Sonu Nigam’s Son: ଦିୱାଲି -୨୦୨୬ରେ ସୋନୁ ନିଗମଙ୍କ ପରିବାର ପାଇଁ ଖୁସିର ଖବର, ସଙ୍ଗୀତ ଦୁନିଆରେ ପାଦ ଥାପିଲେ ପୁଅ ନେଭାନ

Nov 08, 2026 - 16:32
Sonu Nigam’s Son: ଦିୱାଲି -୨୦୨୬ରେ ସୋନୁ ନିଗମଙ୍କ ପରିବାର ପାଇଁ ଖୁସିର ଖବର, ସଙ୍ଗୀତ ଦୁନିଆରେ ପାଦ ଥାପିଲେ ପୁଅ ନେଭାନ

ମୁମ୍ବାଇ: ଦିୱାଲି ୨୦୨୬ ସୋନୁ ନିଗମ ଏବଂ ତାଙ୍କ ପରିବାର ପାଇଁ ବେଶ୍‌ ଖାସ୍‌ ରହିଥିଲା।

ଏହି ଅବସରରେ ଗାୟକ ନିଜର ୧୯ ବର୍ଷୀୟ ପୁଅ ନେଭାନ ନିଗମଙ୍କୁ ସଙ୍ଗୀତ ଦୁନିଆରେ ପରିଚିତ କରାଇଛନ୍ତି।

ନେଭାନ ନିଜର ପ୍ରଥମ ସର୍ଟ ଫିଲ୍ମ 'ସ୍ଲାଇଡ୍' ଜରିଆରେ ସଙ୍ଗୀତ ଜଗତରେ ଡେବ୍ୟୁ କରିଛନ୍ତି।

ପୁଅର ଏହି ନୂଆ ଯାତ୍ରାକୁ ନେଇ ସୋନୁ ନିଗମ ଏବଂ ତାଙ୍କ ପତ୍ନୀ ମଧୁରିମା ନିଗମ ସୋସିଆଲ ମିଡିଆରେ ଏକାଠି ଏକ ପୋଷ୍ଟ ସେୟାର କରିଛନ୍ତି।

ଏଥିରେ ସେମାନେ ପିଲାଦିନରୁ ଏଯାଏଁ ନେଭାନଙ୍କ ଜୀବନରେ ଆସିଥିବା ପରିବର୍ତ୍ତନ ଏବଂ ସଙ୍ଗୀତ ପାଇଁ ସେ କରୁଥିବା ପରିଶ୍ରମ ବିଷୟରେ ଜଣାଇଛନ୍ତି।

ସୋନୁ କହିଛନ୍ତି ଯେ, ଦିନେ ତାଙ୍କ ସାମ୍ନାରେ ଗୀତ ଗାଇବାକୁ ସଙ୍କୋଚ କରୁଥିବା ନେଭାନ ଏବେ ପ୍ରତିଦିନ ୧୬ ଘଣ୍ଟା ପର୍ଯ୍ୟନ୍ତ ସଙ୍ଗୀତ ଅଭ୍ୟାସ କରୁଛନ୍ତି।

ବାପାଙ୍କ ସାମ୍ନାରେ ଗୀତ ଗାଇବାକୁ ଡରୁଥିଲେ ନେଭାନ ସୋନୁ ନିଗମ ନିଜ ପୋଷ୍ଟରେ ପୁଅର ପିଲାଦିନର କଥା ମଧ୍ୟ ମନେ ପକାଇଛନ୍ତି।

ସେ କହିଛନ୍ତି ଯେ, ନେଭାନ ପୂର୍ବରୁ ବେଶ୍‌ ଲାଜକୁଳା ସ୍ୱଭାବର ଥିଲେ।

ଏକ ସମୟରେ ସେ ନିଜ ବାପାଙ୍କ ସାମ୍ନାରେ ଗୀତ ଗାଇବାକୁ ମଧ୍ୟ ସଙ୍କୋଚ କରୁଥିଲେ।

ତେବେ ପିଲାଦିନେ ନେଭାନ ମଞ୍ଚ ଉପରେ ନିଜ ବାପାଙ୍କ ଲୋକପ୍ରିୟ ଗୀତ 'ଅଭି ମୁଝ୍‌ମେ କହିଁ'ରେ ପରିବେଷଣ କରିଥିଲେ।

