Sonia Gandhi: ବିଜେପିକୁ ଟାର୍ଗେଟ କଲେ ସୋନିଆ
ନୂଆଦିଲ୍ଲୀ: ବିଜେପି ସରକାର ଅଧୀନରେ ଗତ ୧୨ ବର୍ଷ ମଧ୍ୟରେ ଦେଶ, ଗଣତନ୍ତ୍ର ଓ ସାମ୍ବିଧାନିକ ସଂସ୍ଥାଗୁଡ଼ିକର ବ୍ୟାପକ କ୍ଷତି ହୋଇଛି ବୋଲି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଅଭିଯୋଗ କରିଛନ୍ତି ।
'ଦ ହିନ୍ଦୁ' ଖବରକାଗଜକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଗତ କିଛି ମାସ ମଧ୍ୟରେ ଅନେକ ନିର୍ବାଚନ ଚୋରି ହୋଇଥିବା ସ୍ପଷ୍ଟ ଭାବେ ପ୍ରମାଣିତ ହୋଇଛି ଏବଂ ଜନସାଧାରଣ ଏବେ ଏହାକୁ ନେଇ ସଚେତନ ହେବା ସହ ବିବ୍ରତ ଅଛନ୍ତି ।
Advertisment କଂଗ୍ରେସ ଦଳ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ତତ୍ତ୍ବାବଧାନରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟାରେ ହୋଇଥିବା ଅସଙ୍ଗତି ଓ 'ଭୋଟ ଚୋରି' ବିରୋଧରେ ପ୍ରତିବାଦର ନେତୃତ୍ୱ ନେଉଛି ।
ସୋନିଆ ଦାବି କରିଛନ୍ତି ଯେ ବିଜେପି କ୍ଷମତାକୁ ଆସିବା ପରଠାରୁ ବିରୋଧୀ ଦଳଗୁଡ଼ିକୁ ସମାନ ସୁଯୋଗ ମିଳୁନାହିଁ, କାରଣ ନିର୍ବାଚନ କମିସନଙ୍କ ସମେତ ସମସ୍ତ ସାମ୍ବିଧାନିକ ସଂସ୍ଥା, ମୁଖ୍ୟ ଗଣମାଧ୍ୟମ ଉପରେ ସେମାନଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିବା ସହ ସେମାନେ ପ୍ରଚୁର ଅର୍ଥବଳ ଏବଂ ଧର୍ମର ଅପବ୍ୟବହାର କରୁଛନ୍ତି ।
ଆହୁରି ପଢନ୍ତୁ : No confidence vote: ଖମନମୁଣ୍ଡା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଭୋଟ୍, ଫଳାଫଳ ସ୍ଥଗିତ ଅନ୍ୟପକ୍ଷରେ କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟ ଉପରେ କଡ଼ା ଆପତ୍ତି ପ୍ରକାଶ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୨ ବର୍ଷ ମଧ୍ୟରେ ଗଣତନ୍ତ୍ରକୁ ଅଧିକ ସମୃଦ୍ଧ ଓ ଶକ୍ତିଶାଳୀ କରିଛନ୍ତି ଏବଂ ସମଗ୍ର ବିଶ୍ୱ ଆଗରେ ପ୍ରମାଣିତ କରିଛନ୍ତି ଯେ ଭାରତ ହେଉଛି 'ଗଣତନ୍ତ୍ରର ଜନନୀ' ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।