Student Election Demand Takes Centre Stage: ରେଭେନ୍ସାରେ ୧୦ ଦଫା ଦାବି ନେଇ ଏବିଭିପିର ପ୍ରତିବାଦ, ଛାତ୍ର ସଂସଦ ନିର୍ବାଚନ ଦାବି
ଛାତ୍ର ସଂସଦ ନିର୍ବାଚନ ସମେତ ୧୦ ଦଫା ଦାବି ନେଇ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଏବିଭିପି ପକ୍ଷରୁ ପ୍ରତିବାଦ କରାଯାଇଛି। କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ଲାକାର୍ଡ ଧରି ଛାତ୍ରଛାତ୍ରୀମାନେ ବିଭିନ୍ନ ଦାବି ନେଇ ନାରାବାଜି କରିଥିଲେ।
ଛାତ୍ର ସଂସଦ ନିର୍ବାଚନ ଆୟୋଜନ ସହ କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥାକୁ ଦୃଢ଼ କରିବା, ଆବଶ୍ୟକ ସ୍ଥାନରେ ସିସିଟିଭି ଲଗାଇବା ଏବଂ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା କରିବାକୁ ଦାବି ହୋଇଛି। ଏଥିସହ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମିର ବିକାଶ, ପରୀକ୍ଷା ବ୍ୟବସ୍ଥାରେ ସୁଧାର, ପାନୀୟ ଜଳ ସମସ୍ୟାର ସମାଧାନ ଏବଂ କ୍ୟାମ୍ପସରେ ଜଳବନ୍ଦୀ ସମସ୍ୟା ଦୂର କରିବାକୁ ମଧ୍ୟ ଦାବି କରିଛନ୍ତି ଛାତ୍ରଛାତ୍ରୀ।
ଏବିଭିପିର ଅଭିଯୋଗ ଅନୁସାରେ, ଏସବୁ ସମସ୍ୟା ନେଇ ପୂର୍ବରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଆବଶ୍ୟକ ପଦକ୍ଷେପ ନିଆଯାଇନାହିଁ। ତେଣୁ ଦାବି ପୂରଣ ପାଇଁ ଛାତ୍ରଛାତ୍ରୀମାନେ ପ୍ରତିବାଦର ରାସ୍ତାକୁ ଓହ୍ଲାଇଥିବା କହିଛନ୍ତି।
ଦାବିଗୁଡ଼ିକ ଉପରେ ଶୀଘ୍ର ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଏବିଭିପି ପକ୍ଷରୁ କୁହାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।