Strait of Hormuz: ହର୍ମୁଜ୍ ପ୍ରଣାଳୀ ଖୋଲିବାକୁ ଆମେରିକାକୁ ଇରାନର ‘୭ ଦିନିଆ’ ପ୍ରସ୍ତାବ
"ନ୍ୟୁୟର୍କ: ଆମେରିକା ଓ ଇସ୍ରାଏଲ୍ ସହ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ଏବଂ ଶାନ୍ତି ଆଲୋଚନା ପାଇଁ ଆମେରିକା ଆଗରେ ଏକ ନୂଆ "୭ ଦିନିଆ" ପ୍ରସ୍ତାବ ରଖିଛି ଇରାନ୍।
ଗୁରୁବାର ନ୍ୟୁୟର୍କରେ ଅନୁଷ୍ଠିତ ମିଳିତ ଜାତିସଂଘ ସାଧାରଣ ସଭା ଅବସରରେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ଏହି ସୂଚନା ଦେଇଛନ୍ତି।
ମଧ୍ୟସ୍ଥମାନଙ୍କ ଜରିଆରେ ହ୍ୱାଇଟ୍ ହାଉସକୁ ପଠାଯାଇଥିବା ଏହି ଯୋଜନାରେ କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ପୂରଣ ହେଲେ, ମାତ୍ର ସପ୍ତାହକ ମଧ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଜଳପଥ ଦେଇ ବାଣିଜ୍ୟିକ ଜାହାଜ ଚଳାଚଳ ସ୍ୱାଭାବିକ କରାଯିବ ଏବଂ ଦୁଇ ଦେଶ ମଧ୍ୟରେ ଅନ୍ତିମ ଚୁକ୍ତି ପାଇଁ ଆଲୋଚନା ଆରମ୍ଭ ହେବ ବୋଲି ସେ କହିଛନ୍ତି।
ଇରାନର ଏହି ପ୍ରସ୍ତାବ ପରେ ଅନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ୍ ମୂଲ୍ୟ ବ୍ୟାରେଲ୍ ପିଛା ୧୦୮ ଡଲାରରୁ ହ୍ରାସ ପାଇ ୧୦୫.୬୯ ଡଲାରରେ ପହଞ୍ଚିଛି।Advertisment ବ୍ୟାପକ ଚୁକ୍ତି ପାଇଁ ଜିଦ୍ ଧରିଛି ଟ୍ରମ୍ପ ପ୍ରଶାସନ ଇରାନ୍ ପକ୍ଷରୁ କୁହାଯାଇଛି ଯେ, ଏହି ପ୍ରସ୍ତାବ ଗତ ଜୁନ୍ ମାସରେ ଆମେରିକା ଓ ଇରାନ୍ ମଧ୍ୟରେ ହୋଇଥିବା ବୁଝାମଣାପତ୍ର (ଏମ୍ଓୟୁ) ଉପରେ ଆଧାରିତ।
ତେବେ ଜୁଲାଇ ପ୍ରାରମ୍ଭରେ ଅନଧିକୃତ ଜଳପଥ ବ୍ୟବହାର କରୁଥିବା ଜାହାଜଗୁଡ଼ିକ ଉପରେ ଇରାନ୍ ଗୁଳିଚାଳନା କରିବା ପରେ ଏହି ସମ୍ପର୍କରେ ତିକ୍ତତା ଦେଖାଦେଇଥିଲା।
ବର୍ତ୍ତମାନର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ପୁରୁଣା ବୁଝାମଣାକୁ ପ୍ରତ୍ୟାଖ୍ୟାନ କରି ଇରାନର ପରମାଣୁ କାର୍ଯ୍ୟକ୍ରମକୁ ସାମିଲ କରି ଏକ ବ୍ୟାପକ ଚୁକ୍ତି ପାଇଁ ଜିଦ୍ ଧରିଛି।
ଜାତିସଂଘରେ ନିଜ ଭାଷଣ ସମୟରେ ଟ୍ରମ୍ପ୍ ଅଭିଯୋଗ କରିଥିଲେ ଯେ ଆସନ୍ତା ନଭେମ୍ବର ମିଡଟର୍ମ (ମଧ୍ୟବର୍ତ୍ତୀକାଳୀନ) ନିର୍ବାଚନ ପର୍ଯ୍ୟନ୍ତ ଇରାନ୍ ସମୟ ଗଡ଼ାଇବାକୁ ଚେଷ୍ଟା କରୁଛି।
ତେବେ ଇରାନର ବୈଦେଶିକ ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସେମାନେ ଆଲୋଚନା ପାଇଁ କୌଣସି ଶୀଘ୍ରତା ଦେଖାଉନାହାନ୍ତି, ମାତ୍ର ଆମେରିକା ପ୍ରସ୍ତାବ ଗ୍ରହଣ କଲେ ସଙ୍ଗେ ସଙ୍ଗେ ୭ ଦିନର ସମୟସୀମା ଆରମ୍ଭ ହୋଇଯିବ।
ଅପରପକ୍ଷରେ, ଆମେରିକା ମଧ୍ୟସ୍ଥଙ୍କ ଜରିଆରେ ସାରାତ୍ମକ ଆଲୋଚନା ଚାଲିଥିବା ସ୍ୱୀକାର କରିଥିଲେ ବି ନିଜର ଦୃଢ଼ ସ୍ଥିତି ଦର୍ଶାଇ କୌଣସି ହଡ଼ବଡ଼ି ନଥିବା ପ୍ରକାଶ କରିଛି।
SIR: ଇଲେକ୍ସନ୍ କମିସନଙ୍କ 'ବିଏଲଓ ଆପ୍'ରେ 'ମାର୍କ ଭିଆଇପି' ଫିଚରକୁ ନେଇ ଚର୍ଚ୍ଚା: ଖାସ୍ ଭୋଟରଙ୍କ ପାଇଁ ନୂଆ ସୁବିଧା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।