Student union election: ଛାତ୍ର ସଂସଦ ନିର୍ବାଚନ ପାଇଁ ପୁଲିସର ପ୍ରସ୍ତୁତି: କଲେଜ କ୍ୟାମ୍ପସକୁ ଅଣଛାତ୍ର ମନା

Oct 07, 2026 - 05:59
Student union election: ଛାତ୍ର ସଂସଦ ନିର୍ବାଚନ ପାଇଁ ପୁଲିସର ପ୍ରସ୍ତୁତି: କଲେଜ କ୍ୟାମ୍ପସକୁ ଅଣଛାତ୍ର ମନା

"କଟକ: ରାଜ୍ୟରେ ଆସନ୍ତା ୧୫ ତାରିଖରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନକୁ ଶୃଙ୍ଖଳିତ ଭାବେ କରିବା ପାଇଁ ପୁଲିସ ଡିଜି ବିନୟତୋଷ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି।

କୌଣସି ଅଣଛାତ୍ର କ୍ୟାମ୍ପସ୍‌ ଭିତରକୁ ପଶିପାରିବେ ନାହିଁ।

ଅସାମାଜିକ ତତ୍ତ୍ବଙ୍କ ଉପରେ ଥାନା ପୁଲିସ କଡ଼ା ନଜର ରଖିବ।

ରାଜ୍ୟର ସମସ୍ତ ଜିଲ୍ଲା ଏସ୍‌ପି ