02 SEPTEMBER 2026

Welcome!

Unlock your personalized experience.
Sign Up

SpiceJet Delhi-Pune flight: ସ୍ପାଇସ୍ ଜେଟ୍ ବିମାନରେ ଏସି ଅକାମୀ: ତାତିବାକୁ ଲାଗିଲା ବିମାନ

Aug 12, 2026 - 14:45
SpiceJet Delhi-Pune flight: ସ୍ପାଇସ୍ ଜେଟ୍ ବିମାନରେ ଏସି ଅକାମୀ: ତାତିବାକୁ ଲାଗିଲା ବିମାନ

, ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରି ଚିତ୍କାର କରିବାକୁ ଲାଗିଲେ ଯାତ୍ରୀ
ନୂଆଦିଲ୍ଲୀ: ଦିଲ୍ଲୀରୁ ପୁଣେ ଯାଉଥିବା ସ୍ପାଇସଜେଟର ଏକ ବିମାନରେ ଏସି ଅକାମୀ ଯୋଗୁଁ ଯାତ୍ରୀମାନେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରି ଅସ୍ଥିର ହୋଇ ଚିତ୍କାର କରିବାକୁ ଲାଗିଥିବା ଘଟଣା ସାମ୍ନାକୁ ଆସିଛି। ସେମାନେ କ୍ୟାବିନ କ୍ରୁଙ୍କୁ ବାହାରକୁ ଛାଡିବାକୁ ଅନୁରୋଧ କରିଥିଲେ। କିନ୍ତୁ ପାଇଲଟ ଏବଂ କ୍ୟାବିନ କ୍ରୁ କର୍ଣ୍ଣପାତ କରି ନଥିଲେ। ସବୁକିଛି ଦେଖିବା ସତ୍ତ୍ୱେ, ସେମାନେ ଯାତ୍ରୀଙ୍କ ଯନ୍ତ୍ରଣାକୁ ଅଣଦେଖା କରିଥିଲେ। ଜଣେ ଯାତ୍ରୀଙ୍କ ସତର୍କତା ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦେଇଥିଲା। କିଛି ଯାତ୍ରୀ ସମ୍ପୂର୍ଣ୍ଣ ଘଟଣାକୁ ନିଜ ମୋବାଇଲ୍ ଫୋନ୍‌ରେ କଏଦ କରିଥିଲେ। ଏହାର ଭିଡିଓଗୁଡ଼ିକ ଏବେ ଭାଇରାଲ ହେଉଛି। ସ୍ପାଇସଜେଟ୍ ଯାତ୍ରୀମାନଙ୍କର ହୋଇଥିବା ଅସୁବିଧା ପାଇଁ କ୍ଷମା ପ୍ରାର୍ଥନା କରିଛି। ବିମାନରେ ଯାତ୍ରୀମାନେ ହଙ୍ଗାମା କରି ସ୍ପାଇସଜେଟ୍ ବିରୋଧରେ ସ୍ଲୋଗାନ ଦେଇଥିଲେ। ଯେତେବେଳେ ଜଣାପଡିଥିଲା ଯେ ବିମାନରେ ପ୍ରକୃତରେ ଏସି କାମ କରୁନି ଏବଂ କୌଣସି ତ୍ରୁଟି ଅଛି। ସେତେବେଳେ ଯାତ୍ରୀଙ୍କୁ ତୁରନ୍ତ ବାହାର କରାଯାଇଥିଲା। ଯାହା ଫଳରେ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା।୧୧ ଅଗଷ୍ଟ ୨୦୨୬ରେ ସ୍ପାଇସଜେଟର ବିମାନ ଏସଜି-୧୦୫ ଦିଲ୍ଲୀରୁ ପୁଣେ ଅଭିମୁଖେ ଉଡ଼ାଣ କରୁଥିଲା। ଶେଷ ମୁହୂର୍ତ୍ତରେ ଏକ ଯାନ୍ତ୍ରିକ ସମସ୍ୟା ଦେଖାଦେଇଥିଲା। ବିମାନଟି ଦ୍ରୁତ ଗତିରେ ଗରମ ହେବାକୁ ଲାଗିଥିଲା। ପିଲାଙ୍କଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତ ବୟସର ଲୋକ ବିମାନରେ ଥିଲେ। ଭିତରର ତାପମାତ୍ରା ଏତେ ବଢ଼ି ଯାଇଥିଲା ଯେ, ଲୋକମାନେ ଏହାକୁ ସହ୍ୟ କରିପାରି ନଥିଲେ । ସମସ୍ତେ ଝାଳରେ ବୁଡ଼ି ଯାଇଥିଲେ। ସେମାନଙ୍କୁ ନିଶ୍ୱାସ ନେବାରେ କଷ୍ଟ ହୋଇଥିଲା। ସେମାନେ ଚିତ୍କାର କରିବାକୁ ଲାଗିଥିଲେ। ଶେଷରେ ପାଇଲଟ ବିମାନକୁ ରନୱେକୁ ଫେରାଇ ଆଣିଥିଲେ।

ସ୍ପାଇସଜେଟ୍ ଏହି ଘଟଣା ଏବଂ ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ କ୍ଷମା ପ୍ରାର୍ଥନା କରିଛି। ଏୟାରଲାଇନ୍ସ କହିଛି ଯେ, ବିମାନଟି ଶେଷ ମୁହୂର୍ତ୍ତରେ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା। ଯାତ୍ରୀମାନଙ୍କ ପାଇଁ ଏକ ବିକଳ୍ପ ବିମାନ ଉପଲବ୍ଧ କରାଯାଇଥିଲା ଏବଂ ପୁଣେକୁ ପଠାଯାଇଥିଲା। ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ ସ୍ପାଇସଜେଟ୍ ଦୁଃଖ ପ୍ରକାଶ କରୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।