Southern Odisha Faces Intense Rainfall: କୋରାପୁଟରେ ଛେଚୁଛି ବର୍ଷା, ସିମିଳିଗୁଡାରେ ୨୩୦.୨ ମିମି ରେକର୍ଡ

Sep 23, 2026 - 13:27
Southern Odisha Faces Intense Rainfall: କୋରାପୁଟରେ ଛେଚୁଛି ବର୍ଷା, ସିମିଳିଗୁଡାରେ ୨୩୦.୨ ମିମି ରେକର୍ଡ

କୋରାପୁଟରେ ଛେଚୁଛି ବର୍ଷା । ସିମିଳିଗୁଡାରେ ସର୍ବାଧିକ ୨୩୦.୨ ମିଲିମିଟର ବର୍ଷା । ଗତ ୨୪ ଘଣ୍ଟାରେ ସବୁଠାରୁ ଅଧିକ ବର୍ଷା କୋରାପୁଟ ଜିଲ୍ଲାରେ ହୋଇଛି। ଜୟପୁର ବ୍ଲକରେ ୧୬୧ ଦଶମିକ ୬ ମିଲିମିଟର, ବୋରିଗୁମ୍ମା ବ୍ଲକରେ ୧୩୮ ଦଶମିକ ୨ ମିଲିମିଟର, ନନ୍ଦପୁର ବ୍ଲକରେ ୧୨୧ ମିଲିମିଟର, କୋରାପୁଟ ବ୍ଲକରେ ୧୧୬ ଦଶମିକ ୪ ମିଲିମିଟର ଏବଂ ଲମତାପୁଟ ବ୍ଲକରେ ୧୦୪ ଦଶମିକ ୧ ମିଲିମିଟର ବର୍ଷା ହୋଇଛି।

ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବ୍ଲକରେ ୧୪୮ ଦଶମିକ ୨ ମିଲିମିଟର ଏବଂ ଛତ୍ରପୁର ବ୍ଲକରେ ୧୧୯ ଦଶମିକ ୪ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକରେ ୧୩୮ ମିଲିମିଟର ଏବଂ ନନ୍ଦାହାଣ୍ଡି ବ୍ଲକରେ ୧୨୮ ମିଲିମିଟର ବର୍ଷା ହୋଇଛି। ବାଲେଶ୍ୱର ଜିଲ୍ଲାର ବାଲେଶ୍ୱର ବ୍ଲକରେ ୧୨୬ ଦଶମିକ ୪ ମିଲିମିଟର ବର୍ଷା ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ଉଦଳା ବ୍ଲକରେ ୧୧୭ ଦଶମିକ ୩ ମିଲିମିଟର ବର୍ଷା ହୋଇଛି। ରାଜ୍ୟରେ ଗୋଟିଏ ବ୍ଲକରେ ଅତ୍ୟନ୍ତ ପ୍ରବଳ ବର୍ଷା, ୧୦ ବ୍ଲକରେ ପ୍ରବଳ ବର୍ଷା ଏବଂ ୩୫ ବ୍ଲକରେ ଭାରୀ ବର୍ଷା ରେକର୍ଡ ହୋଇଛି। 

ତୁହାକୁତୁହା ବର୍ଷା ଢାଳୁଛି। ସୁ ସୁ ନାଦରେ ପବନ ବହୁଛି। ଘଣ୍ଟା ପ୍ରତି ୧୨ କିମି ବେଗରେ ଉପକୂଳକୁ ମାଡ଼ି ଆସୁଛି ଗଭୀର ଅବପାତ। ସମୁଦ୍ର ମଧ୍ୟରେ ୫୦ରୁ ୬୦ କିମି ବେଗରେ ହେଉଛି ପବନ। ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଆରମ୍ଭ ହୋଇଗଲାଣି ପ୍ରଭାବ । ଆଜି ରାତିରେ ଓଡ଼ିଶା ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବ ଗଭୀର ଅବପାତ । ଯାହାକି ଏବେ ଗୋପାଳପୁରର ଦକ୍ଷିଣରେ ୧୫୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି।

ପୁରୀଠୁ ଦକ୍ଷିଣ-ଦକ୍ଷିଣପୂର୍ବରେ ୨୩୦ କିମି ଦୂରରେ ରହିଥିବାବେଳେ କଳିଙ୍ଗପାଟନମରୁ ୭୦ କିମି, ବିଶାଖାପାଟଣାରୁ ୧୫୦ କିମି ଦୂରରେ ରହିଛି ଗଭୀର ଅବପାତ । ଏବେ ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗକୁ ମୁହାଁଇବା ସମ୍ଭାବନା ରହିଛି । ଆଜି ରାତି ସୁଦ୍ଧା ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ରହିବାର ସମ୍ଭାବନା ରହିଛି। ସ୍ଥଳ ବିଶେଷରେ ଝଟକା ପବନର ବେଗ ୭୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। 

ସିମିଳିଗୁଡ଼ା 230.2
ଜୟପୁର 161.6
ବୋରିଗୁମ୍ମା 138.2
ନନ୍ଦପୁର 121
କୋରାପୁଟ 116.4
ଲମତାପୁଟ 104.1
ବ୍ରହ୍ମପୁର 148.2
ଛତ୍ରପୁର 119.4
ତେନ୍ତୁଳିଖୁଣ୍ଟି 138
ନନ୍ଦାହାଣ୍ଡି 128
ବାଲେଶ୍ୱର 126.4
ଉଦଳା 117.3

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।