Student Polls Witness Massive Participation: ୬,୮୯୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା, ଆରମ୍ଭ ହୋଇଛି ଛାତ୍ର ସଂସଦ ଭୋଟ୍ ଗଣତି

Oct 15, 2026 - 16:28
Student Polls Witness Massive Participation: ୬,୮୯୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା, ଆରମ୍ଭ ହୋଇଛି ଛାତ୍ର ସଂସଦ ଭୋଟ୍ ଗଣତି

ଛାତ୍ର ସଂସଦ ନିର୍ବାଚନ: ସରିଲା ମତଦାନ, ଆରମ୍ଭ ହେଲା ଭୋଟ୍ ଗଣତି; ସନ୍ଧ୍ୟାରେ ଫଳାଫଳ

ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ହୋଇଛି ଛାତ୍ର ସଂସଦ ନିର୍ବାଚନ। ସରିଛି ମତଦାନ, ଏବେ ଆରମ୍ଭ ହୋଇଛି ଭୋଟ୍ ଗଣତି। ନିର୍ବାଚନକୁ ନେଇ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।

ସକାଳ ୮ଟାରୁ ଆରମ୍ଭ ହୋଇଥିବା ମତଦାନ ଦିନ ୨ଟାରେ ଶେଷ ହୋଇଥିଲା। ମତଦାନ ସରିବା ପରେ ସମସ୍ତ ବାଲଟ୍ ବକ୍ସକୁ ଷ୍ଟ୍ରଙ୍ଗ୍ ରୁମ୍‌ରେ ରଖାଯାଇଛି। ଏହାପରେ ଭୋଟ୍ ଗଣତି ଆରମ୍ଭ ହୋଇଛି। ଗଣତି ପ୍ରକ୍ରିୟା ଶେଷ ହେବା ପରେ ସନ୍ଧ୍ୟା ସୁଦ୍ଧା ନିର୍ବାଚନ ଫଳାଫଳ ଆସିବା ଆଶା କରାଯାଉଛି।

ଆସନ୍ତାକାଲି ନବନିର୍ବାଚିତ ଛାତ୍ର ପ୍ରତିନିଧିମାନେ ଶପଥ ଗ୍ରହଣ କରିବେ। ଦୀର୍ଘ ୮ ବର୍ଷ ପରେ ନିର୍ବାଚନ ହେଉଥିବାରୁ ଏଥର କ୍ୟାମ୍ପସ୍‌ଗୁଡ଼ିକରେ ନିର୍ବାଚନୀ ମାହୋଲ ଜମିଥିଲା।

ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ମୋଟ ୬ ହଜାର ୮୯୧ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ସେହିପରି ୧୨ଟି ବିଶ୍ୱବିଦ୍ୟାଳୟରେ ୩୩୮ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ଏଥିମଧ୍ୟରୁ ୪୨ ଜଣ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହୋଇସାରିଛନ୍ତି।

ଏବେ ସମସ୍ତଙ୍କ ନଜର ଭୋଟ୍ ଗଣତି ଓ ଫଳାଫଳ ଉପରେ ରହିଛି। କେଉଁ କଲେଜରେ କେଉଁ ଛାତ୍ର ସଂଗଠନ ବାଜିମାତ୍ କରିବ, ତାହା ଫଳାଫଳ ପ୍ରକାଶ ପରେ ସ୍ପଷ୍ଟ ହେବ।

ସରିଲା ଭୋଟଦାନ, ରେଜଲ୍ଟକୁ ଅପେକ୍ଷା
ସରିଲା ଛାତ୍ର ସଂସଦ ଭୋଟଦାନ, ରେଜଲ୍ଟକୁ ଅପେକ୍ଷା
କଡ଼ା ସୁରକ୍ଷା ଭିତରେ ଭୋଟ ବାକ୍ସ, ଜଗିଛି ପୋଲିସ
ପରବର୍ତ୍ତୀ ସ୍ଥିତି ଉପରେ ସବୁଠି ନଜର ରଖିଛି ପୋଲିସ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।