Starlink India: ‘ଭାରତରେ ଷ୍ଟାରଲିଙ୍କ୍ ସେବା ସୁଲଭ ରହିବ’
"ନୂଆଦିଲ୍ଲୀ: ଭାରତରେ ଷ୍ଟାରଲିଙ୍କ୍ ଦ୍ବାରା ପ୍ରଦାନ କରାଯିବାକୁ ଥିବା ସାଟେଲାଇଟ୍ ଟେଲିକମ୍ ସେବା ସୁଲଭ ରହିବ ବୋଲି କମ୍ପାନିର ମାଲିକ ଏଲନ୍ ମସ୍କ ଦୃଢ଼ୋକ୍ତି ବାଢ଼ିଛନ୍ତି।
ଭାରତରେ ଷ୍ଟାରଲିଙ୍କ୍ ପକ୍ଷରୁ ପ୍ରଦାନ କରାଯିବାକୁ ଥିବା ସେବାର ମୂଲ୍ୟ କେତେ ରହିବ ତାହା ସେ ସ୍ପଷ୍ଟ କରି ନଥିଲେ ମଧ୍ୟ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।
ଭାରତରେ ମୋବାଇଲ ଡାଟା ମୂଲ୍ୟ ଗିଗାବାଇଟ୍ ପିଛା ୭.୭୪ ଟଙ୍କା ( ୦.୦୮ ଡଲାର) ରହିଛି, ଯାହାକି ବିଶ୍ବରେ ଅନ୍ୟତମ କମ୍।
Advertisment ସାମାଜିକ ଗଣମାଧ୍ୟମ ଏକ୍ସରେ ମସ୍କ କହିଛନ୍ତି, ଯଦି ଷ୍ଟାରଲିଙ୍କ୍ ସେବା ଭାରତରେ ବ୍ୟୟବହୁଳ ହେବ ତାହାକୁ କେହି ନେବେ ନାହିଁ।
ତେଣୁ ସ୍ପେସ୍ଏକ୍ସକୁ ଉକ୍ତ ସେବାକୁ ସୁଲଭ କରିବାକୁ ହେବ।
ବାସ୍ତବତା ହେଉଛି ଗ୍ରାହକଙ୍କୁ ଅଧିକ ପସନ୍ଦ ମିଳିବା ଫଳରେ ସାଧାରଣ ନାଗରିକମାନେ ବହୁଳ ଭାବେ ପ୍ରତିଯୋଗିତାରୁ ଉପକୃତ ହେବେ।
ଅମ୍ବାନିଙ୍କ ଲାଭ କମିଯିବ, କିନ୍ତୁ ସେ ବ୍ୟବସାୟ ଛାଡ଼ି ଚାଲିଯିବେ ନାହିଁ ବୋଲି ମସ୍କ କହିଛନ୍ତି।
Starlink India: "ଭାରତରେ ଷ୍ଟାରଲିଙ୍କ୍ ସେବା ସୁଲଭ ରହିବ" ପୂର୍ବରୁ ଆଣିଥିଲେ ଅଭିଯୋଗଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ମସ୍କ ଅନ୍ୟ ଏକ ପୋଷ୍ଟ କରିଥିଲେ।
ସେଥିରେ ଜିଓକୁ ଅନୁଗ୍ରହ ଦେଖାଇବା ପାଇଁ ଷ୍ଟାରଲିଙ୍କ୍କୁ ଭାରତରେ ପ୍ରବେଶ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଓ ମୁକେଶ ଅମ୍ବାନୀ ଅନୁମତି ଦେଉନାହାନ୍ତି ବୋଲି ଅଭିଯୋଗ କରିଥିଲେ।
ଏହା ପରେ ଭାରତ ସରକାରଙ୍କ ପକ୍ଷରୁ ମଞ୍ଜୁରି ପ୍ରକ୍ରିୟାରେ କୌଣସି ପାତରଅନ୍ତର କରାଯାଉ ନାହିଁ ବୋଲି କୁହାଯାଇଥିଲା।
ଷ୍ଟାରଲିଙ୍କ୍ ଓ ଜିଓ ସହିତ ମୋଟ ୩ଟି କମ୍ପାନି ସାଟେଲାଇଟ୍ ଟେଲିକମ ସେବା ଯୋଗାଇବା ପାଇଁ ଆବେଦନ କରିଛନ୍ତି।
ସମସ୍ତେ ସୁରକ୍ଷା କ୍ଲିୟରାନ୍ସ ପାଇଁ ଅପେକ୍ଷା କରିଛନ୍ତି ବୋଲି କୁହାଯାଇଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।