Snake Bite ସାପ କାମୁଡ଼ାରେ ଚାଷୀ ମୃତ
"ଲଇକେରା: ଚାଷ ଜମିରେ ବିଷାକ୍ତ ସାପ କାମୁଡ଼ାରେ ଜଣେ ଯୁବକ ଙ୍କ ଅକାଳ ମୃତ୍ୟୁ ଘଟିଛି ।
ମୃତକ ହେଲେ ଲଇକେରା ଥାନା ଅନ୍ତର୍ଗତ ନକ୍ସାପାଲି ଗ୍ରାମର ସଚିତା ରକ୍ସା (୩୩) ।
Advertisment Snake Bite: ବିଷାକ୍ତ ସାପ କାମୁଡ଼ାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁପୁଲିସ ସୂଚନା ଅନୁସାରେ, ସଚିତା ଆଜି ମଧ୍ୟାହ୍ନରେ ଚାଷ କାମ ପାଇଁ ନିଜ ଜମିକୁ ଯାଇଥିଲେ ।
କ୍ଷେତରେ କାମ କରୁଥିବା ସମୟରେ ଏକ ବିଷାକ୍ତ ସାପ ତାଙ୍କ ଡାହାଣ ହାତକୁ କାମୁଡ଼ି ଦେଇଥିଲା।
ପରିବାର ଲୋକେ ବିଳମ୍ବ ନକରି ତାଙ୍କୁ କିର୍ମିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ।
ସେଠାରେ ପ୍ରାଥମିକ ଚିକିତ୍ସା ପରେ ସଚିତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଝାରସୁଗୁଡ଼ା ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।
ସେଠାରେ ଡାକ୍ତର ପରୀକ୍ଷା କରି ସଚିତାଙ୍କୁ ମୃତ ଘୋଷଣା କରିଥିଲେ ।
ଆସନ୍ତାକାଲି ମୃତଦେହର ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଲଇକେରା ଥାନାଧିକାରୀ କୃଷ୍ଣ ଚନ୍ଦ୍ର ମେହେର ସୂଚନା ଦେଇଛନ୍ତି ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।