୍ଟପତି ଭୋଲୋଡିମିର ଜେଲେନସ୍କି ଅଭିଯୋଗ ଆଣିଛନ୍ତି।

ମସ୍କଙ୍କ ନିଷ୍ପତ୍ତି ୟୁକ୍ରେନକୁ ଏକ କଷ୍ଟକର ସ୍ଥିତିରେ ପକାଇଛି।

ମସ୍କ ୟୁକେନକୁ ଗଛରେ ଚଢ଼ାଉ ମୂଳ କାଟିବା ଭଳି ଉଦାହରଣ ସୃଷ୍ଟି କରିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟରେ ମସ୍କ ସ୍ପଷ୍ଟ କରିଛନ୍ତି ଯେ ସ୍ପେସଏକ୍ସର ସାମରିକ ସାଟେଲାଇଟ୍ ସେବା ଷ୍ଟାରସିଲ୍ଡ ଉପରେ ପ୍ରତିବନ୍ଧକ ଆମେରିକା ସରକାର ଏବଂ ସେନା ଦ୍ୱାରା ନିର୍ଣ୍ଣୟ କରାଯାଇଥାଏ।

ଏହା ଆମେରିକା ରାଷ୍ଟ୍ରପତିଙ୍କ ଅଧିକାରକ୍ଷେତ୍ରରେ ଆସିଥାଏ।

ସେ ଏହି ବ୍ୟବସ୍ଥାକୁ ଷ୍ଟାରଲିଙ୍କଠାରୁ ଭିନ୍ନ ବୋଲି କହିଛନ୍ତି।

ସେ ସଫେଇ ଦେଇଛନ୍ତି, ଷ୍ଟାରଲିଙ୍କ ଏକ ବାଣିଜ୍ୟିକ ସେବା ଯାହା ସାଧାରଣ କିମ୍ବା ଉଦ୍ଧାର ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଥାଏ।

ଆକ୍ରମଣାତ୍ମକ ସାମରିକ କାର୍ଯ୍ୟ ପାଇଁ ନୁହେଁ।

ଚେତାବନୀ ବିନା ପ୍ରତିବନ୍ଧକ ଜେଲେନସ୍କିଙ୍କ ପରାମର୍ଶଦାତା ସେରହି ଫ୍ଲାସ୍ ବେସ୍କ୍ରେଷ୍ଟନୋଭ କହିଛନ୍ତି ଯେ, କୌଣସି ଚେତାବନୀ ବିନା ପ୍ରତିବନ୍ଧକ ଲଗାଯାଇଥିଲା।

ଫଳରେ ଅନେକ ସାମରିକ ଅଭିଯାନ ପାଇଁ ବାଧା ହୋଇଥିଲା।

ତେବେ ସେ ଟ୍ରମ୍ପ ପ୍ରଶାସନର ଚାପ ଯୋଗୁଁ ଏହି ପଦକ୍ଷେପ ନିଆଯାଇଛି ବୋଲି କୌଣସି ପ୍ରମାଣ ପ୍ରଦାନ କରିନାହାନ୍ତି।

ଏହା ଏକ ସଂଯୋଗ ନୁହେଁ।

ଏହା ବର୍ତ୍ତମାନର ରାଜନୈତିକ ପରିସ୍ଥିତି ସହିତ ଜଡିତ ବୋଲି ବେସ୍କ୍ରେଷ୍ଟନୋଭ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି।ଫେବ୍ରୁଆରି ୨୦୨୨ରେ ରୁଷ ୟୁକ୍ରେନ ଉପରେ ଏକ ବଡ଼ ଧରଣର ଆକ୍ରମଣ ଆରମ୍ଭ କରିବା ପରଠାରୁ ଷ୍ଟାରଲିଙ୍କ ୟୁକ୍ରେନୀୟ ସାମରିକ ଯୋଗାଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି।

ୟୁକ୍ରେନୀୟ ସାମରିକ ବାହିନୀ ଏହି ନେଟୱାର୍କକୁ କାର୍ଯ୍ୟର ସମନ୍ୱୟ, ସୂଚନା ବାଣ୍ଟିବା ଏବଂ ଯୁଦ୍ଧକ୍ଷେତ୍ରରେ ଡ୍ରୋନ୍ ସହିତ ଯୋଗାଯୋଗ ବଜାୟ ରଖିବା ପାଇଁ ବ୍ୟବହାର କରୁଛି।

ମସ୍କଙ୍କ ନିଷ୍ପତ୍ତି ଭାରତ ପାଇଁ ବଡ଼ ଶିକ୍ଷା ମସ୍କଙ୍କ ନିଷ୍ପତ୍ତି ଭାରତ ପାଇଁ ଏକ ବଡ଼ ଶିକ୍ଷା କାରଣ ଏଲୋନ ମସ୍କ ଭାରତରେ ଷ୍ଟାରଲିଙ୍କ ଇଣ୍ଟରନେଟ୍ ପୁନଃସ୍ଥାପିତ କରିବାକୁ ଚାହୁଁଛନ୍ତି।

ଗତ ସପ୍ତାହରେ ସେ ଭାରତ ଏବଂ ରିଲାଏନ୍ସ ବିରୋଧରେ ଅନେକ ଅଭିଯୋଗ ଆଣିଥିଲେ।

କିନ୍ତୁ ୟୁକ୍ରେନରେ ଇଣ୍ଟରନେଟ୍ ସଂଯୋଗ ବନ୍ଦ ହେବା ପ୍ରମାଣିତ କରିଛି ଯେ, ଯେତେବେଳେ କୌଣସି ଦେଶର ସାମରିକ କିମ୍ବା ବେସାମରିକ ଭିତ୍ତିଭୂମି ଏକ ବିଦେଶୀ ନେଟୱାର୍କ ଉପରେ ନିର୍ଭର କରେ ସେତେବେଳେ ସଙ୍କଟ ସମୟରେ, ସେହି ସ୍ୱିଚ୍‌ର ନିୟନ୍ତ୍ରଣ ୱାସିଂଟନ କିମ୍ବା କୌଣସି କର୍ପୋରେଟ୍ କାର୍ଯ୍ୟାଳୟରେ ଥାଏ।

UN: ଜାତିସଂଘରେ ପାକିସ୍ତାନର ମାନବାଧିକାର ରେକର୍ଡ ଉପରେ ପ୍ରଶ୍ନ ଉଠାଇଲା ଭାରତ ଭାରତ ନିଜର ରଣନୈତିକ କ୍ଷେତ୍ର ପାଇଁ କୌଣସି ବିଦେଶୀ ସାଟେଲାଇଟ୍ ନେଟୱାର୍କ ଉପରେ ନିର୍ଭର କରିପାରିବ ନାହିଁ।

କାର୍ଗିଲ ଯୁଦ୍ଧ ସମୟରେ ଜିପିଏସ ଡାଟା ଅବରୋଧ ହେବା ପରେ ଭାରତ ନିଜର ନାଭିକ୍ ନାଭିଗେସନ୍ ସିଷ୍ଟମ୍ ବିକଶିତ କରିଥିଲା।

ୟୁକ୍ରେନ ଷ୍ଟାରଲିଙ୍କ ବିବାଦ ମଧ୍ୟ ସମାନ ଶିକ୍ଷା ପ୍ରଦାନ କରିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।