STF Probes Orangutan Smuggling Network: ଓରାଙ୍ଗଉଟାନ ଲିଙ୍କ୍ ଖୋଜୁଛି STF, ଜଙ୍ଗଲରେ ପହଞ୍ଚିଲା ଦୁଇ ଜଣିଆ ଟିମ୍
ଭୋଗରାଇରୁ ଓରାଙ୍ଗଉଟାନ ଜବତ ଘଟଣାରେ ତଦନ୍ତ ଜୋରଦାର। ବିଚିତ୍ରପୁର ଜଙ୍ଗଲରେ ପହଞ୍ଚିଛନ୍ତି ବନ ବିଭାଗର DFO ଓ STFର ଦୁଇ ଜଣିଆ ଟିମ୍। ଟିମ୍ ରେ STFର ADSP ଓ ଇନ୍ସପେକ୍ଟର ସାମିଲ ଥିବା ସୂଚନା ମିଳିଛି । ଓରାଙ୍ଗଉଟାନକୁ କେଉଁଠୁ ଅଣାଯାଇଥିଲା ଏବଂ ଏହା ପଛରେ କାହାର ଲିଙ୍କ୍ ରହିଛି, ସେନେଇ ଜଙ୍ଗଲରେ ଖୋଳତାଡ଼ ଆରମ୍ଭ କରିଛି ଟିମ୍। ଘଟଣାର ମୂଳ ପର୍ଯ୍ୟନ୍ତ ପହଞ୍ଚିବାକୁ ତଦନ୍ତକୁ ଗୁରୁତ୍ୱ ଦିଆଯାଉଛି।
ଭାରତରେ ନଥିବା ଓରାଙ୍ଗଉଟାନ୍ ଓଡ଼ିଶାକୁ ଆସିଲେ କେମିତି। କିଏ କରିଥିଲା ଚାଲାଣ, କେଉଁଠୁ ଆସିଲେ ? ରହସ୍ୟ ଭେଦୁଛି ଏସଟିଏଫ୍। ଏହା ପଛରେ ନିହାତି ଥିବ ଅନ୍ତର୍ଜାତୀୟ ଲିଙ୍କ୍। ଓଟିଭିକୁ ଏହି ସୂଚନା ଦେଇଛନ୍ତି RCCF ପ୍ରକାଶ ଚନ୍ଦ୍ର ଗୋଗିନେନି। ସେ କହିଛନ୍ତି, ପଶ୍ଚିମବଙ୍ଗରୁ ସ୍ଥଳପଥ ଦେଇ ଚାଲାଣ ହେଉଥିଲା। NHକୁ ଆଭଏଡ୍ କରି ଇଣ୍ଟେରିଅର ରାସ୍ତାରେ ଚାଲାଣ କରୁଥିଲେ। NHରେ ଚେକିଂ କଡ଼ା ଥାଏ, କିନ୍ତୁ ଗାଁ ରାସ୍ତା ନିର୍ଜନ ଓ ଚେକିଂ ହୁଏନି। ତେଣୁ ସେମାନେ ଇଣ୍ଟେରିଅର ରାସ୍ତା ଦେଇ ଆସୁଥିଲେ।
ବର୍ତ୍ତମାନ ସେହି ରୁଟର ସମସ୍ତ ସିସିଟିଭି ଯାଞ୍ଚ କରାଯାଉଛି। କାରଣ ଏହାକୁ ସ୍ଥାନୀୟ ଲୋକେ ଏଠାରେ ରଖିପାରିବେନି। ମିଆଁମାରକୁ ଲାଗି ନର୍ଥ ଇଷ୍ଟ, ନଷ୍ଟ ଇଷ୍ଟକୁ ଲାଗି ପୂର୍ବ ଭାରତ। ଭୌଗୋଳିକ ଦୃଷ୍ଟିରୁ ସୁବିଧା ଥିବାରୁ ଏହି ପଥ ଦେଇ ଅଣା ଯାଉଥିବା ଲାଗୁଛି। WCCBର ୨ଟି ଟିମ୍ ଭୋପାଳ ଓ କୋଲକାତାରୁ ଆସି ତଦନ୍ତରେ ସହଯୋଗ କରୁଛନ୍ତି ବୋଲି RCCF କହିଛନ୍ତି। ...
ବିଚିତ୍ରପୁର ଜଙ୍ଗଲରେ ଖୋଳତାଡ଼
ଓରାଙ୍ଗଉଟାନ ଜବତ ଘଟଣାରେ ତଦନ୍ତ ଜୋରଦାର
ବିଚିତ୍ରପୁର ଜଙ୍ଗଲରେ DFO ଓ STF ଟିମ୍
ଓରାଙ୍ଗଉଟାନ ଲିଙ୍କ୍ ଖୋଜୁଛି STF
ଜଙ୍ଗଲରେ ପହଞ୍ଚିଲା ଦୁଇ ଜଣିଆ STF ଟିମ୍
ଟିମ୍ ରେ ADSP ଓ ଇନ୍ସପେକ୍ଟର ସାମିଲ
କେଉଁଠୁ ଆସିଲା ଓରାଙ୍ଗଉଟାନ? ଖୋଳତାଡ଼ ଜାରି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।