SSC CGL 2026: ଏସ୍‌ଏସ୍‌ସି ସିଜିଏଲ୍‌ରେ ୧,୫୨୫ ପଦ କମିଲା, ଏବେ ୧୦,୭୩୧ ପଦରେ ହେବ ନିଯୁକ୍ତି...

Sep 25, 2026 - 20:14
SSC CGL 2026: ଏସ୍‌ଏସ୍‌ସି ସିଜିଏଲ୍‌ରେ ୧,୫୨୫ ପଦ କମିଲା, ଏବେ ୧୦,୭୩୧ ପଦରେ ହେବ ନିଯୁକ୍ତି...

"ନୂଆଦିଲ୍ଲୀ: ଏସ୍‌ଏସ୍‌ସି ସିଜିଏଲ୍‌ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଅପଡେଟ୍ ଆସିଛି।

ଷ୍ଟାଫ୍ ସିଲେକ୍ସନ କମିସନ (ଏସ୍‌ଏସ୍‌ସି) ସଂଶୋଧିତ ନିଯୁକ୍ତି ସଂଖ୍ୟା ଜାରି କରିଛି।

ଏବେ ମୋଟ ୧୦,୭୩୧ଟି ଗ୍ରୁପ୍‌-ବି ଓ ଗ୍ରୁପ୍‌-ସି ପଦ ପୂରଣ ହେବ।

ପୂର୍ବରୁ ୧୨,୨୫୬ଟି ପଦରେ ନିଯୁକ୍ତି ହେବ ବୋଲି କୁହାଯାଇଥିଲା।

ଅର୍ଥାତ୍‌ ଏବେ ୧,୫୨୫ଟି ପଦ କମିଛି।ଏହି ପଦଗୁଡ଼ିକ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ ପୂରଣ କରାଯିବ।

ଏଥିରେ ସେଣ୍ଟ୍ରାଲ୍ ଏକ୍‌ସାଇଜ୍ ଇନ୍ସପେକ୍ଟର, ଇନକମ୍ ଟ୍ୟାକ୍ସ ଇନ୍ସପେକ୍ଟର, ଟ୍ୟାକ୍ସ ଆସିଷ୍ଟାଣ୍ଟ, ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର, ଅଡିଟର ଓ ଆସିଷ୍ଟାଣ୍ଟ ଅଡିଟ୍ ଅଫିସର ଭଳି ପଦ ରହିଛି।

ତେବେ SSC କହିଛି ଯେ ଏହି ଭ୍ୟାକେନ୍ସି ଏବେ ମଧ୍ୟ ଅସ୍ଥାୟୀ।

ନିଯୁକ୍ତି ପ୍ରକ୍ରିୟା ସମୟରେ ପଦ ସଂଖ୍ୟାରେ ପରିବର୍ତ୍ତନ ହୋଇପାରେ।Advertisment ଆହୁରି ପଢ଼ନ୍ତୁ- 🔴Heavy rain: କଳିଙ୍ଗା ଘାଟିର ସ୍ଥିତି ପରଖିଲେ ବିଧାୟକ; ଫୁଲୁଛି ବଂଶଧାରା, ବଢ଼ୁଛି ଜଳସ୍ତର; ଆସନ୍ତାକାଲି କଟକ ଜିଲ୍ଲାର ସବୁ ସ୍କୁଲ ଛୁଟି କେଉଁ ବର୍ଗରେ କେତେ ପଦ?

ମୋଟ୍‌ ୧୦,୭୩୧ ପଦ ମଧ୍ୟରୁ ଜେନେରାଲ ବର୍ଗ ପାଇଁ ୪,୪୧୨, ଓବିସି ପାଇଁ ୨,୭୭୨, ଏସ୍‌ସି ପାଇଁ ୧,୭୧୫, ଏସ୍‌ଟି ପାଇଁ ୮୦୪ ଏବଂ ଇଡବ୍ଲ୍ୟୁଏସ୍ ପାଇଁ ୧,୦୨୮ଟି ପଦ ରହିଛି।

କ୍ଷେତ୍ରୀୟ ଆରକ୍ଷଣ ଅଧୀନରେ ଇଏସ୍‌ଏମ୍‌ ପାଇଁ ୩୭୩, ଓଏଚ୍‌ ପାଇଁ ୧୨୨, ଏଚ୍‌ଏଚ୍‌ ପାଇଁ ୧୩୮, ଭିଏଚ୍‌ ପାଇଁ ୯୯ ଏବଂ ଅନ୍ୟ ପିଡବ୍ଲ୍ୟୁଡି ବର୍ଗ ପାଇଁ ୧୦୫ଟି ପଦ ରହିଛି।

