Close Call Near Puri Railway Station: ପୁରୀ ରେଳଷ୍ଟେସନ ନିକଟରେ ଟଳିଗଲା ବଡ଼ ଅଘଟଣ, ଅଳ୍ପକେ ବର୍ତ୍ତିଲେ ଟ୍ରେନରେ ଆସୁଥିବା ଯାତ୍ରୀ

Aug 14, 2026 - 16:27
Close Call Near Puri Railway Station: ପୁରୀ ରେଳଷ୍ଟେସନ ନିକଟରେ ଟଳିଗଲା ବଡ଼ ଅଘଟଣ, ଅଳ୍ପକେ ବର୍ତ୍ତିଲେ ଟ୍ରେନରେ ଆସୁଥିବା ଯାତ୍ରୀ

ପୁରୀ ଷ୍ଟେସନ ନିକଟରେ ଟଳିଗଲା ଏକ ବଡ଼ ଅଘଟଣ। ଅଳ୍ପକେ ବର୍ତ୍ତିଗଲେ ଶହ ଶହ ଯାତ୍ରୀ। ପୁରୀ ଷ୍ଟେସନରୁ ମାତ୍ର 500 ମିଟର ଦୂରରେ ତାଳଚେରରୁ ପୁରୀ ଆସୁଥିବା ମେମୋ ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ୩ ନମ୍ବର ପ୍ଲାଟଫର୍ମ ନିକଟରେ ଟ୍ରେନର ଇଂଜିନ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛିି। ତେବେ ସୌଭାଗ୍ୟବଶତଃ ଟ୍ରେନ୍ ଧୀର ଗତିରେ ଥିବାରୁ ବଡ଼ ଧରଣର କ୍ଷୟକ୍ଷତି ଘଟିନାହିଁ।

ଲାଇନଚ୍ୟୁତ ହେବା ପରେ ଟ୍ରେନ୍ ସେହିଠାରେ ଅଟକି ରହିଥିଲା। ରେଳ କର୍ମଚାରୀ ଏବଂ RPF ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ସମ୍ଭାଳିଥିଲେ। ଲାଇନଚ୍ୟୁତ ଟ୍ରେନକୁ ହଟାଇବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ଟ୍ରେନ୍ ଚଳାଚଳରେ ସ୍ୱଳ୍ପ ବ୍ୟାଘାତ ସୃଷ୍ଟି ହୋଇଥିଲେ ମଧ୍ୟ ଅନ୍ୟ କୌଣସି ଟ୍ରେନ୍ ପ୍ରଭାବିତ ହୋଇନାହିଁ। ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ଜଣାପଡିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

ପୁରୀ ଷ୍ଟେସନ ନିକଟରେ ଟଳିଗଲା ଏକ ବଡ଼ ଅଘଟଣ
ପୁରୀ ଷ୍ଟେସନ ନିକଟରେ ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ
୩ ନଂ ପ୍ଲାଟଫର୍ମ ନିକଟରେ ଇଂଜିନ ଲାଇନଚ୍ୟୁତ
ଅଳ୍ପକେ ବର୍ତ୍ତିଗଲେ ତାଳଚେରରୁ ପୁରୀ ଆସୁଥିବା ଯାତ୍ରୀ
ଘଟଣାସ୍ଥଳରେ ରେଳବାଇ ଓ RPF କର୍ମଚାରୀ
ଲାଇନଚ୍ୟୁତ ଟ୍ରେନକୁ ହଟାଇବା ପାଇଁ କାର୍ଯ୍ୟ ଆରମ୍ଭ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।