ଚର୍ଚ୍ଚାରେ ରୁକ୍ମିଣୀ

Oct 24, 2026 - 06:20
ଚର୍ଚ୍ଚାରେ ରୁକ୍ମିଣୀ

କ୍ୟାରିୟର ଆରମ୍ଭରେ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ ହେଁ ପରବର୍ତ୍ତୀ ସମୟରେ ବଲିଉଡ୍‌ରୁ ମୁହଁ ଫେରାଇ ନେଇଥିଲେ।

ଏହାପରେ କନ୍ନଡ଼ ସିନେମାରେ ଅଭିନୟ କରି ଗୋଟିଏ ପରେ ଗୋଟିଏ ସଫଳ ଛବି ଦେଇ ଚାଲିଛନ୍ତି ବେଙ୍ଗାଲୁରୁ ଗର୍ଲ ରୁକ୍ମିଣୀ ବସନ୍ତ।

ଚଳିତବର୍ଷ 'କାନ୍ତାରା: ଚାପ୍ଟର ୧'ରେ ଅଭିନୟ ପାଇଁ ତାଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାସନାଲ୍‌ ମୁଭି ଆୱାର୍ଡସ୍‌।

ସେହିପରି ୨୦୨୫ରେ ଚଳଚ୍ଚିତ୍ର 'ବାଘିରା' ପାଇଁ ସେ ଫିଲ୍ମଫେୟାର ଆୱାର୍ଡସ୍‌ ସାଉଥ୍‌ର ମନୋନୟନରେ ଶ୍ରେଷ୍ଠ ଅଭିନେତ୍ରୀ ଦୌଡ଼ରେ ରହିଥିଲେ।

Advertisment Medal winners: ଏସୀୟ କ୍ରୀଡ଼ା ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜେତା କିଟ୍ ଓ କିସ୍ କ୍ରୀଡ଼ାବିତ୍‌ ସମ୍ବର୍ଦ୍ଧିତ ୨୦୨୬ରେ ବହୁଚର୍ଚ୍ଚିତ ଛବି 'ଟକ୍ସିକ୍‌'ରେ ୟଶ୍‌ଙ୍କ ବିପକ୍ଷରେ ନଜର ଆସି ପୂରା ଦେଶର ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ରୁକ୍ମିଣୀ।

୨୦୧୯ରେ ଉଦୟ ସିଂ ପାୱାରଙ୍କ ନିର୍ଦ୍ଦେଶିତ ହିନ୍ଦୀ ଛବିରେ ‌ସେ ବଲିଉଡ୍‌ ଡେବ୍ୟୁ କରିଥିଲେ।

ଏବେ ଶୁଣିବାକୁ ମିଳୁଛି, ନିର୍ଦ୍ଦେଶକ ଶ୍ରୀ କାର୍ତ୍ତିକଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିବେ ରୁକ୍ମିଣୀ।

ଏହି ଫିଲ୍ମରେ ସେ 'ଥାରା' ନାମକ ଚରିତ୍ରରେ ନଜର ଆସିବେ।

ଶୁକ୍ରବାର ନିର୍ମାତାଙ୍କ ପକ୍ଷରୁ ଏକ ଭିଡିଓ ଜରିଆରେ ରୁକ୍ମିଣୀଙ୍କ ନାମ ଘୋଷଣା କରାଯାଇଛି।

ତେବେ ଏ ଯାଏ ଫିଲ୍ମର ଶୀର୍ଷକ ଘୋଷଣା କରାଯାଇନାହିଁ।

ଏଥିରୁ ସ୍ପଷ୍ଟ ‌େଯ ଅଭିନେତ୍ରୀଙ୍କ ଲୋକପ୍ରିୟତା ଧୀରେ ଧୀରେ ବୃଦ୍ଧି ପାଉଛି।

ଲଣ୍ଡନ୍‌ ସ୍ଥିତ ରୟାଲ୍‌ ଏକାଡେମି ଅଫ୍‌ ଡ୍ରାମାଟିକ୍‌ ଆର୍ଟସ୍‌ରୁ ଅଭିନୟର ତାଲିମ ନେଇଥିବା ରୁକ୍ମିଣୀଙ୍କ ଭବିଷ୍ୟତ ଉଜ୍ଜ୍ବଳ ବୋଲି ଚର୍ଚ୍ଚା ହେଉଛି।

Judgement: ଗୁରୁତର ଅପରାଧୀଙ୍କୁ ପ୍ରୋବେସନ୍‌ରେ ଛାଡ଼ିବା ନେଇ ସୁପ୍ରିମ୍‌କୋର୍ଟଙ୍କ ଭର୍ତ୍ସନା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।