STF Launches Probe Into Orangutan Rescue Case: ଓରାଙ୍ଗଉଟାନ ଉଦ୍ଧାର ଘଟଣା, ବାଲେଶ୍ବର ଗଲା ଏସଟିଏଫ୍
ବାଲେଶ୍ୱର ଭୋଗରାଇ ଅଂଚଳରୁ ଓରାଙ୍ଗଉଟାନ ଉଦ୍ଧାର ଘଟଣା। ଓଡ଼ିଶାର ବାଲେଶ୍ବର ଅଂଚଳକୁ କେଉଁଠୁ ଆସିଲେ ଏ ଜୀବ, ତଦନ୍ତ କରିବାକୁ ବାଲେଶ୍ବର ଗଲା ଏସଟିଏଫ୍। ୫ ଓରାଙ୍ଗଉଟାନ ମିଳିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ତଦନ୍ତ ଆରମ୍ଭ ନେଇ STF ଆଇଜି ହିମାଂଶୁ ଲାଲ ସୂଚନା ଦେଇଛନ୍ତି। ସେପଟେ ଭୋଗରାଇ ଅଞ୍ଚଳରୁ ଉଦ୍ଧାର ୫ ଓରାଙ୍ଗଉଟାନଙ୍କୁ ଭୁବନେଶ୍ୱର ଅଣାଯାଇଛି।
ନନ୍ଦନକାନନର ଜୀବଜନ୍ତୁ ଚିକିତ୍ସାଳୟର କ୍ବାରାଣ୍ଟାଇନ କୋଠରୀରେ ରଖାଯାଇଛି।ଗତକାଲି ଆସିବା ପରେ ପ୍ରଥମେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ସୁରକ୍ଷା କାରଣରୁ ପ୍ରାୟ ମାସେ ଧରି ଓରାଙ୍ଗଉଟାନମାନଙ୍କୁ ସଂଘରୋଧ ଗୃହରେ ସ୍ୱତନ୍ତ୍ର ନିରୀକ୍ଷଣରେ ରଖାଯିବ । ସେମାନଙ୍କ ଖାଦ୍ୟପେୟ, ସ୍ୱାସ୍ଥ୍ୟ ଓ ଆଚରଣ ଉପରେ ବନ ବିଭାଗ ଏବଂ ନନ୍ଦନକାନନର ବିଶେଷଜ୍ଞମାନେ ନଜର ରଖିଛନ୍ତି। କେବଳ ୫ ଜଣକୁ ଦେଖିବା ପାଇଁ ସ୍ୱତନ୍ତ୍ର ଭାବରେ ୩ଟି ସିଫ୍ଟରେ ଡାକ୍ତର ଓ ୩ କେୟାରଟେକର ନିୟୋଜିତ ରହିଛନ୍ତି।
ସ୍ୱତନ୍ତ୍ର ଟିମ ଅନ୍ୟ ଜୀବଜନ୍ତୁଙ୍କ ଚିକିତ୍ସା କରିବେ ନାହିଁ କି ଅନ୍ୟ ମାନଙ୍କ ସହ ମିଶିବେ ନାହିଁ। ରାତି ପାଇଁ ଜଣେ ସ୍ପେଶାଲ ଡାକ୍ତର ରହିବେ। ମାସ୍କ, ଗ୍ଲୋବ୍ସ, ସାନିଟାଇଜର ବ୍ୟବହାର କରି ଯତ୍ନ ନେବେ କେୟାରଟେକର। ଗରମ ପାଣିରେ ହାତ ଧୋଇବେ। ଏହି ୫ ଜଣ ଗ୍ରୁପରେ ରହୁଛନ୍ତି। ସେମାନଙ୍କୁ ଅଲଗା ଅଲଗା ରଖି ହେବ ନାହିଁ। କିଏ କାହାରିକୁ ଛାଡୁ ନାହାନ୍ତି। ପ୍ରଥମେ ପ୍ରଥମେ ଭୟ କରୁଥିଲେ। ସେମାନେ ଏବେ ସୁସ୍ଥ ଓ ନିରାପଦ ଅନୁଭବ କରୁଛନ୍ତି।...
ବାଲେଶ୍ବରରୁ ଓରାଙ୍ଗଉଟାନ ଉଦ୍ଧାର ଘଟଣା
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୫ ଓରାଙ୍ଗଉଟାନ
ଉଦୟପୁର ଫରେଷ୍ଟ ଅଫିସରୁ ଆସି ନନ୍ଦନକାନନରେ
ନନ୍ଦନକାନନରେ କ୍ୱାରେଣ୍ଟାଇନରେ ଓରାଙ୍ଗଉଟାନ
ନଜର ରଖିଛନ୍ତି ନନ୍ଦନକାନନର ସ୍ବତନ୍ତ୍ର ଟିମ୍
ଓରାଙ୍ଗଉଟାନଙ୍କୁ ସଂଘରୋଧ ଗୃହରେ ରଖାଯାଇଛି
ଖାଦ୍ୟପେୟ, ସ୍ୱାସ୍ଥ୍ୟ ଓ ଆଚରଣ ଉପରେ ନଜର
ବନ ବିଭାଗ ଓ ନନ୍ଦନକାନନର ବିଶେଷଜ୍ଞ ଟିମ୍ ରଖିଛି ନଜର
୩ଟି ସିଫ୍ଟରେ ନଜର ରଖିବେ ଡାକ୍ତର ଓ କେୟାରଟେକର
ସ୍ୱତନ୍ତ୍ର ଟିମ ଅନ୍ୟ ଜୀବଜନ୍ତୁଙ୍କ ଚିକିତ୍ସା କରିବେ ନାହିଁ
ଅନ୍ୟ ମାନଙ୍କ ସହ ମିଶିବେ ନାହିଁ ଏହି ଟିମ୍
ରାତି ପାଇଁ ଜଣେ ସ୍ବତନ୍ତ୍ର ଡାକ୍ତର ରହିବେ
ମାସ୍କ, ଗ୍ଲୋବ୍ସ ଓ ସାନିଟାଇଜର ବ୍ୟବହାର କରି ଯତ୍ନ ନେବେ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।