CBSE: ମନଦୀପ ଭଣ୍ଡାରୀ ସିବିଏସ୍‌ଇର ନୂଆ ଅଧ୍ୟକ୍ଷ ନିଯୁକ୍ତ

Sep 25, 2026 - 22:09
CBSE: ମନଦୀପ ଭଣ୍ଡାରୀ ସିବିଏସ୍‌ଇର ନୂଆ ଅଧ୍ୟକ୍ଷ ନିଯୁକ୍ତ

"ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ( ସିବିଏସ୍‌ଇ) ଆଜି ଆଇଏଏସ୍‌ ଅଫିସର ମନଦୀପ କେ ଭଣ୍ଡାରୀଙ୍କୁ ନୂଆ ଅଧ୍ୟକ୍ଷ ନିଯୁକ୍ତ କରିଛି ।

ଦ୍ବାଦଶ ଶ୍ରେଣୀ ଉତ୍ତର ଖାତା ମୂଲ୍ୟାୟନ ପାଇଁ ସିବିଏସ୍‌ଇ ଆରମ୍ଭ କରିଥିବା ନୂଆ ଓଏସ୍ଏମ୍‌ (ଅନ୍‌ ସ୍କ୍ରିନ୍‌ ମାର୍କିଂ ସିଷ୍ଟମ୍‌)କୁ ନେଇ ବିବାଦ ହେବାର ୪ ମାସ ପରେ ସିବିଏସ୍‌ଇ ଭଣ୍ଡାରୀଙ୍କୁ ଏହାର ନୂଆ ଅଧ୍ୟକ୍ଷ ନିଯୁକ୍ତ କରିଛି ।Advertisment Bank: ବ୍ୟାଙ୍କରେ ୫ଦିନିଆ କାର୍ଯ୍ୟ ଦାବି, ସରକାର ମାନିନାହାନ୍ତି ସ୍ପଷ୍ଟ କଲା ଅର୍ଥ ମନ୍ତ୍ରଣାଳୟ କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍‌ସନ୍‌ ବିଭାଗ ଦ୍ବାରା ଜାରି ସରକାରୀ ଅର୍ଡର୍‌ ଅନୁଯାୟୀ ୨୦୦୧ ବ୍ୟାଚ୍‌ର ଏଜିଏମ୍‌ୟୁଟି କ୍ୟାଡର୍ ଆଇଏଏସ୍‌ ଅଫିସରଙ୍କୁ ଶିକ୍ଷା ମନ୍ତ୍ରାଳୟ ଅଧୀନରେ ସିବିଏସ୍‌ଇର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି ।

ଭଣ୍ଡାରୀ ଜଣେ ମେଡିକାଲ ଗ୍ରାଜୁଏଟ୍‌ ।

ତାଙ୍କ କ୍ୟାରିୟର୍‌ରେ ସେ ଲେହ ଓ ଜମ୍ମୁର ଡେପୁଟି କମିସନର ସମେତ ବିଭିନ୍ନ ପ୍ରଶାସନିକ ପଦବୀରେ ରହିଛନ୍ତି ।‌ ସେ ମଧ୍ୟ ଜମ୍ମୁରେ ଡିଭିଜନାଲ କମିସନର ଭାବେ ଦାୟିତ୍ବ ତୁଲାଇଥିଲେ ଏବଂ ଜମ୍ମୁ କାଶ୍ମୀର ପ୍ରଶାସନରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଇଥିଲେ ।

କେନ୍ଦ୍ରରେ ସେ ୨୦୧୮ ଜାନୁଆରିରୁ ସେପ୍ଟେମ୍ବର ମଧ୍ୟରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ପ୍ରାଇଭେଟ୍ ସେକ୍ରେଟାରି ଥିଲେ ।

ସେ ମଧ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଯୁଗ୍ମ ସଚିବ ଭାମେ କାର୍ଯ୍ୟ କରିଛନ୍ତି ।

ଭଣ୍ଡାରୀ ଶ୍ରୀ ମାତା ବୈଷ୍ଣୋଦେବୀ ସ୍ରାଇନ୍‌ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ବ ତୁଲାଇଥିଲେ ଏବଂ ଜମ୍ମୁ କାଶ୍ମୀର ସ୍ବାସ୍ଥ୍ୟ ଏବଂ ମେଡିକାଲ ଶିକ୍ଷା ବିଭାଗରେ ଦାୟିତ୍ବ ତୁଲାଇଥିଲେ ।

ବର୍ତ୍ତମାନ ସେ ଜମ୍ମୁ-କାଶ୍ମୀର ଉପରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।