Social media claims: ସୋସିଆଲ୍‌ ମିଡ଼ିଆ ଦାବିକୁ ଖଣ୍ଡନ: ‘ବିନା ୟୁପିଆଇ ଦିବସ’ରେ ଭାଗ ନେବନି ବ୍ୟବସାୟୀ ମହାସଂଘ

Sep 28, 2026 - 04:51
Social media claims: ସୋସିଆଲ୍‌ ମିଡ଼ିଆ ଦାବିକୁ ଖଣ୍ଡନ: ‘ବିନା ୟୁପିଆଇ ଦିବସ’ରେ ଭାଗ ନେବନି ବ୍ୟବସାୟୀ ମହାସଂଘ

"ଆସନ୍ତା ଅକ୍ଟୋବର ୨କୁ କେତେକ ରାଜ୍ୟର ବ୍ୟବସାୟୀ ସଂଘ "ନୋ ୟୁପିଆଇ ଡେ" (ବିନା ୟୁପିଆଇ ଦିବସ" ଘୋଷଣା କରିଛନ୍ତି।

ସେହିଦିନ ସେମାନେ କ୍ୟୁଆର୍‌ କୋଡ୍‌ ଜରିଆ‌ରେ ପେମେଣ୍ଟ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି।

ତାହାକୁ ଦେଶବ୍ୟାପୀ ପାଳନ କରାଯିବ ବୋଲି ଦାବି ମଧ୍ୟ କରୁଛନ୍ତି।

ସେହି ଦାବିଠାରୁ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ନିଜକୁ ଅଲଗା କରିଛନ୍ତି।

ମହାସଂଘ ପକ୍ଷରୁ କୁହାଯାଇଛି ଯେ, ସାମାଜିକ ଗଣମାଧ୍ୟମରେ ଅକ୍ଟୋବର ୨ରେ ୟୁପିଆଇକୁ ବର୍ଜନ କରିବା ଲାଗି ଦାବି କରି ଯେଉଁ ପ୍ରଚାରପ୍ରସାର ହେଉଛି ତାହା ସମ୍ପୂର୍ଣ୍ଣ ବିଭ୍ରାନ୍ତିକର ଓ ଭିତ୍ତିହୀନ ବୋଲି ଆମେ ସ୍ପଷ୍ଟ କରିବାକୁ ଚାହୁଛୁ।

ସେଭଳି କୌଣସି ଆହ୍ବାନ ଦିଆଯାଇ ନଥିବା ସିଏଆଇଟି ପକ୍ଷରୁ ସ୍ପଷ୍ଟ କରାଯାଇଛି।

ବିନା ୟୁପିଆଇର ଦିବସ ପାଳନ ସମ୍ପର୍କରେ କୌଣସି ନିଷ୍ପତ୍ତି କିମ୍ବା ସଂକଳ୍ପ ଗ୍ରହଣ କରାଯାଇନାହିଁ।Advertisment Narendra Modi: ସର୍ଜିକାଲ୍ ଷ୍ଟ୍ରାଇକ୍ ଆତଙ୍କବାଦ ବିରୋଧରେ ଏକ ସାହସିକ ଉଦାହରଣ: ପ୍ରଧାନମନ୍ତ୍ରୀ ଆନୁଷ୍ଠାନିକ ଭାବେ ମଧ୍ୟ କୌଣସି ଘୋଷଣା ହୋଇନାହିଁ।

ସିଏଆଇଟି ନାମରେ ପ୍ରଚାରପ୍ରସାର କରାଯାଉଥିବା ତଥ୍ୟଗୁଡ଼ିକ ଭୁଲ ଓ ବିଭ୍ରାନ୍ତିକର।

କିଛି ବାଣିଜ୍ୟିକ ସଂଗଠନ ଓ ଆଞ୍ଚଳିକ ସଂଘ ତରଫରୁ ସ୍ବାଧୀନ ଭାବେ ବିନା ୟୁପିଆଇ ଦିବସ ଲାଗି ଡାକରା ଦିଆଯାଇଛି।

ତାହା ସମ୍ପୂର୍ଣ୍ଣ ରୂପେ ସେମାନଙ୍କ ବ୍ୟକ୍ତିଗତ ମତ ଓ ତା ସହିତ ଆମେ କୌଣସି ପ୍ରକାରରେ ଜଡ଼ିତ ନାହୁଁ ବୋଲି ସିଏଆଇଟି ସ୍ପଷ୍ଟ କରିଛି।

Weather: ମୌସୁମୀ ପ୍ରତ୍ୟାବର୍ତ୍ତନ ସହ ସାମ୍ନାକୁ ଆସିଲା ଇନସାଟ୍‌ ଛବି ସର୍ବଭାରତୀୟ ମୋବାଇଲ୍‌ ରିଟେଲ୍‌ର ସଂଘ ଓ କିଛି ରାଜ୍ୟର ଆଞ୍ଚଳିକ ବାଣିଜ୍ୟିକ ସଂଗଠନ ବିନା ୟୁପିଆଇ ଦିବସ ପାଳନ କରିବାକୁ ଘୋଷଣା କରିଥିଲେ।

ଦୁଇ ହଜାର ଟଙ୍କାରୁ ଅଧିକ ମୂଲ୍ୟର ୟୁପିଆଇ କାରବାର ଉପରେ ଲଗାଯାଇଥିବା ୦.୪ ପ୍ରତିଶତ ମର୍ଚାଣ୍ଟ ଡିସ୍‌କାଉଣ୍ଟ ରେଟ୍‌ (ଏମ୍‌ଡିଆର୍‌)କୁ ବିରୋଧ କରି ସେମାନେ ଏହି ଡାକରା ଦେଇଥିଲେ।

ଅକ୍ଟୋବର ୨ରେ ନିଜ କ୍ୟୁଆର୍‌ କୋଡ୍‌ ଓ ସାଉଣ୍ଡବକ୍ସକୁ କଳା କପଡ଼ାରେ ଘୋଡ଼ାଇ ରଖିବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତି।

ଏହିଦିନ ନଗଦରେ କାରବାର କରିବାକୁ ସଂଘଗୁଡ଼ିକ ଗ୍ରାହକଙ୍କୁ ନିବେଦନ କରିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।