Doppler Weather Radar ସମ୍ବଲପୁରରେ ସ୍ଥାପିତ ହେଲା ନୂତନ ଡିପ୍ଲର୍ ରାଡାର୍, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରଥମ
"ସମ୍ବଲପୁର: ପାଣିପାଗର ସଠିକ ପୂର୍ବାନୁମାନ କରିବା ପାଇଁ ସମ୍ବଲପୁର ଜମଦାରପାଲି ରୋଡ୍ ସ୍ଥିତ ମଧୁପୁରଠାରେ ନୂତନ ଡପଲର୍ ପାଣିପାଗ ରାଡାର୍ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି।
ଆଜି (ବୁଧବାର) ଏହି ଆଧୁନିକ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଲୋକାର୍ପିତ କରିଛନ୍ତି।
Advertisment Rain: ତିନିଟି ପାଣିପାଗ ପ୍ରଣାଳୀ ସକ୍ରିୟ: ଉତ୍ତର ଭାରତରେ ପୁଣି ଭୀଷଣ ବର୍ଷା, ୫ ରାଜ୍ୟକୁ ଆଇଏମ୍ଡିର ସତର୍କତା ଏହି କାର୍ଯ୍ୟକ୍ରମରେ ଆଭାଷୀ ମାଧ୍ୟମରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଡ ଜିତେନ୍ଦ୍ର ସିଂହ ଯୋଗଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ ମୃତ୍ୟୁଞ୍ଜୟ ମହାପାତ୍ର, ସ୍ବତନ୍ତ୍ର ରିଲିଫ୍ କମିଶନର ତଥା ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓଏସଡିଏମଏ)ର ପରିଚାଳନା ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ୍ ଉପସ୍ଥିତ ଯୋଗ ଦେଇଥିଲେ।
Schools: ଭାରତୀୟ ପାଣିପାଗ ବିଭାଗର ସତର୍କତା ନେଇ ଜିଲ୍ଲାର ସମସ୍ତ ସ୍କୁଲ୍କୁ ଛୁଟି ଘୋଷଣା କଲେ ମୟୂରଭଞ୍ଜ ଜିଲ୍ଲାପାଳ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ଏବଂ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନରେ ପରିଚାଳିତ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓଏସଡିଏମଏ)ର ମିଳିତ ସହଯୋଗରେ ସମ୍ବଲପୁରଠାରେ ଏହି ଆଧୁନିକ କେନ୍ଦ୍ର ନିର୍ମାଣ କରାଯାଇଛି I ଏଠାରେ ନୂତନ ଡପଲର୍ ପାଣିପାଗ ରାଡାର କାର୍ଯ୍ୟକ୍ଷମ ହେବା ଫଳରେ ରାଜ୍ୟରେ ପାଣିପାଗ ପୂର୍ବାନୁମାନ ବ୍ୟବସ୍ଥା ଆହୁରି ସଶକ୍ତ ଓ ସୁଦୃଢ଼ ହେବ।
ସୂଚନାଯୋଗ୍ୟ, ବର୍ତ୍ତମାନ ପାରାଦୀପ ଓ ଗୋପାଳପୁରରେ ଦୁଇଟି ଡପଲର ରାଡାର ସ୍ଥାପିତ ହୋଇଛି।
ପଶ୍ଚିମ ଓଡ଼ିଶାର ସମ୍ବଲପୁରଠାରେ ଏହି କେନ୍ଦ୍ର ହେବା ଫଳରେ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକର ପାଣିପାଗ ପୂର୍ବାନୁମାନ ପାଇଁ ଗୁରୁତ୍ବପୂର୍ଣ ସାବ୍ୟସ୍ତ ହେବ ।
କ"ଣ ଏହି ଡପଲର ରାଡାର ଚପ୍ଲର୍ ପାଣିପାଗ ରାଜାର୍ ରେଡ଼ିଓ ତରଙ୍ଗର ବିଶ୍ଳେଷଣ କରି ବସ୍ତୁଗୁଡ଼ିକୁ ଚିହ୍ନଟ କରିପାରେ I ରାଡାର୍ ପ୍ରଣାଳୀ ବସ୍ତୁର ଦୂରତା, ଦେଶ ଏବଂ ଦିଗ ନିର୍ଦ୍ଧାରଣ କରିପାରେ ।
ପାଣିପାଗ ବିଜ୍ଞାନ, ବିମାନ ଚଳାଚଳ, ସାମରିକ ଏବଂ ଦିଗ ନିରୂପଣ କ୍ଷେତ୍ରରେ ଏହା ବ୍ୟବହୃତ ହୁଏ।
ସମ୍ବଲପୁରର ସି.
ବ୍ୟାଣ୍ଡ ଡପ୍ଲର୍ ପାଣିପାଗ ରାଡାର୍ ୧୫୦ କିଲୋମିଟର ରେଞ୍ଜ ପର୍ଯ୍ୟନ୍ତ ପ୍ରଭାବଶାଳୀ I ଏହାଦ୍ବାରା ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୋଳ ଓ ନୂଆପଡ଼ା ଭଳି ଆଭ୍ୟନ୍ତରୀଣ ଜିଲ୍ଲା ଉପକୃତ ହେବେ I ହୀରାକୁଦ ଡ୍ୟାମ୍ର ଜଳ ପରିଚାଳନା ସୁବ୍ୟବସ୍ଥିତ ହେବ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।