Southern Odisha Rivers Rise After Persistent Rain: ଲଗାଣ ବର୍ଷା ପରେ ଦକ୍ଷିଣ ଓଡ଼ିଶାରେ ବନ୍ୟା ଆଶଙ୍କା, ବଢୁଛି ପ୍ରମୁଖ ନଦୀର ଜଳସ୍ତର

Sep 25, 2026 - 16:37
Southern Odisha Rivers Rise After Persistent Rain: ଲଗାଣ ବର୍ଷା ପରେ ଦକ୍ଷିଣ ଓଡ଼ିଶାରେ ବନ୍ୟା ଆଶଙ୍କା, ବଢୁଛି ପ୍ରମୁଖ ନଦୀର ଜଳସ୍ତର

ଲଗାଣ ବର୍ଷା ପରେ ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତି ନେଇ ଚିନ୍ତା ବଢିଛି। ଦକ୍ଷିଣ ଓଡ଼ିଶାର ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ଏବେ ବଢୁଥିବା ନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ।

ବର୍ଷା ପରେ ନଦୀଗୁଡ଼ିକର ଜଳସ୍ତର ଉପରେ ବିଭାଗ ପକ୍ଷରୁ ନଜର ରଖାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଇନ୍ଦ୍ରାବତୀ ଡ୍ୟାମ୍‌ର ୫ଟି ଗେଟ୍‌ ଖୋଲାଯାଇଛି। ଡ୍ୟାମ୍‌ରୁ ଜଳ ନିଷ୍କାସନ କରାଯାଉଥିବାରୁ ତଳମୁଣ୍ଡର ନଦୀ ଜଳସ୍ତର ଉପରେ ମଧ୍ୟ ନଜର ରଖାଯାଇଛି।

ତେବେ ବର୍ତ୍ତମାନ ସ୍ଥିତିରେ ସୁବର୍ଣ୍ଣରେଖା ନଦୀରେ ବଡ଼ ବନ୍ୟା ହେବାର ଆଶଙ୍କା ନାହିଁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀର ଜଳସ୍ତର କେବଳ ସତର୍କ ସୂଚନା ସ୍ତର ଛୁଇଁବାର ଆଶଙ୍କା ଥିବା କୁହାଯାଇଛି।

ସେହିପରି ବ୍ରାହ୍ମଣୀ ଓ ମହାନଦୀରେ ମଧ୍ୟ ବଡ଼ ବନ୍ୟାର ଆଶଙ୍କା ନାହିଁ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି। ତଥାପି ଲଗାଣ ବର୍ଷା ଯୋଗୁଁ ନଦୀଗୁଡ଼ିକର ଜଳସ୍ତର ବଢୁଥିବାରୁ ସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଛି।

ବର୍ଷା ଓ ନଦୀ ଜଳସ୍ତରର ସ୍ଥିତିକୁ ନେଇ ତଳିଆ ଅଞ୍ଚଳର ଲୋକଙ୍କ ମଧ୍ୟରେ ଚିନ୍ତା ରହିଥିବାବେଳେ, ବର୍ତ୍ତମାନ ବଡ଼ ଧରଣର ବନ୍ୟା ଆଶଙ୍କା ନଥିବା ବିଭାଗର ସୂଚନା କିଛିଟା ଆଶ୍ୱସ୍ତି ଆଣିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।