State Government Scraps Quota: ସରକାରୀ ନିଯୁକ୍ତିରେ ବଡ଼ ପରିବର୍ତ୍ତନ କଲେ ରାଜ୍ୟ ସରକାର, ଏହି ୩ ସର୍ତ୍ତ ନ ମାନିଲେ ଚାକିରି ନାହିଁ

Aug 14, 2026 - 16:27
State Government Scraps Quota: ସରକାରୀ ନିଯୁକ୍ତିରେ ବଡ଼ ପରିବର୍ତ୍ତନ କଲେ ରାଜ୍ୟ ସରକାର, ଏହି ୩ ସର୍ତ୍ତ ନ ମାନିଲେ ଚାକିରି ନାହିଁ

ଅରୁଣାଚଳ ପ୍ରଦେଶରେ ସରକାରୀ ଚାକିରି ନିଯୁକ୍ତିକୁ ନେଇ ବଡ଼ ନିଷ୍ପତ୍ତି। ୧୯୯୧ରୁ ଚାଲିଆସୁଥିବା ୮୦:୨୦ କୋଟା ବ୍ୟବସ୍ଥାକୁ ରାଜ୍ୟ କ୍ୟାବିନେଟ୍ ରଦ୍ଦ କରିଛି। ଏଣିକି ସମସ୍ତ ସରକାରୀ ପଦର ସିଧାସଳଖ ନିଯୁକ୍ତି ପାଇଁ ସମାନ ଯୋଗ୍ୟତା ନିୟମ ଲାଗୁ ହେବ।

ନୂଆ ନିୟମ ଅନୁସାରେ ପ୍ରାର୍ଥୀଙ୍କ ପାଇଁ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ବା PRC, APST ମାନ୍ୟତା ଏବଂ ଅରୁଣାଚଳ ପ୍ରଦେଶର ଅତିକମ୍‌ରେ ଗୋଟିଏ ସ୍ୱଦେଶୀ ଜନଜାତି ଭାଷାର ଜ୍ଞାନ ବାଧ୍ୟତାମୂଳକ ହେବ।

ପୂର୍ବରୁ ୮୦ ପ୍ରତିଶତ ସରକାରୀ ପଦ APST ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଥିଲା, ଆଉ ୨୦ ପ୍ରତିଶତ ପଦ ଅନ୍ୟ ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ଖୋଲା ଥିଲା। ଏବେ ଏହି ବ୍ୟବସ୍ଥା ହଟିଛି।

ନୂଆ ନିୟମ ତୁରନ୍ତ ଲାଗୁ ହେବ ଏବଂ Group A, B, C ସମେତ ସମସ୍ତ ସମାନ ପଦରେ ପ୍ରଯୁଜ୍ୟ ହେବ। ନିଯୁକ୍ତି ପରେ ଭାଷା ପରୀକ୍ଷାର ବ୍ୟବସ୍ଥା ମଧ୍ୟ ରହିବ।

ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ କହିଛନ୍ତି, ଅରୁଣାଚଳବାସୀଙ୍କ ସେବା କରିବାକୁ ହେଲେ ସେମାନଙ୍କ ଅତିକମ୍‌ରେ ଗୋଟିଏ ଭାଷା ଜାଣିବା ଦରକାର। ଏହି ନିଷ୍ପତ୍ତି ଦ୍ୱାରା ସରକାରୀ ଚାକିରିରେ ସ୍ଥାନୀୟ ଓ ଜନଜାତି ମାନଦଣ୍ଡକୁ ଆହୁରି ଗୁରୁତ୍ୱ ମିଳିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।