Young Man Found Dead in Unfinished House: ଅର୍ଦ୍ଧନିର୍ମିତ ଘରୁ ମିଳିଲା ଯୁବକଙ୍କ ମୃତଦେହ, ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ

Aug 11, 2026 - 17:43
Young Man Found Dead in Unfinished House: ଅର୍ଦ୍ଧନିର୍ମିତ ଘରୁ ମିଳିଲା ଯୁବକଙ୍କ ମୃତଦେହ, ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ

ନିର୍ମାଣାଧୀନ ଆବାସ ଘରୁ ମିଳିଲା ଯୁବକଙ୍କ ରକ୍ତ ଜୁଡୁବୁଡୁ  ମୃତଦେହ। ମୟୂରଭଞ୍ଜ ଜିିଲ୍ଲା ବିଶୋଇ ଥାନା ବାଢୁଣିଆ ଗାଁରେ ଘଟିଛି ଏହି ଘଟଣା।  ଆଜି ସକାଳେ ସ୍ଥାନୀୟ ଲୋକେ ଗାଁର ଏକ ଅର୍ଦ୍ଧନିର୍ମିତ ଆବାସ ଯୋଜନା ଗୃହ ଭିତରେ ମୃତଦେହ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ l ଏହା ପରେ ରାଇରଙ୍ଗପୁର ଏସପି ସୁରେଶ ଚନ୍ଦ୍ର ପାତ୍ର ଓ ଅନ୍ୟ ପୋଲିସ ଅଧିକାରୀମାନେ ବାରିପଦାରୁ ଆସିଥିବା ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ l

ମୃତ ଯୁବକ ବାଢୁଣିଆ ଗାଁର ଶିରୀଶ ପଟେଲ। ସେ ଶ୍ରମିକ ଭାବରେ କାମ କରୁଥିଲେ । ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି l ବିଶୋଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ଜଣେ ଯୁବକକୁ ଅଟକ ରଖି ପଚରାଉଚରା କରୁଛି।....

ନିର୍ମାଣାଧୀନ ଆବାସ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର
ମୟୁରଭଞ୍ଜ ବିଶୋଇ ବାଢୁଣିଆ ଗାଁରେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର
ମୁଣ୍ଡକୁ ପଥରରେ ଛେଚି କେହି ହତ୍ୟା କରିଥିବା ସନ୍ଦେହ
ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ର ତନାଘନା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।