Strait of Hormuz: ହର୍ମୁଜ୍ ଦଖଲ କରିବାକୁ କହିଲେ ଟ୍ରମ୍ପ: ତୁଚ୍ଛା ଧମକକୁ ଆମର ଭୟ ନାହିଁ ବୋଲି ଜବାବ ଦେଲା ଇରାନ

Aug 15, 2026 - 11:34
Strait of Hormuz: ହର୍ମୁଜ୍ ଦଖଲ କରିବାକୁ କହିଲେ ଟ୍ରମ୍ପ: ତୁଚ୍ଛା ଧମକକୁ ଆମର ଭୟ ନାହିଁ ବୋଲି ଜବାବ ଦେଲା ଇରାନ

"ୱାସିଂଟନ/ତେହେରାନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

ସେ ଦାବି କରିଛନ୍ତି ଯେ, ଇରାନକୁ ପରାସ୍ତ କରିବା ପରେ ସେ ହର୍ମୁଜ୍ ପ୍ରଣାଳୀକୁ ଆମେରିକାର ଅଞ୍ଚଳ ଭାବେ ଘୋଷଣା କରିବେ।

ତାଙ୍କର ଏହି ମନ୍ତବ୍ୟ ଆନ୍ତର୍ଜାତୀୟ ଭୂରାଜନୈତିକ ଉତ୍ତେଜନାକୁ ବୃଦ୍ଧି କରିଛି।

ଟ୍ରମ୍ପଙ୍କ ମନ୍ତବ୍ୟ ଉପରେ ଇରାନ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି।

ଇରାନର ଉପ-ବୈଦେଶିକ ମନ୍ତ୍ରୀ କାଜେମ ଘାରିବାବାଦି ସୋସିଆଲ ମିଡିଆରେ କହିଛନ୍ତି ଯେ, ହର୍ମୁଜ୍ ପ୍ରଣାଳୀ ସର୍ବଦା ଇରାନର ଥିଲା ଏବଂ ସର୍ବଦା ରହିବ।

ସେ ସ୍ପଷ୍ଟ କରିଛନ୍ତି ଯେ ଏହାକୁ କୌଣସି ନିର୍ବାଚନୀ ଭାଷଣ କିମ୍ବା ବିମାନ ବାହକ ଜାହାଜ ଦ୍ବାରାରେ ଦଖଲ କରାଯାଇପାରିବ ନାହିଁ।

ରାନ କୌଣସି ଧମକ କିମ୍ବା ଶକ୍ତି ପ୍ରଦର୍ଶନ ଦ୍ୱାରା ଭୟଭୀତ ହେବ ନାହିଁ।

ତୁଚ୍ଛା ଧମକକୁ ଆମର ଡର ନାହିଁ।

ହର୍ମୁଜ୍ ପ୍ରଣାଳୀର ପରିଚାଳନା ସମ୍ବନ୍ଧୀୟ ସମସ୍ତ ନିଷ୍ପତ୍ତି କେବଳ ଇରାନର ସାର୍ବଭୌମତ୍ୱ ଅଧୀନରେ ନିଆଯିବ।

ବିଶେଷଜ୍ଞମାନଙ୍କ ଅନୁସାରେ,ଏହି ଅଞ୍ଚଳରେ ଦୀର୍ଘକାଳୀନ ଅସ୍ଥିରତା ବିଶ୍ୱ ଶକ୍ତି ଯୋଗାଣ ବ୍ୟବସ୍ଥାକୁ ଗମ୍ଭୀର ଭାବରେ ପ୍ରଭାବିତ କରିପାରେ।Advertisment ଇରାନ ଏକ ଅତ୍ୟନ୍ତ ବିପଜ୍ଜନକ: ଟ୍ରମ୍ପ ନ୍ୟୁୟର୍କରେ ଏକ ରାଲିକୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି ଯେ, ଯଦି ଲୋକମାନେ ପେଟ୍ରୋଲ ପାଇଁ ଟିକେ ଅଧିକ ମୂଲ୍ୟ ଦେଉଛନ୍ତି, ତେବେ ସେମାନେ ମନେ ରଖିବା ଉଚିତ୍ ଯେ, ଏହା ଏକ ଦେଶକୁ ପରମାଣୁ ଅସ୍ତ୍ର ହାସଲ କରିବାରୁ ରୋକିବାର ମୂଲ୍ୟ।

ସେ ଇରାନକୁ ଏକ ଅତ୍ୟନ୍ତ ବିପଜ୍ଜନକ ଦେଶ ବୋଲି କହିଥିଲେ ଏବଂ କହିଥିଲେ ଯେ ଆମେରିକା ସମଗ୍ର ବିଶ୍ୱ ପାଇଁ କାମ କରୁଛି।

Netanyahu: "ଇସଲାମିକ୍ ରିପବ୍ଲିକ୍ ଅଫ୍ ବ୍ରିଟେନ୍": ପରମାଣୁ ଅସ୍ତ୍ର ଥିବା ପ୍ରଥମ ମୁସଲିମ୍ ଦେଶ ବୋଲି କହି ୟୁକେ ଉପରେ ବର୍ଷିଲେ ନେତାନ୍ୟାହୁ ହର୍ମୁଜ୍ ପ୍ରଣାଳୀକୁ ବିଶ୍ୱର ସବୁଠାରୁ ରଣନୈତିକ ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ବେଦନଶୀଳ ସାମୁଦ୍ରିକ ମାର୍ଗ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ।

ବିଶ୍ୱ ତୈଳ ଏବଂ ଏଲଏନଜି ଯୋଗାଣର ପ୍ରାୟ ୨୦ ପ୍ରତିଶତ ଏହି ସଂକୀର୍ଣ୍ଣ ଚ୍ୟାନେଲ ଦେଇ ପରିବହନ ହୋଇଥାଏ।

ଏହି ଅଞ୍ଚଳରେ ବୃଦ୍ଧି ପାଉଥିବା ଉତ୍ତେଜନା ବିଶ୍ୱ ଶକ୍ତି ବଜାର ଏବଂ ତୈଳ ଯୋଗାଣ ଉପରେ ସିଧାସଳଖ ପ୍ରଭାବ ପକାଉଛି।

ବଢୁଥିବା ଉତ୍ତେଜନାର ପ୍ରଭାବ ଅନ୍ତର୍ଜାତୀୟ ତୈଳ ବଜାରରେ ସ୍ପଷ୍ଟ ଭାବରେ ଦେଖାଯାଉଛି ।

ବର୍ତ୍ତମାନ, ବ୍ରେଣ୍ଟ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପ୍ରତି ୯୦ ଡଲାର ପାଖାପାଖି ପହଞ୍ଚିଛି, ଯେତେବେଳେ ଆମେରିକାରେ ପେଟ୍ରୋଲ ପ୍ରତି ଗ୍ୟାଲନ ପିଛା ୪ ଡଲାରରେ ପହଞ୍ଚିଛି, ଯାହା ସାଧାରଣ ଜନତାଙ୍କ ଉପରେ ଯଥେଷ୍ଟ ଚାପ ସୃଷ୍ଟି କରୁଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।