Snatching in Charampa: ଚରମ୍ପାରେ ରାସ୍ତାରେ ଛିନ୍‌ତାଇ, ଛଡ଼ାଇନେଲେ ସୁନା ଚେନ୍ ଓ ୫ ହଜାର ଟଙ୍କା

Sep 22, 2026 - 18:23
Snatching in Charampa: ଚରମ୍ପାରେ ରାସ୍ତାରେ ଛିନ୍‌ତାଇ, ଛଡ଼ାଇନେଲେ ସୁନା ଚେନ୍ ଓ ୫ ହଜାର ଟଙ୍କା

"ଭଦ୍ରକ:  ଭଦ୍ରକ ଟାଉନ୍ ଥାନା ଅଧୀନ ଚରମ୍ପା ପୁରୁଣା ଫାୟାର ଷ୍ଟେସନ ନିକଟରେ ଜଣେ ବ୍ୟକ୍ତିଙ୍କ ନିକଟରୁ ସୁନା ଚେନ୍ ଓ ନଗଦ ଟଙ୍କା ଛଡ଼ାଇ ନେଇଛନ୍ତି।

ଏନେଇ ଟାଉନ୍ ଥାନାରେ ଅଭିଯୋଗ ପରେ ପୁଲିସ ଛାନଭିନ ଆରମ୍ଭ କରିଛି।

Advertisment Snatching Gang Strikes ଜୟପୁର ସହରରେ ମାତିଛନ୍ତି ଛିନତାଇ ଗ୍ୟାଙ୍ଗ୍‌, ନିଦରେ ପୁଲିସ କଣ୍ଟାପାଳର ରଜତ କୁମାର ନାୟକ (୫୪)ଙ୍କ ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ପୂର୍ବାହ୍‌ଣ ପ୍ରାୟ ୧୦ଟାରେ ଚରମ୍ପା ବଜାରରୁ ଘରୋଇ ସାମଗ୍ରୀ କିଣି ଘରକୁ ଫେରୁଥିଲେ।

ପୁରୁଣା ଫାୟାର ଷ୍ଟେସନ ଅଫିସ ନିକଟରେ ତିନିଜଣ ଯୁବକ ତାଙ୍କ ବାଟ ଅଟକାଇଥିବା ଅଭିଯୋଗ ହୋଇଛି।

ପରେ ତାଙ୍କ ବେକରୁ ସୁନା ଚେନ୍ ଓ ପକେଟରୁ ୫ ହଜାର ଟଙ୍କା ଛଡ଼ାଇ ନେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ।

ଲୁଟ୍ ହୋଇଥିବା ସୁନା ଚେନ୍‌ର ମୂଲ୍ୟ ସହ ନଗଦ ଟଙ୍କାର ମୋଟ ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କା ହେବ।

ଛିନତାଇ, ମୋବାଇଲ୍ ଚୋରି ମାମଲା: ନାବାଳକଙ୍କ ସମେତ ୫ ଅନ୍ତଃରାଜ୍ୟ ଅପରାଧୀ ଧରାପଡ଼ିଲେ ଏତଲାରେ ଅଭିଯୋଗକାରୀ ଜଣେ ଅଭିଯୁକ୍ତଙ୍କୁ ଏରେଇଁ ଅଞ୍ଚଳର କୃଷ୍ଣ ଜେନା ବୋଲି ଚିହ୍ନଟ କରିଥିବା ଉଲ୍ଲେଖ କରିଛନ୍ତି।

ଏନେଇ ରଜତଙ୍କ ଲିଖିତ ଅଭିଯୋଗ ଆଧାରରେ ଭଦ୍ରକ ଟାଉନ୍ ଥାନା ପୁଲିସ ମାମଲା ନଂ ୫୭୯/୨୦୨୬ ରୁଜୁ କରିଛି।

ବି ଏନ୍ ଏସ  ଧାରା ୩୦୯(୪) ଅନୁଯାୟୀ ମାମଲା ରୁଜୁ ହୋଇଥିବା ବେଳେ ଏସ୍‌ଆଇ ପ୍ରଭାତ କୁମାର ଦାସଙ୍କୁ ତଦନ୍ତ ଭାର ଦିଆଯାଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।