Strong Earthquake Shakes Japan: ଭୂକମ୍ପରେ ଥରିଲା ଜାପାନ, ୨୦ରୁ ଅଧିକ ଲୋକ ଆହତ

Nov 08, 2026 - 12:39
Strong Earthquake Shakes Japan: ଭୂକମ୍ପରେ ଥରିଲା ଜାପାନ, ୨୦ରୁ ଅଧିକ ଲୋକ ଆହତ

ଜାପାନର କେନ୍ଦ୍ରୀୟ ଅଞ୍ଚଳରେ ଶକ୍ତିଶାଳୀ ଭୂକମ୍ପ।

ରବିବାର ରାତି ପ୍ରାୟ ୧ଟା ୪ ମିନିଟ୍‌ରେ ୫.୭ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି।

ଏଥିରେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି।

Advertisment ଜାପାନର ଆଇଚି ଓ ଶିଜୁଓକା ପ୍ରିଫେକ୍ଚରରେ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି।

ଭୂକମ୍ପ ଝଟକାରେ ବିଭିନ୍ନ ସ୍ଥାନରେ ଦୋକାନର କାଚ ଝରକା ଭାଙ୍ଗିଯାଇଥିବା ବେଳେ ଭୟରେ ଲୋକେ ଘର ଓ କୋଠାରୁ ବାହାରକୁ ଦୌଡ଼ି ଆସିଥିଲେ।

ଜାପାନ ପାଣିପାଗ ବିଭାଗ (JMA) ଅନୁଯାୟୀ, ଶିଜୁଓକା ପ୍ରିଫେକ୍ଚରର ପଶ୍ଚିମ ଭାଗରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା।

ଭୂପୃଷ୍ଠଠାରୁ ପ୍ରାୟ ୪୦ କିଲୋମିଟର ଗଭୀରତାରେ ଏହା ସୃଷ୍ଟି ହୋଇଥିଲା।

ତେବେ ଏହି ଭୂକମ୍ପ ପରେ କୌଣସି ସୁନାମି ସତର୍କ ସୂଚନା ଜାରି କରାଯାଇନାହିଁ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।