Snakebite Horror in Udala: ସାପ କାମୁଡ଼ିଲା, ସାପକୁ ମାରି ପଲିଥିନରେ ଧରି ମେଡିକାଲରେ ପହଞ୍ଚିଲେ ଯୁବକ
ହଠାତ୍ କାମୁଡ଼ିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଞ୍ଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ଉଦଳା ଡାକ୍ତରଖାନାରେ। ଏକ ସରକାରୀ କାର୍ଯ୍ୟାଳୟରେ କାମ କରୁଥିବା ମୋଚିରାମ ଟୁଡୁ ରାତିରେ ଅଫିସ ରୁମ ଭିତରେ ବସିବାକୁ ଯାଇଥିଲେ। ହେଲେ ଚେୟାରରେ ବସିବା ସମୟରେ ତଳେ ଥିବା ଏକ ବିଷାକ୍ତ ସାପ ତାଙ୍କ ଗୋଡ଼ କୁ କାମୁଡି ଦେଇଥିଲା।
ତୁରନ୍ତ ମୋଚିରାମ ଉକ୍ତ ସାପକୁ ଧରିବା ସହିତ ମାରିଦେଇଥିଲେ। ସାପକୁ ଏକ ପଲିଥିନରେ ପୂରାଇ ତାହାକୁ ସାଇକେଲରେ ଟାଙ୍ଗି ସାପ ସହିତ ଆସି ଉଦଳା ମେଡିକାଲରେ ପହଞ୍ଚିଥିଲେ। ସାପଟିକୁ ଡାକ୍ତରଙ୍କୁ ଦେଖାଇଥିଲେ। ତେବେ ଏବେ ମୋଚିରାମ ଉଦଳା ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ସାପଟି ପଲିଥିନ ଭିତରେ ସେହିଭଳି ସାଇକେଲରେ ଟଙ୍ଗା ହୋଇ ରହିଛି।
ତେବେ କୌଣସି ବି ପରିସ୍ଥିତିରେ ସାପକୁ ନମାରି ଉଦ୍ଧାର କରାଯିବା ଉଚିତ ବୋଲି ସ୍ନେକ ହେଲ୍ପଲାଇନ୍ ସଦସ୍ୟ ମତ ଦେଇଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।