US Open: ୟୁଏସ୍ ଓପନ୍‌: ତୃତୀୟ ରାଉଣ୍ଡରେ ଆଲ୍‌କାରାଜ, ସାବାଲେଙ୍କା

Sep 03, 2026 - 12:02
US Open: ୟୁଏସ୍ ଓପନ୍‌: ତୃତୀୟ ରାଉଣ୍ଡରେ ଆଲ୍‌କାରାଜ, ସାବାଲେଙ୍କା

"ନ୍ୟୁୟର୍କ: ଗତ ସଂସ୍କରଣର ପୁରୁଷ ଓ ମହିଳା ଏକକ ବିଜେତା କର୍ଲୋସ ଆଲ୍‌କାରାଜ ଓ ଆରିନା ସାବାଲେଙ୍କା ଚଳିତ ୟୁଏସ୍‌ ଓପନ୍‌ ଟେନିସ୍‌ ପ୍ରତିଯୋଗିତରେ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

ଗୁରୁବାର ପୁରୁଷ ଏକକ ଦ୍ବିତୀୟ ରାଉଣ୍ଡରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ସ୍ପେନ୍‌ର ଆଲ୍‌କାରାଜ ୪-୬, ୬-୦, ୬-୩, ୬-୨ ସେଟ୍‌ରେ ପର୍ତ୍ତୁଗାଲର ଜାମି ଫାରିଆଙ୍କୁ ପରାସ୍ତ କରିଥିଲେ।

୨୩ ବର୍ଷୀୟ ଏହି ୭ ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜେତା ପରବର୍ତ୍ତୀ ରାଉଣ୍ଡରେ ଚୀନ୍‌ର ଉ ୟିବିଙ୍ଗଙ୍କୁ ଭେଟିବେ।

ସେହିପରି ମହିଳା ଏକକରେ ୧ ନମ୍ବର ବେଲାରୁଷର ସାବାଲେଙ୍କା ସିଧାସଳଖ ୬-୧, ୬-୧ ସେଟ୍‌ରେ ରୁଷୀୟ କ୍ବାଲିଫାୟର ପୋଲିନା ଲାତ୍‌ସେଙ୍କୋଙ୍କୁ ପରାସ୍ତ କରିଥିଲେ।Advertisment ଦ୍ବିତୀୟ ରାଉଣ୍ଡ ବାଧା ଅତିକ୍ରମ ୪ ଗ୍ରାଣ୍ଡ ସ୍ଲାମ୍‌ ବିଜୟିନୀ ସାବାଲେଙ୍କା ତୃତୀୟ ରାଉଣ୍ଡରେ ଉଜ୍‌ବେକିସ୍ତାନର କାମିଲା ରାଖିମୋଭାଙ୍କୁ ଭେଟିବେ।

ଷଷ୍ଠ ମାନ୍ୟତାପ୍ରାପ୍ତ ଆଲେକ୍ସ ଡି"ମିନୁର, ଆମେରିକାର ବେନ୍‌ ସେଲ୍‌ଟନ୍‌, ଫ୍ରାନ୍‌ସିସ୍କୋ ତିଆଫୋଏ ଆଗକୁ ବଢ଼ିଛନ୍ତି।

ଅଷ୍ଟ୍ରେଲିଆର ଡି"ମିନୁର ୬-୨, ୬-୨, ୬-୪ ‌ସେଟ୍‌ରେ ଇଟାଲିର ଆନ୍ଦ୍ରିଆ ଗୁଏରିଏରିଙ୍କୁ, ଅଷ୍ଟମ ମାନ୍ୟତାପ୍ରାପ୍ତ ସେଲ୍‌ଟନ୍‌ ୬-୩, ୫-୭, ୭-୬, ୭-୫ ସେଟ୍‌ରେ ପୋଲାଣ୍ଡର ହୁବର୍ତ ହୁର୍କାଜ୍‌ଙ୍କୁ ଏବଂ ବିଶ୍ବର ୧୨ ନମ୍ବର ତିଆଫେଶଏ ୬-୩, ୭-୬, ୭-୫ ସେଟ୍‌ରେ ଜାପାନର ରେଇ ସାକାମୋତୋଙ୍କୁ ପରାସ୍ତ କରିଥିଲେ।

ମହିଳା ଏକକରେ ୱିମ୍ବଲଡନ୍‌ ବିଜୟିନୀ ଚେକ୍‌ଗଣରାଜ୍ୟର ଲିଣ୍ଡା ନୋସ୍କୋଭା, ବିଶ୍ବର ୭ ନମ୍ବର କାରୋଲିନା ମୁଚୋଭା ଦ୍ବିତୀୟ ରାଉଣ୍ଡ ବାଧା ଅତିକ୍ରମ କରିଛନ୍ତି।

ବିଶ୍ବର ୬ ନମ୍ବର ନୋସ୍କୋଭା ସିଧାସଳଖ ୬-୪, ୬-୨ ସେଟ୍‌ରେ ଥାଇଲାଣ୍ଡର ଲାନ୍‌ଲାନା ତାରାରୁଡିଙ୍କଠୁ ଏବଂ ଚେକ୍‌ଗଣରାଜ୍ୟର ମୁଚୋଭା ୬-୧, ୬-୦ ସେଟ୍‌ରେ ବ୍ରିଟେନ୍‌ର କାଟି ବୋଲଟର୍‌ଙ୍କୁ ହରାଇଥିଲେ।

ବିଶ୍ବର ୯ ନମ୍ବର ଏଲିନା ସ୍ବିତୋଲିନା ୬-୨, ୬-୭, ୬-୪ ସେଟ୍‌ରେ ଅଷ୍ଟ୍ରେଲିରେ ମାୟା ଜଏଣ୍ଟ୍‌ଙ୍କୁ ହରାଇ ତୃତୀୟ ରାଉଣ୍ଡରେ ପହଞ୍ଚିଛନ୍ତି।

Rivalry from tradition: ପରମ୍ପରାରୁ ପ୍ରତିଦ୍ବନ୍ଦ୍ବିତା: ବାଟୁଳି ଖୋଲୁଛି ନୂଆ ବାଟ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।