Shutter Cut Open At Srirampur SBI Branch: ଏସବିଆଇ ଶାଖାର ସଟର କାଟି ଲୁଟ୍ ଉଦ୍ୟମ, CCTV ଫୁଟେଜ୍ ଯାଞ୍ଚ କରୁଛି ପୋଲିସ
ବ୍ୟାଙ୍କ ସଟର କାଟିଲେ ଦୁର୍ବୃତ୍ତ। ବାଲେଶ୍ୱର ବସ୍ତା ଥାନା ଅନ୍ତର୍ଗତ ଶ୍ରୀରାମପୁର ସ୍ଥିତ ଷ୍ଟେଟ ବ୍ୟାଙ୍କ ଶାଖାରେ ବିଳମ୍ବିତ ରାତିରେ ଦୁର୍ବୃତ୍ତ ଲୁଟ୍ ଉଦ୍ୟମ କରିଛନ୍ତି। ବ୍ୟାଙ୍କର ସଟର କାଟି ଭିତରକୁ ପଶି ଲୁଟ୍ ଉଦ୍ୟମ କରିଥିବା ଜଣାପଡ଼ିଛି। ସକାଳେ ସ୍ଥାନୀୟ ଲୋକେ ବ୍ୟାଙ୍କର ସଟର କଟା ହୋଇଥିବା ଦେଖିବା ପରେ ଘଟଣା ସମ୍ପର୍କରେ ବସ୍ତା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ବସ୍ତା ପୋଲିସ ସହ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ତେବେ ଲୁଟ୍ ହୋଇଥିବା ଟଙ୍କାର ପରିମାଣ ସମ୍ପର୍କରେ ଏଯାଏଁ ବ୍ୟାଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ବ୍ୟାଙ୍କର ବରିଷ୍ଠ ଅଧିକାରୀମାନଙ୍କ ସହ ଲୁଟ୍ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି ପୋଲିସ। ଦୁର୍ବୃତ୍ତ କେତେବେଳେ ବ୍ୟାଙ୍କ ଭିତରକୁ ପଶିଥିଲେ, କେତେ ଟଙ୍କା ଲୁଟ୍ ହୋଇଛି ଏବଂ ଲୁଟ୍ ପଛରେ କେତେଜଣ ସମ୍ପୃକ୍ତ ଅଛନ୍ତି, ସେନେଇ ତଦନ୍ତ ଜାରି ରହିଛି। ବ୍ୟାଙ୍କର ଆଖପାଖ ଅଞ୍ଚଳର CCTV ଫୁଟେଜ୍ ଯାଞ୍ଚ କରାଯାଉଛି। ଘଟଣା ପରେ ଶ୍ରୀରାମପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ...
ସଟର କାଟି ବ୍ୟାଙ୍କ ଲୁଟ୍ !
ବାଲେଶ୍ବର ବସ୍ତା ଶ୍ରୀରାମପୁର SBIରୁ ଲୁଟ୍ ଆଶଙ୍କା
ବ୍ୟାଙ୍କର ସଟର କାଟି ଭିତରକୁ ପଶିଥିଲେ ଲୁଟେରା
କଟା ସଟର ଦେଖି ପୋଲିସକୁ ଖବର ଦେଇଥିଲେ ଲୋକେ
ବ୍ୟାଙ୍କରେ ପହଞ୍ଚି ପୋଲିସର ତଦନ୍ତ ଆରମ୍ଭ
ବ୍ୟାଙ୍କରୁ କେତେ ଲୁଟ ହୋଇଛି ଅସ୍ପଷ୍ଟ
ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ପୋଲିସର ଆଲୋଚନା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।