Speeding Thar Rams Scooter Rider: ଥାର୍ ଧକ୍କାରେ ୫୭ ବର୍ଷୀୟଙ୍କ ମୃତ୍ୟୁ, CCTVରେ କଏଦ ଭୟଙ୍କର ଦୃଶ୍ୟ
ଜୟପୁରରେ ପୁଣି ହିଟ୍-ଆଣ୍ଡ୍-ରନ୍ର ଚିତ୍ର। ଦ୍ରୁତଗତିରେ ଆସିଥିବା ଏକ ମହିନ୍ଦ୍ରା ଥାର୍ ଜଣେ ସ୍କୁଟି ଚାଳକଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଦୁର୍ଘଟଣାରେ ଗୁରୁତର ଆହତ ସ୍କୁଟି ଚାଳକଙ୍କ ପରେ ମୃତ୍ୟୁ ହୋଇଛି।
ମୃତକ ହେଉଛନ୍ତି ଜୟପୁର ସାଙ୍ଗାନେର ଅଞ୍ଚଳର ୫୭ ବର୍ଷୀୟ ନଭାଲ ଶର୍ମା। ଶନିବାର ସକାଳେ କାମକୁ ଯିବା ପାଇଁ ସ୍କୁଟିରେ ବାହାରିଥିଲେ। ରାସ୍ତାର ପାର୍ଶ୍ୱରେ ସ୍କୁଟିର ଚଳାଉଥିବା ବେଳେ ପଛପଟୁ ଆସିଥିଲା ଏକ କଳା ରଙ୍ଗର ଥାର୍।
ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି। ଭିଡିଓରେ ଦେଖାଯାଉଛି, ନଭାଲ ରାସ୍ତାର ଏକ ପାର୍ଶ୍ୱରେ ଯାଉଥିବା ବେଳେ ଥାର୍ଟି ପଛରୁ ଆସି ହଠାତ୍ ବାମପଟକୁ ମୋଡ଼ ନେଉଛି ଏବଂ ସିଧାସଳଖ ତାଙ୍କ ସ୍କୁଟିକୁ ଧକ୍କା ଦେଉଛି। ଧକ୍କା ଏତେ ଜୋରଦାର ଥିଲା ଯେ ନଭାଲ ଗୁରୁତର ଆହତ ହୋଇଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି।
ଏବେ ଥାର୍କୁ ଚିହ୍ନଟ କରିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳର CCTV ଫୁଟେଜ୍ ଯାଞ୍ଚ କରାଯାଉଥିବା ବେଳେ ଆଖପାଖ ଅଞ୍ଚଳର ଅନ୍ୟ କ୍ୟାମେରା ରେକର୍ଡିଂ ମଧ୍ୟ ସଂଗ୍ରହ କରାଯାଉଛି। ଗାଡ଼ିର ରୁଟ୍ ଓ ଏଥିରେ ଥିବା ଲୋକଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା ଚାଲିଛି।
ଜୟପୁରର ଏହି ଘଟଣାର ଠିକ୍ ଏକ ସପ୍ତାହ ପୂର୍ବରୁ ଗୁରୁଗ୍ରାମରେ ମଧ୍ୟ ଏକ ହିଟ୍-ଆଣ୍ଡ୍-ରନ୍ ଘଟଣା ଚର୍ଚ୍ଚାକୁ ଆସିଥିଲା। ବାଇକ୍ ଚାଳକ ଶିବାନୀ ଚୌହାନ୍ ଓରଫ୍ ସିଆଙ୍କୁ ଏକ କାର୍ ଧକ୍କା ଦେଇ ଚାଲିଯାଇଥିଲା। ସେହି ମାମଲାରେ ଅଭିଯୁକ୍ତ କଲ୍ୟାଣ ବୈନ୍ସଲା ଓ ତାଙ୍କ ସମ୍ପର୍କୀୟଙ୍କୁ ପରେ ରାଜସ୍ଥାନରୁ ଗିରଫ କରାଯାଇଥିଲା।
जयपुर में थार का कहर थमने का नाम नहीं ले रहा! सांगानेर में काली थार ने स्कूटी सवार 57 वर्षीय नवल शर्मा की जान ले ली। टक्कर मारकर चालक फरार, पूरी वारदात CCTV में कैद। पुलिस आरोपी की तलाश में जुटी।
— Manish Bhattacharya (INDIA TV)﮷ (@Manish_IndiaTV) September 21, 2026
आखिर कब थमेगा सड़कों पर रफ्तार का आतंक?#jaipur#thar@jaipur_policepic.twitter.com/4mf4VIPxKQ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।