Snake bite: ନାଗ ସାପ ସିନା ଚୋଟ ମାରିଲା...ଦମ୍ଭ ଦେଖାଇ ଓଡ଼ିଆ ଝିଅ ଯାହା କଲେ...ଆପଣ କଳ୍ପନା କରିପାରିବେନି
"ବାରିପଦା (ବଟକୃଷ୍ଣ ବିହାରୀ): ସାଧାରଣତଃ ସାପ କାମୁଡ଼ିଲେ ଲୋକେ ହୋସ୍ ହରାଇ ଦେଇଥାନ୍ତି।
କିନ୍ତୁ ଏଠି ଜଣେ ଝିଅ ଯାହା କଲେ, ତାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ।
ମୃତ୍ୟୁ ଦୁଆରରୁ ଫେରିବା ପାଇଁ ଯୁବତୀ ଜଣକ ନିଜ ସାହସର ଏଭଳି ପରିଚୟ ଦେଇଛନ୍ତି, ଯାହାକୁ ଦେଖି ମେଡିକାଲ୍ କର୍ମଚାରୀ ଆତଙ୍କିତ ହୋଇପଡ଼ିଛନ୍ତି।
ଚିକିତ୍ସା ପାଇଁ ସିଧା ଜୀଅନ୍ତା ସାପକୁ ହାତରେ ଧରି ଡାକ୍ତରଖାନାରେ ଏଣ୍ଟ୍ରି କରିଥିଲେ କଲେଜ ଛାତ୍ରୀ।Advertisment ବାରିପଦା ହସ୍ପିଟାଲ ପରିସରରେ ଜଣେ କଲେଜ ଛାତ୍ରୀ ଜୀବନ ବଞ୍ଚାଇବାକୁ ଚିକିତ୍ସାଳୟକୁ ଦୌଡ଼ି ଆସିଥିଲେl ତାଙ୍କ ହାତରେ ଥିଲା ଏକ ଜୀବନ୍ତ ବିଷଧର ନାଗ ସାପ!
ଏଭଳି ଏକ ଦୃଶ୍ୟ ଦେଖି ବାରିପଦା ମେଡିକାଲରେ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲା।
କିନ୍ତୁ ସାପ କାମୁଡ଼ିବା ପରେ ମଧ୍ୟ ଭୟଭୀତ ନହୋଇ ସାହସିକତାର ସହ ସାପକୁ କାବୁ କରି ଡାକ୍ତରଙ୍କ ପାଖକୁ ନେଇ ଆସିଥିବା ଏହି ଯୁବତୀ ହେଉଛନ୍ତି ସୌମ୍ୟା ଷଡ଼ଙ୍ଗୀ।
ବିଷଧର ନାଗ ସାପ ଉଦ୍ଧାରସୌମ୍ୟା ତାଙ୍କ ପିତାଙ୍କ ସହିତ ଏକ ସ୍ଥାନରୁ ବିଷଧର ନାଗ ସାପ ଉଦ୍ଧାର କରିବା ପାଇଁ ଯାଇଥିଲେ।
ସେଠାରେ ସଫଳତାର ସହ ସାପଟିକୁ ଧରି ଘରୁ ବାହାରକୁ ଆଣିଥିଲେ।
ସାପଟିକୁ ଯେଉଁ ପ୍ଲାଷ୍ଟିକ୍ ଡବାରେ ଭର୍ତ୍ତି କରାଯାଉଥିଲା।
କୌଣସି କାରଣ ବଶତଃ ତାହା ହାତରୁ ଖସି ତଳେ ପଡ଼ିଯାଇଥିଲା।
ପରିସ୍ଥିତି ସମ୍ଭାଳିବା ପୂର୍ବରୁ ଉତ୍ତ୍ୟକ୍ତ ନାଗ ସାପଟି ହଠାତ୍ ସୌମ୍ୟାଙ୍କ ଡାହାଣ ହାତ ଆଙ୍ଗୁଠିକୁ ଜୋରରେ କାମୁଡ଼ି ଦେଇଥିଲା।
ଶରୀରରେ ବିଷ ଚରିବାର ଭୟ ଥିଲେ ମଧ୍ୟ ସୌମ୍ୟା ଧୈର୍ଯ୍ୟ ହରାଇ ନଥିଲେ।
ଡାକ୍ତରଖାନାରେ ପହଞ୍ଚିଲେଡାକ୍ତର ଯେପରି ସଠିକ୍ ଭାବେ ଚିହ୍ନଟ କରି ଉପଯୁକ୍ତ ଆଣ୍ଟି-ଭେନମ୍ ଇଞ୍ଜେକ୍ସନ ଦେଇପାରିବେ, ସେଥିପାଇଁ ସେ କୌଣସି ବିଳମ୍ବ ନକରି ସେହି ବିଷଧର ସାପଟିକୁ ଧରି ସିଧାସଳଖ ବାରିପଦା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ।
ଏଭଳି ଦୃଶ୍ୟ ଦେଖି ପ୍ରଥମେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ସ୍ତବ୍ଧ ହୋଇଯାଇଥିଲେ।
କିଛି ସମୟ ପରେ ସ୍ଥିତି ସ୍ୱାଭାବିକ ହେବା ସହ ତୁରନ୍ତ ସୌମ୍ୟାଙ୍କ ଚିକିତ୍ସା ଆରମ୍ଭ କରାଯାଇଥିଲା।
ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
ଯୁବତୀଙ୍କ ଏଭଳି ଅଦମ୍ୟ ସାହସ ଓ ଉପସ୍ଥିତ ବୁଦ୍ଧିକୁ ନେଇ ସହର ସାରା ଚର୍ଚ୍ଚା ଜୋର୍ ଧରିଛି।
ମାଲକାନଗିରି ସହରରୁ ୯ଟି ନାଗ ସାପ ଓ ଅଜଗର ଉଦ୍ଧାର"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।