society: ସମାଜକୁ ବିଭାଜନକାରୀ ଶକ୍ତି ବିରୋଧରେ ଏକଜୁଟ ହେବାକୁ ଆହ୍ୱାନ ଦେଲେ ମୋଦୀ

Oct 23, 2026 - 22:15
society: ସମାଜକୁ ବିଭାଜନକାରୀ ଶକ୍ତି ବିରୋଧରେ ଏକଜୁଟ ହେବାକୁ ଆହ୍ୱାନ ଦେଲେ ମୋଦୀ

ନୂଆଦିଲ୍ଲୀ: ସମାଜରେ ଦେଖାଦେଉଥିବା ନୂଆ ଆହ୍ୱାନ ଓ ସାମାଜିକ ବିକୃତିର ମୁକାବିଲା ପାଇଁ ସମସ୍ତେ ଏକାଠି ହେବା ଆବଶ୍ୟକ।

ଏଥିସହ ସମାଜକୁ ବିଭାଜିତ କରିବାକୁ ଉଦ୍ୟମ କରୁଥିବା ଶକ୍ତିଗୁଡ଼ିକ ବିରୋଧରେ ଏକଜୁଟ ହେବା ସହ ଯୁବବର୍ଗଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରେରିତ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ଶୁକ୍ରବାର ନୂଆଦିଲ୍ଲୀରେ ଚିନ୍ମୟ ଅମୃତ ମହୋତ୍ସବ ଗ୍ଲୋବାଲ୍ ସମ୍ମିଳନୀ ର ଉଦ୍‌ଘାଟନ କରି ସେ ଏହି ଆହ୍ୱାନ ଦେଇଛନ୍ତି।

Advertisment ଆହୁରି ପଢନ୍ତୁ : Cyclone: ବନ୍ୟା ପରିଚାଳନା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ସଚିବ ମୋଦୀ କହିଛନ୍ତି, ଗତ କିଛି ଦଶନ୍ଧି ମଧ୍ୟରେ ସମୟ ବଦଳିଛି।

ଦେଶ ସମ୍ମୁଖରେ ନୂଆ ଆହ୍ୱାନ ଆସିବା ସହ ସମାଜରେ ନୂଆ ନୂଆ ବିକୃତି ଦେଖାଦେଇଛି।

ଏସବୁର ସମାଧାନ କରିବାର ଦାୟିତ୍ୱ ଆମ ସମସ୍ତଙ୍କର।

ସମାଜକୁ ବିଭାଜିତ କରିବାକୁ ଚାହୁଥିବା ଶକ୍ତି ବିରୋଧରେ ଏକତା ବଜାୟ ରଖିବା ସହ ପ୍ରତ୍ୟେକ ନାଗରିକଙ୍କୁ ଆତ୍ମନିର୍ଭରଶୀଳତାର ଗୁରୁତ୍ୱ ବୁଝାଇବାକୁ ହେବ।

ଏଥିସହ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ସଂକଳ୍ପ ସହ ପ୍ରତ୍ୟେକ ଭାରତୀୟଙ୍କୁ ଯୋଡ଼ିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଆହୁରି ପଢନ୍ତୁ : Tourists : ସାଉଦି ଆରବରେ ଫସିଛନ୍ତି ୪ ହଜାର ଭାରତୀୟ ତୀର୍ଥଯାତ୍ରୀ ଭାରତୀୟ ସଂସ୍କୃତିର ମହତ୍ତ୍ୱ ଉପରେ ଆଲୋକପାତ କରି ମୋଦୀ କହିଥିଲେ, ଭାରତ ହେଉଛି ସଂସ୍କୃତିର ଜନ୍ମଭୂମି ଏବଂ ଏହା ଦେଶର ଅସ୍ତିତ୍ୱର ମୂଳଦୁଆ।

ଚିନ୍ମୟ ମିସନର ଉଦ୍ୟମ ଯୋଗୁଁ ଆଜି ଲକ୍ଷ ଲକ୍ଷ ଯୁବକ ଭାରତର ସାଂସ୍କୃତିକ ପ୍ରତିନିଧି ଭାବେ କାର୍ଯ୍ୟ କରୁଛନ୍ତି।

ଚିନ୍ମୟ ମିସନ କେବଳ ଏକ ଅନୁଷ୍ଠାନ ନୁହେଁ, ଏହା ଏକ ବିଚାରଧାରା ବୋଲି ମୋଦୀ କହିଥିଲେ।

'ଚିନ୍ମୟ'ର ଅର୍ଥ ହେଉଛି ଶୁଦ୍ଧ ଚେତନା।

ସ୍ୱାମୀ ଚିନ୍ମୟାନନ୍ଦଙ୍କ ଦ୍ୱାରା ୧୯୫୧ରେ ପ୍ରତିଷ୍ଠିତ ଏହି ମିସନ ବେଦାନ୍ତ ଓ ଭଗବଦ୍‌ଗୀତାର ଜ୍ଞାନକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଯୁବବର୍ଗଙ୍କ ମଧ୍ୟରେ ଭାରତୀୟ ମୂଲ୍ୟବୋଧର ପ୍ରସାର କରୁଛି।

ଆହୁରି ପଢନ୍ତୁ : Literature: କବିତା ସ୍ତ୍ରୀଲୋକର ଉପପାଦ୍ୟ: କବୟିତ୍ରୀ ଶୁଭଶ୍ରୀ ଶୁଭସ୍ମିତା ମିଶ୍ରଙ୍କ କଲମରୁ ନିଃସୃତ...

ଅକ୍ଟୋବର ୨୩ରୁ ୨୫ ପର୍ଯ୍ୟନ୍ତ ଚାଲୁଥିବା ଏହି ତିନିଦିନିଆ ସମ୍ମିଳନୀରେ ଭାରତ ଓ ବିଦେଶରୁ ୯ ହଜାରରୁ ଅଧିକ ପ୍ରତିନିଧି ଯୋଗଦେଉଛନ୍ତି।

ଚିନ୍ମୟ ମିସନର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ବର୍ଷବ୍ୟାପୀ ଆୟୋଜିତ କାର୍ଯ୍ୟକ୍ରମର ଏହା ଉଦ୍‌ଯାପନୀ ସମ୍ମିଳନୀ।

ଦେଶର ଯୁବଶକ୍ତିକୁ ସକ୍ରିୟ କରିବା ଓ ଭାରତୀୟ ସଂସ୍କୃତିକୁ ଆଗାମୀ ପିଢ଼ି ପାଖରେ ପହଞ୍ଚାଇବା ଏହାର ପ୍ରମୁଖ ଉଦ୍ଦେଶ୍ୟ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।