Student Election: ଛାତ୍ର ସଂସଦ ନିର୍ବାଚନ: ଧରଣୀଧର ବିଶ୍ୱବିଦ୍ୟାଳୟରେ ୧୧ଟା ସୁଦ୍ଧା ୬୧ ପ୍ରତିଶତ ମତଦାନ ରେକର୍ଡ

Oct 15, 2026 - 13:34
Student Election: ଛାତ୍ର ସଂସଦ ନିର୍ବାଚନ: ଧରଣୀଧର ବିଶ୍ୱବିଦ୍ୟାଳୟରେ ୧୧ଟା ସୁଦ୍ଧା ୬୧ ପ୍ରତିଶତ ମତଦାନ ରେକର୍ଡ

"ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ଅଧୀନ ସରକାରୀ ବିଶ୍ବବିଦ୍ୟାଳୟ, ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଗୁରୁବାର ଛାତ୍ର ସଂସଦ ନିର୍ବାଚନ ଜାରି ରହିଛି।

ସକାଳ ୮ଟାରୁ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଚାଲିବ।

ଏଥିରେ ସାମିଲ ହୋଇ ଲକ୍ଷାଧିକ ଛାତ୍ରଛାତ୍ରୀ ସେମାନଙ୍କ ନେତା ଚୟନ କରୁଛନ୍ତି।

ଚଳିତବର୍ଷ ୧୨ଟି ବିଶ୍ବବିଦ୍ୟାଳୟ ସମେତ ୩୨୦ମହାବିଦ୍ୟାଳୟକୁ ମିଶାଇ ମୋଟ ୩୩୨ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ପ୍ର‌ତ୍ୟକ୍ଷ ନିର୍ବାଚନ ହେଉଛି।

Advertisment ଏଥିରେ ୬,୬୯୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଛାତ୍ରଛାତ୍ରୀ।

୧୨ଟି ବିଶ୍ବବିଦ୍ୟାଳୟର ବିଭିନ୍ନ ପଦବିରେ ୩୩୮ ପ୍ରାର୍ଥୀ ଏବଂ ମହାବିଦ୍ୟାଳୟରେ ୬,୩୫୮ ପ୍ରାର୍ଥୀ ରହିଛନ୍ତି।

ତେବେ ଛାତ୍ର ସଂସଦ ନିର୍ବାଚନକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିୟନ୍ତ୍ରଣ କକ୍ଷରୁ ମନିଟରିଂ କରାଯାଉଛି | ରାଜ୍ୟସ୍ତରୀୟ ନିୟନ୍ତ୍ରଣ କକ୍ଷରୁ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲଙ୍କ ପ୍ରତ୍ୟକ୍ଷ ଅଧ୍ୟକ୍ଷତାରେ ସାରା ରାଜ୍ୟର ସ୍ଥିତି ଉପରେ ନିରବଚ୍ଛିନ୍ନ ଭାବେ ଲାଇଭ୍ ମନିଟରିଙ୍ଗ ଜାରି ରହିଛି।

ଆହୁରି ପଢନ୍ତୁ: Press Secretary: ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ମିଳିଥିବା ସୂଚନା ମୁତାବକ ଖୋରଧା ନିରାକାରପୁର କଲେଜରେ ଭୋଟ ପୂର୍ବରୁ ନିର୍ବାଚନ ବନ୍ଦ ହୋଇଛି ।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିବାବେଳେ ଟାୟାର ଜାଳି ନିରାକାରପୁର ବଜାରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି | ସେହିପରି ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଦିନ ୧୧.୦୦ ସୁଦ୍ଧା ୩୯୯ ଜଣ ଛାତ୍ରଛାତ୍ରୀ ଭୋଟ୍ ପ୍ରଦାନ କରିଛନ୍ତି।

ଏଠାରେ ଭୋଟ୍ ପ୍ରତିଶତ - ୨୦.୩୧% ରହିଛି | ସେହିପରି ଦିନ ୧୧ଟା ସୁଦ୍ଧା ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ଭୋଟ୍ ପ୍ରତିଶତ ୨୦%, ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ଭୋଟ୍ ପ୍ରତିଶତ ୧୩%, ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଭୋଟ୍ ପ୍ରତିଶତ ୫୧%, ଧରଣୀଧର ବିଶ୍ୱବିଦ୍ୟାଳୟରେ ଭୋଟ୍ ପ୍ରତିଶତ ୬୧ % ରହିଛି |"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।