State Congress Convenes High-Level Meeting: କଂଗ୍ରେସ ଭବନରେ ରାଜ୍ୟ କଂଗ୍ରେସର ବଡ଼ ବୈଠକ, ଅଧ୍ୟକ୍ଷତା କଲେ ପ୍ରଭାରୀ ଲାଲଜି ଦେଶାଇ

ବସିଲା ରାଜ୍ୟ କଂଗ୍ରେସର ବଡ ବୈଠକ। ପ୍ରଭାରୀ ଲାଲଜି ଦେଶାଇ ନେଇଛନ୍ତି ରାଜନୈତିକ ବ୍ୟାପାର କମିଟି ବୈଠକ। PAC ବୈଠକ ପରେ ଦଳର ବରିଷ୍ଠ ନେତାଙ୍କ ବୈଠକ ରହିଛି। କେଉଁ ରାଜନୈତିକ ପ୍ରସ୍ତାବ ପାରିତ ହୋଇଛି ଓ ତାହା କେତେ ପ୍ରତିଫଳିତ ହୋଇଛି ତାହା ଉପରେ ହେବ ଆଲୋଚନା। ଆଗକୁ PAC କଣ କଣ ପ୍ରସଙ୍ଗ ହାତକୁ ନେବ ? ସେ ନେଇ ମଧ୍ୟ ମତ ନେବେ ପ୍ରଭାରୀ।
ବିଧାୟକ ଦଳ ସହିତ ପିସିସି, ବରିଷ୍ଠ ନେତା , PAC ସହିତ ପିସିସିର ସମନ୍ଵୟ ସମ୍ପର୍କରେ ମଧ୍ୟ ବ୍ୟାପକ ଆଲୋଚନା ହେବ। ସରକାରୀ ବିଫଳତାକୁ ନେଇ କଂଗ୍ରେସ କିଭଳି ଆଗକୁ ବଢ଼ିବ ଓ କେଉଁ ପ୍ରସଙ୍ଗ ଧରି ଲୋକଙ୍କ ପାଖକୁ ଯିବ କଂଗ୍ରେସ ସେ ନେଇ ନେତାଙ୍କ ଠାରୁ ମତ ନେବେ ପ୍ରଭାରୀ। ଯେହେତୁ ଜିଲ୍ଲା ସଭାପତିଙ୍କ ସହିତ ବ୍ୟକ୍ତିଗତ ଭାବରେ ୱାନ ଟୁ ୱାନ୍ ସରିଛି, ତେଣୁ ଆଜିର PAC ଓ ବରିଷ୍ଠ ନେତାଙ୍କ ବୈଠକକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।