Snake: ସାପକୁ ଧରି ଡାକ୍ତରଖାନାରେ ପହଞ୍ଚିଲେ ଜଗୁଆଳି
"ଉଦଳା: ଉଦଳା ଏନଏସି ୱାର୍ଡ ନଂ ୧୦ରେ ସ୍ଥିତ ଉଠା ଜଳସେଚନ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଜଗୁଆଳିଭାବେ କାର୍ଯ୍ୟ କରୁଛନ୍ତି ବହଳଦା ଅଞ୍ଚଳର ମୋଚିରାମ ଟୁଡୁ | ଗତକାଲି ସଂଧ୍ୟା ପ୍ରାୟ ୮ ଘଟିକା ସମୟରେ ମୋଚିରାମ ଡ୍ୟୁଟିରେ ଥିବା ବେଳେ ତାଙ୍କ ଗୋଡ଼ରେ ଏକ ସାପ କାମୁଡ଼ିଥିବାର ଜାଣିବାକୁ ପାଇଥିଲେ |Advertisment ସାପଟିକୁ ଏକ ପଲିଥିନରେ ପୁରାଇ ସାଇକେଲରେ ଚିକିତ୍ସା ପାଇଁ ଉଦଳା ଡାକ୍ତରଖାନାରେ ପହଞ୍ଚିଥିଲେ ତେବେ ସାପଟିକୁ ଚିହ୍ନି ନପାରି ମୋଚିରାମ ସିଧା ସାପଟିକୁ ଏକ ପଲିଥିନରେ ପୁରାଇ ସାଇକେଲରେ ଚିକିତ୍ସା ପାଇଁ ଉଦଳା ଡାକ୍ତରଖାନାରେ ପହଞ୍ଚି ଯାଇଥିଲେ | ବର୍ତ୍ତମାନ ମୋଚିରାମ ଉଦଳା ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ଅଛି | Odisha High Court: ବୌଦ୍ଧସ୍ଥଳ ''ହୀରକ ତ୍ରିଭୁଜ''ର ସଂରକ୍ଷଣ ଓ ସୁରକ୍ଷା ପାଇଁ ଜନସ୍ୱାର୍ଥ ମାମଲା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।