ସୋନୁ କହିଛନ୍ତି ଯେ, ଗତ କିଛି ବର୍ଷ ମଧ୍ୟରେ ନେଭାନଙ୍କ ଜୀବନରେ ବହୁତ ପରିବର୍ତ୍ତନ ଆସିଛି।

ପୂର୍ବରୁ ତାଙ୍କୁ ମାତ୍ର ତିନି ମିନିଟ୍‌ ଜଗିଂ କରିବାକୁ ମଧ୍ୟ କଷ୍ଟ ହେଉଥିଲା।

କିନ୍ତୁ ଏବେ ସେ ଘଣ୍ଟା ଘଣ୍ଟା ଧରି ବ୍ୟାୟାମ କରୁଛନ୍ତି।

ଏହା ସହିତ ନୃତ୍ୟ ଅଭ୍ୟାସ ମଧ୍ୟ କରୁଛନ୍ତି।

ପ୍ରତିଦିନ ୧୬ ଘଣ୍ଟା ଗୀତ ଅଭ୍ୟାସ କରୁଛନ୍ତି ପୁଅର ପରିଶ୍ରମ ସମ୍ପର୍କରେ କହି ସୋନୁ ନିଗମ ଜଣାଇଛନ୍ତି ଯେ, ନେଭାନ ପ୍ରତିଦିନ ପ୍ରାୟ ୧୬ ଘଣ୍ଟା ଧରି ନିଜ ଭୋକାଲ୍‌ କୋଚ୍‌ଙ୍କଠାରୁ ଶିଖିଥିବା ସଙ୍ଗୀତ ଅଭ୍ୟାସ କରୁଛନ୍ତି।

ଏତିକି ନୁହେଁ, ସେ ସଙ୍ଗୀତ ପ୍ରଯୋଜକ ପୁ ବିୟର (Poo Bear)ଙ୍କ ସହ ଷ୍ଟୁଡିଓରେ ଗୋଟିଏ ଟେକ୍‌ରେ ଗୀତ ରେକର୍ଡିଂ ମଧ୍ୟ କରୁଛନ୍ତି।

ପୁଅଙ୍କ ଏହି ପରିବର୍ତ୍ତନ ଏବଂ ପରିଶ୍ରମକୁ ନେଇ ସୋନୁ ଖୁସି ପ୍ରକାଶ କରିଛନ୍ତି।

ନିଜ ପୋଷ୍ଟରେ ସେ ଲେଖିଛନ୍ତି ଯେ, ନେଭାନ ପୂରା ପରିବାରକୁ ବହୁତ ଖୁସି କରିଛନ୍ତି।

ବାପାଙ୍କ ଏହି ବାର୍ତ୍ତାରୁ ସ୍ପଷ୍ଟ ଯେ, ପୁଅର ନୂଆ ଯାତ୍ରାକୁ ନେଇ ସେ ବେଶ୍‌ ଆନନ୍ଦିତ।

ବାପାଙ୍କଠାରୁ ଅଲଗା ପରିଚୟ ସୃଷ୍ଟି କରିବାକୁ ଚାହାନ୍ତି ନେଭାନ ସୋନୁ ନିଗମ ଭାରତୀୟ ସଙ୍ଗୀତ ଜଗତର ଜଣେ ଜଣାଶୁଣା ନାମ।

ତେଣୁ ତାଙ୍କ ପୁଅ ନେଭାନଙ୍କ ସଙ୍ଗୀତ ଦୁନିଆରେ ପ୍ରବେଶକୁ ନେଇ ଚର୍ଚ୍ଚା ଜୋର ଧରିଛି।

ବର୍ତ୍ତମାନ ସେ ସର୍ଟ ଫିଲ୍ମ 'Slide' ଜରିଆରେ ନିଜ ସଙ୍ଗୀତ ଯାତ୍ରା ଆରମ୍ଭ କରିଛନ୍ତି।

ଆଗାମୀ ଦିନରେ ନିଜ ଗୀତ ମାଧ୍ୟମରେ ନେଭାନ ଦର୍ଶକ ଓ ଶ୍ରୋତାଙ୍କ ମନ କେତେ ଜିଣିପାରୁଛନ୍ତି, ତାହା ଦେଖିବାକୁ ବାକି ରହିଲା।

Bull Statue: ରାୟଗଡ଼ା ଗୁଣପୁରରେ ୧୦୦ ବର୍ଷ ପୁରୁଣା ବୃଷଭ ମୂର୍ତ୍ତିରୁ ମିଳିଲା ଓଡ଼ିଆ ଅଭିଲେଖ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।