Son Stabs Father: ପୁଅର ଛୁରାମାଡ଼ରେ ବାପା ଆହତ, ଉଦ୍ଧାର ପାଇଁ ଯାଇଥିବା ଦୁଇ ପୋଲିସ କର୍ମଚାରୀଙ୍କୁ ମଧ୍ୟ ଛୁରାମାଡ଼
ପୁଅର ଛୁରାମାଡ଼ରେ ବାପା ଆହତ। ପୁରୀ ଗୋପ ଥାନା ଗଣେଶ୍ବରପୁର ଗାଁର ଏ ଘଟଣା। ନିଜ ବାପାଙ୍କୁ ଛୁରାମାଡ଼ କଲାପରେ ଘଟଣାସ୍ଥଳକୁ ଯାଇଥିବା ଦୁଇ ପୋଲିସ କର୍ମଚାରୀଙ୍କୁ ଛୁରାମାଡ଼ କରିଛି ଉନ୍ମତ୍ତ ଯୁବକ। ରାମଚନ୍ଦ୍ର ରଥ ନାମକ ଜଣେ ବ୍ୟକ୍ତିଙ୍କ ପୁଅ ବିଚିତ୍ର ରଥ ସକାଳେ ନିଜ ବାପାଙ୍କୁ ଛୁରୀରେ ଆକ୍ରମଣ କରିଥିଲା।
ଏହାପରେ ବୁଝାସୁଝା କରିବାକୁ ଯାଇଥିବା ପୋଲିସ ଟିମକୁ ମଧ୍ୟ ଆକ୍ରମଣ କରିଥିଲା। ଏଥିରେ ଦୁଇ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଉଭୟ ଆହତଙ୍କୁ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଛି। ସେପଟେ ଯୁବକ ଜଣକ ଏକ ବନ୍ଦ କୋଠରୀରେ ରହିଥିବା ବେଳେ ଘଟଣାସ୍ଥଳରେ ପୋଲିସ ଓ ସ୍ଥାନୀୟ ଅଗ୍ନିଶମ ବାହିନୀର ସଦସ୍ୟମାନେ ପହଞ୍ଚି ଯୁବକକୁ ଉଦ୍ଧାର କରିବାକୁ ଯାଇ ନୟାନ୍ତ ହୋଇଛନ୍ତି। ଯୁବକଙ୍କ ମାନସିକ ଅବସ୍ଥା ଠିକ ନଥିବା ଜଣାପଡ଼ିଛି।...
ବାପାଙ୍କୁ ପୁଅର ଛୁରାମାଡ଼
ପୁଅର ଛୁରାମାଡ଼ରେ ବାପା ଆହତ
ଉଦ୍ଧାର ପାଇଁ ଯାଇଥିବା ଦୁଇ ପୋଲିସ କର୍ମୀଙ୍କୁ ମଧ୍ୟ ଛୁରାମାଡ଼
ପୁରୀ ଗୋପ ଥାନା ଗଣେଶ୍ୱରପୁର ଗାଁର ଘଟଣା
ଯୁବକ ଜଣଙ୍କ ମାନସିକ ଅବସ୍ଥା ଠିକ ନଥିବା ସୂଚନା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।