ସେଣ୍ଟ୍ରାଲ୍ ଏକ୍ସାଇଜ୍ ଇନ୍ସପେକ୍ଟର ପଦ ଅଧିକ ସଂଶୋଧିତ ତାଲିକାରେ ସେଣ୍ଟ୍ରାଲ୍ ଏକ୍ସାଇଜ୍ ଇନ୍ସପେକ୍ଟର ପଦ ସଂଖ୍ୟା ଅଧିକ ରହିଛି।

ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଇନଡାଇରେକ୍ଟ ଟ୍ୟାକ୍ସେସ୍ ଆଣ୍ଡ କଷ୍ଟମ୍ସ ଅଧୀନରେ ଏହି ପଦ ପାଇଁ ୨,୩୩୬ଟି ଭ୍ୟାକେନ୍ସି ରହିଛି।

ଏହାପରେ ଟ୍ୟାକ୍ସ ଆସିଷ୍ଟାଣ୍ଟ ପାଇଁ ୧,୪୦୦ଟି ପଦ ରହିଛି।

ଏଥିରୁ ସିବିଆଇସି ଅଧୀନରେ ୮୪୧ଟି ପଦ ରହିଛି।

ସେହିପରି ସେଣ୍ଟ୍ରାଲ୍ ସେକ୍ରେଟାରିଏଟ୍ ସର୍ଭିସ୍‌ରେ ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର ପାଇଁ ୬୬୮ଟି ଏବଂ ଇନକମ୍ ଟ୍ୟାକ୍ସ ଇନ୍ସପେକ୍ଟର ପାଇଁ ୫୯୫ଟି ପଦ ରହିଛି।

ସିଏଜି ଅଧୀନରେ ମଧ୍ୟ ଅନେକ ପଦ ଆହୁରି ପଢ଼ନ୍ତୁ- Bear: ଭାଲୁ ଆତଙ୍କ; ଦୁଇ ଦିନରେ ଘର ଓ ଗୁହାଳରେ ରହିଲା କମ୍ପ୍ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ୍ ଅଫ୍ ଇଣ୍ଡିଆ (ସିଏଜି) ଅଧୀନରେ ମଧ୍ୟ ଅନେକ ପଦ ରହିଛି।

ଷ୍ଟେଟ୍ କ୍ୟାଡରରେ ଆସିଷ୍ଟାଣ୍ଟ ଆକାଉଣ୍ଟସ୍ ଅଫିସର ପାଇଁ ୫୦୪ ଏବଂ ଆସିଷ୍ଟାଣ୍ଟ ଅଡିଟ୍ ଅଫିସର ପାଇଁ ୫୦୪ଟି ପଦ ରହିଛି।

ସେହିପରି ସେଣ୍ଟ୍ରାଲ୍ କ୍ୟାଡର୍‌ରେ ଆସିଷ୍ଟାଣ୍ଟ ଅଡିଟ୍ ଅଫିସର ପାଇଁ ୫୧୩ଟି ପଦ ରହିଛି।

ରାଜ୍ୟ ଅନୁସାରେ ଭ୍ୟାକେନ୍ସି ତଥ୍ୟ ଏସ୍‌ଏସ୍‌ସି ପକ୍ଷରୁ ଅଲଗା ଭାବେ ଷ୍ଟେଟ୍‌ୱାଇଜ୍‌ କିମ୍ବା ରିଜିଅନ୍‌ୱାଇଜ୍‌ ଭ୍ୟାକେନ୍ସି ତଥ୍ୟ ଜାରି କରାଯାଏ ନାହିଁ।

ତେବେ ସଂଶୋଧିତ ନୋଟିସ୍‌ରେ ପଦ ଓ ବିଭାଗ ଅନୁସାରେ ତଥ୍ୟ ଦିଆଯାଇଛି।

ଏସ୍‌ଏସ୍‌ସି ସିଜିଏଲ୍‌ ମାଧ୍ୟମରେ ସ୍ନାତକ ଯୋଗ୍ୟତା ଥିବା ପ୍ରାର୍ଥୀଙ୍କୁ ବିଭିନ୍ନ ଗ୍ରୁପ୍‌-ବି ଓ ଗ୍ରୁପ୍‌-ସି ପଦରେ ନିଯୁକ୍ତି ଦିଆଯାଏ।

ଚୟନ ପ୍ରକ୍ରିୟାରେ ଟିଅର-୧, ଟିଅର-୨ ଏବଂ ଏହାପରେ ଡକ୍ୟୁମେଣ୍ଟ ଭେରିଫିକେସନ୍ ରହିଛି।

ପ୍ରାର୍ଥୀମାନେ ସଂଶୋଧିତ ଭ୍ୟାକେନ୍ସିକୁ ଧ୍ୟାନରେ ରଖି ପ୍ରସ୍ତୁତି କରିବା ଆବଶ୍ୟକ।

ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।