Solar Eclipse: ଆସନ୍ତାକାଲି ସୂର୍ଯ୍ୟପରାଗ, ଜାଣନ୍ତୁ କେଉଁଠି ହେବ ଦୃଶ୍ୟମାନ

Aug 11, 2026 - 17:43
Solar Eclipse: ଆସନ୍ତାକାଲି ସୂର୍ଯ୍ୟପରାଗ, ଜାଣନ୍ତୁ କେଉଁଠି ହେବ ଦୃଶ୍ୟମାନ

ଆସନ୍ତାକାଲି ସୂର୍ଯ୍ୟପରାଗ। ଚିତାଲାଗି ଅମାବାସ୍ୟା ଦିନ ପଡୁଛି ସୂର୍ଯ୍ୟପରାଗ। ଆକାଶରେ ଦୃଶ୍ୟମାନ ହେବ ମହାଜାଗତିକ ଦୃଶ୍ୟ। ଏହି ସମୟରେ କିଛି ଅଞ୍ଚଳରେ ଦିନବେଳେ ହିଁ ରାତି ଭଳି ଅନ୍ଧାର ହୋଇଯିବ । ପୂର୍ଣ୍ଣ ସୂର୍ଯ୍ୟପରାଗ ସମୟରେ ପ୍ରାୟ ୨ ମିନିଟ୍ ୧୮ ସେକେଣ୍ଡ ରହିଛି । ବିଦେଶରେ କିଛି ସମୟ ପାଇଁ ଦିନ ରାତି ହୋଇଯିବ। ହେଲେ ଏହି ସୂର୍ଯ୍ୟପରାଗ ଭାରତ ବର୍ଷରେ ଅନୁଭୂତ ହେବ ନାହିଁ।  ୟୁରୋପରୁ ଆମେରିକା ପର୍ଯ୍ୟନ୍ତ କୋଟି କୋଟି ଲୋକ ଏହି ଦୁର୍ଲଭ ଦୃଶ୍ୟ ଦେଖିପାରିବେ। 

ଓଡ଼ିଶାରେ ଏହା ଦୃଶ୍ୟମାନ ହେଉନଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ କୌଣସି ପ୍ରଭାବ ନାହିଁ। ଭାରତୀୟ ସମୟ ଅନୁସାରେ ରାତି ୧୧ଟା ୨୦ ମିନିଟରୁ ସୂର୍ଯ୍ୟପରାଗ ଆରମ୍ଭ ହେବ।  ଏହି ସୂର୍ଯ୍ୟୋପରାଗ ୨୦୨୬ର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟପରାଗ । ଗ୍ରୀନଲ୍ୟାଣ୍ଡରୁ ଆଇସଲ୍ୟାଣ୍ଡ ଏବଂ ସ୍ପେନ୍ ର ଉତ୍ତର-ପୂର୍ବ ଅଞ୍ଚଳ ପର୍ଯ୍ୟନ୍ତ ଏହି ପୂର୍ଣ୍ଣ ସୂର୍ଯ୍ୟପରାଗର ଦୃଶ୍ୟ ଦେଖାଯିବ । ସୂର୍ଯ୍ୟପରାଗ ଉତ୍ତର ଆମେରିକାର କିଛି ଅଞ୍ଚଳରୁ ମଧ୍ୟ ଆଂଶିକ ଭାବେ ଦେଖାଯିବ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।