24 OCTOBER 2026

Welcome!

Unlock your personalized experience.
Sign Up

Space Science Research Centre: ଚାନ୍ଦିପୁରରେ ପ୍ରତିଷ୍ଠା ହେବ ବାୟୁମଣ୍ଡଳୀୟ ଓ ମହାକାଶ ବିଜ୍ଞାନ ଗବେଷଣା ‌କେନ୍ଦ୍ର

Oct 24, 2026 - 04:19
Space Science Research Centre: ଚାନ୍ଦିପୁରରେ ପ୍ରତିଷ୍ଠା ହେବ ବାୟୁମଣ୍ଡଳୀୟ ଓ ମହାକାଶ ବିଜ୍ଞାନ ଗବେଷଣା ‌କେନ୍ଦ୍ର

ଭୁବନେଶ୍ବର: ଭୂତତ୍ତ୍ବ ବିଜ୍ଞାନ ମନ୍ତ୍ରଣାଳୟ ପକ୍ଷରୁ ବାଲେଶ୍ବରର ଚାନ୍ଦିପୁରରେ ଏକ ବାୟୁମଣ୍ଡଳୀୟ ଓ ମହାକାଶ ବିଜ୍ଞାନ ଗବେଷଣା କେନ୍ଦ୍ର ସ୍ଥାପନ କରାଯିବ। ବାୟୁମଣ୍ଡଳ, ପାଣିପାଗ ଓ ମହାକାଶ ସ୍ଥିତି ସମ୍ପର୍କରେ ଗବେଷଣା କରିବାରେ ଏହି କେନ୍ଦ୍ର ସହାୟକ ହେବ। ଉକ୍ତ କେନ୍ଦ୍ର ସ୍ଥାପନ କରିବାକୁ ସତୀଶ ଧାୱନ ମହକାା କେନ୍ଦ୍ରର ନିର୍ମାଣ ଓ ରକ୍ଷଣାବେକ୍ଷଣ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍‌ଡିଓ) ଓ ମନ୍ତ୍ରଣାଳୟ ପକ୍ଷରୁ ମିଳିତ ସହଯୋଗରେ ଏହି କେନ୍ଦ୍ର ସ୍ଥାପନ କରାଯିବ। ପ୍ରକଳ୍ପରେ ୯.୦୬ କୋଟି ଟଙ୍କା ନିବେଶ ହେବ। ସିଭିଲ୍‌ ନିର୍ମାଣ କାର୍ଯ୍ୟରେ ୫.୬୭ କୋଟି ଟଙ୍କା, ବିଦ୍ୟୁତ୍‌ ବ୍ୟବସ୍ଥାରେ ୨.୯୭ କୋଟି ଟଙ୍କା ଏବଂ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥାରେ ୪୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। କାର୍ଯ୍ୟବରାଦ ଦିଆଯିବାର ୧୫ ମାସରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ।

Judgement: ଗୁରୁତର ଅପରାଧୀଙ୍କୁ ପ୍ରୋବେସନ୍‌ରେ ଛାଡ଼ିବା ନେଇ ସୁପ୍ରିମ୍‌କୋର୍ଟଙ୍କ ଭର୍ତ୍ସନା

ବାୟୁମଣ୍ଡଳର ଉପରି ଭାଗରେ ହେଉଥିବା ପରିବର୍ତ୍ତନକୁ ଜାଣିବା ସହଜ ହୋଇନଥାଏ। ବାଲେଶ୍ବର ରକେଟ୍‌ ଉତ୍‌କ୍ଷେପଣ କେନ୍ଦ୍ରରୁ ପଠାଯିବାକୁ ଥିବା ସାଉଣ୍ଡିଂ ରକେଟ୍‌ ସେହି ପରିବର୍ତ୍ତନକୁ ଜାଣିବା ପାଇଁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବ। ନୂଆ କେନ୍ଦ୍ରରେ ବୈଜ୍ଞାନିକମାନେ ସେହି ତଥ୍ୟ ବିଶ୍ଳେଷଣ କରି ପାଣିପାଗରେ ହେଉଥିବା ପରିବର୍ତ୍ତନକୁ ଭଲ ଭାବେ ଜାଣିପାରିବେ। ଜଳବାୟୁ ଉପରିଭାଗ ତଥ୍ୟ ପୃଥିବୀ ଚାରିପାଖରେ ଘଟୁଥିବା ପାଣିପାଗ ପରିବର୍ତ୍ତନକୁ ଅନୁଧ୍ୟାନ କରିବାରେ ସହାୟକ ହେବ। ଏହି କେନ୍ଦ୍ରକୁ ଏକ ଗବେଷଣା ସୁପର୍‌ ସାଇଟ୍‌ ଭାବେ ବିକାଶ କରାଯିବ। ସେଥିରେ ସରକାରଙ୍କ ବିଭିନ୍ନ ଏଜେନ୍ସିର ସହଯୋଗ ରହିବ। ୨୦୨୪ ଡିସେମ୍ବରରେ ରାଜ୍ୟସଭାରେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହି କେନ୍ଦ୍ର ସମ୍ପର୍କରେ ସୂଚନା ଦେଇଥିଲେ।

Amitabh Bachchan: ଅମିତାଭ ବଚ୍ଚନଙ୍କ ବଙ୍ଗଳା, ଦିଲଜିତ ଦୋସାଞ୍ଝଙ୍କ କନସର୍ଟକୁ ଟାର୍ଗେଟ୍‌

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।