Sri Lanka : ଭାରତ ବିପକ୍ଷ ପ୍ରଥମ ଟେଷ୍ଟ୍‌ ଲାଗି ଶ୍ରୀଲଙ୍କା ଦଳ ଘୋଷିତ

Aug 12, 2026 - 16:31
Sri Lanka : ଭାରତ ବିପକ୍ଷ ପ୍ରଥମ ଟେଷ୍ଟ୍‌ ଲାଗି ଶ୍ରୀଲଙ୍କା ଦଳ ଘୋଷିତ

"ଲମ୍ବୋ: ଭାରତ ବିପକ୍ଷ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଲାଗି ବୁଧବାର ଶ୍ରୀଲଙ୍କା ଦଳ ଘୋଷିତ ହୋଇଛି।

ଗଲ୍‌ରେ ଶନିବାରଠୁ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଲାଗି ଘୋଷିତ ୧୬ ଜଣିଆ ଦଳର ନେତୃତ୍ବ ଭାର ଧନଞ୍ଜୟ ଡି"ସିଲ୍‌ଭାଙ୍କୁ ମିଳିଥିଲା ‌ବେଳେ କାମିନ୍ଦୁ ମେଣ୍ଡିସ୍‌ ଉପଅଧିନାୟକ ରହିଛନ୍ତି।

ଅଭିଜ୍ଞ ୱିକେଟ୍‌କିପର ନିରୋଶାନ ଡିକ୍‌ୱେଲା ଓ ବାମହାତୀ ଦ୍ରୁତ ବୋଲର ଦିଲସାନ ମଦୁଶଙ୍କା ଦଳକୁ ଫେରିଛନ୍ତି।Advertisment କର୍ଣ୍ଣାଟକରେ ଗୁଟଖା ଓ ପାନ ମସଲା ବ୍ୟାନ୍: ବର୍ଷକ ପାଇଁ ନିଷେଧାଦେଶ ଜାରି ଆହତ ଯୋଗୁଁ ଦଳରେ ସାମିଲ ହୋଇ ନଥିବା କୁଶାଲ ମେଣ୍ଡିସଙ୍କ ସ୍ଥାନରେ ଡିକ୍‌ୱେଲାଙ୍କୁ ନିଆଯାଇଛି।

ଏହିି ବାମହାତୀ ଖେଳାଳି ୩ ବର୍ଷ ପରେ ଦଳକୁ ଫେରିଛନ୍ତି।

୨୦୨୩ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ଶେଷ ଟେଷ୍ଟ୍‌ ଖେଳିଥିଲେ।

ସେହିପରି ମଦୁଶଙ୍କା ମଧ୍ୟ ୩ ବର୍ଷ ପରେ ଫେରିଛନ୍ତି।

୨୦୨୩ରେ ସେ ଶେଷ ଥର ଲାଗି ଟେଷ୍ଟ୍‌ ମ୍ୟାଚ୍‌ ପାକିସ୍ତାନ ବିପକ୍ଷରେ ଖେଳିଛନ୍ତି।

ବ୍ୟାଟର୍‌ ପଥୁମ ନିଶଙ୍କା ଆହତ ଯୋଗୁଁ ଦଳରୁ ବାଦ୍‌ ପଡ଼ିଛନ୍ତି।

ଅଫ୍‌ସ୍ପିନର କେଶରା ନୁୱାନ୍ତା ଓ ବ୍ୟାଟର୍‌ ପସିନ୍ଦୁ ସୂରିୟାବନ୍ଦରା ଟେଷ୍ଟ୍‌ ପଦାର୍ପଣ ସୁଯୋଗ ପାଇଛନ୍ତି।

୩ ବର୍ଷ ପରେ ଫେରିଲେ ଡିକ୍‌ୱାଲା, ମଦୁଶଙ୍କା ନୁଆନ୍ତା  ଶ୍ରୀଲଙ୍କା ଦଳ: ଧନଞ୍ଜୟ ଡି"ସିଲ୍‌ଭା, ଲାହିରୁ ଉଡାନା, ନିଶାନ ମଦୁସ୍କା, କାମିନ୍ଦୁ ମେଣ୍ଡିସ, ଦିନେଶ ଚାନ୍ଦିମାଳ, ପସିନ୍ଦୁ ସୂରିୟାବନ୍ଦରା, ସୋନାଲ ଦିନୁଶା, ନିରୋଶାନ ଡିକ୍‌ୱାଲା, ରମେଶ ମେଣ୍ଡିସ୍‌, ପ୍ରବଥ ଜୟସୂରିୟା, କେଶାରା ନୁଆନ୍ତା, ମିଲନ ରଥନାୟକ, ଅସିତ ଫର୍ଣ୍ଣାଣ୍ଡୋ, ଲାହିରୁ କୁମାରା, ବିଶ୍ବ ଫର୍ଣ୍ଣାଣ୍ଡୋ, ଦିଲସାନ ମଧୁଶଙ୍କା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।