Soro Online Trading Loss: ଅନ୍ଲାଇନ୍ ଟ୍ରେଡିଂରୁ ଋଣ ବୋଝ, ଯୁବକ ହାରିଲେ ଜୀବନ
"ସୋର: ଅଧିକ କିଛି ଲାଭ ପାଇବା ଆଶାରେ ଅନ୍ଲାଇନ୍ ଟ୍ରେଡିଂରେ ମନ ବଳାଇଥିଲେ।
ଏଥିପାଇଁ ଧାରକରଜ କରି ଟ୍ରେଡିଂରେ ଲଗାଇଥିଲେ।
ଟ୍ରେଡିଂରେ ବ୍ୟାପକ କ୍ଷତି ହେଲା, ଋଣ ବୋଝ ବଢ଼ିଲା।
ଏଥିରେ ବ୍ୟଥିତ ହୋଇ ବାଲେଶ୍ବରର ଜଣେ ଯୁବକ ଫାଶୀ ହୋଇ ଜୀବନ ହାରିଛନ୍ତି।
Advertisment ଅସହ୍ୟ ହେଲା ଋଣବୋଝ: ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରିଲେ ଦମ୍ପତି ସୂଚନା ଅନୁସାରେ, ବାଲେଶ୍ୱର ଅରଡ଼ବଜାରର ପ୍ରଭାତ ରଞ୍ଜନ ପାଢ଼ୀ (୪୩) ଗତ ଏକ ବର୍ଷ ଧରି ନିଜର ପତ୍ନୀ ଓ ସନ୍ତାନ ସହ ସୋରରେ ଘର ଭଡ଼ା ନେଇରହୁଥିଲେ।
ସେ ଅନଲାଇନ ଟ୍ରେଡିଂରେ ନିଜ ଟଙ୍କା ସହ ଧାରକରଜ କରି ଅର୍ଥ ଖଟାଇଥିଲେ।
ତେବେ ଏଥିରେ ବ୍ୟାପକ କ୍ଷତି ସହିବା ସହିତ ଧାର କରଜରେ ବୁଡି ରହିଥିଲେ।
ଟଙ୍କା ଫେରାଇବା ନିମନ୍ତେ କରଜଦାତାଙ୍କ ଚାପ ବଢ଼ିଥିଲା।
ଏନେଇ ସେ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ।
ଋଣବୋଝରୁ ଯୁବକଙ୍କ ଆତ୍ମହତ୍ୟା ଦୁଇଦିନ ପୂର୍ବେ ନିଜର ସ୍ତ୍ରୀ ଓ ପିଲାଙ୍କୁ ବାଲେଶ୍ୱରରେ ଛାଡ଼ି ଆସିଥିଲେ ଏବଂ ଘରେ ଏକାକୀ ରାହୁଥିଲେ।
ଆଜି (ବୁଧବାର) ପୂର୍ବାହ୍ଣରେ ନିଜର ପତ୍ନୀ ଓ ପରିବାରର ଅନ୍ୟ ସଦସ୍ୟଙ୍କ ସହ କଥା ହୋଇଥିଲେ।
ଋଣବୋଝ ଆଉ ସହିହେଉନାହିଁବୋଲି କୋହଭରା କଣ୍ଠରେ କହିଥିଲେ।
ଋଣବୋଝରୁ ଗଣଆତ୍ମହତ୍ୟା!
ଗୋଟିଏ ପରିବାରର ୯ ଜଣଙ୍କ ମୃତ୍ୟୁ ଏହାପରେ ଅପରାହ୍ନ ପର୍ଯ୍ୟନ୍ତ ପରିବାର ଲୋକଙ୍କ ଫୋନ ଉଠାଇ ନଥିଲେ।
ଫଳରେ ପରିବାର ଲୋକେ ସୋରରେ ପହଞ୍ଚି ଭଡ଼ାଘର ତାଲା ଭାଙ୍ଗି ଭିତରେ ପଶିଥିଲେ।
ଶୋଇବା ଘରେ ସିଲିଂ ଫ୍ୟାନ୍ରେ ଦଉଡ଼ି ଲଗାଇ ପ୍ରଭାତ ଆତ୍ମହତ୍ୟା କରିଥିବା ଦେଖିଥିଲେ।
ସୋର ଥାନା ପୁଲିସ ପହଞ୍ଚି ଶବକୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ପଠାଇଥିଲେ।
ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
ବ୍ୟବଚ୍ଛେଦ ପରେ ଶବକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।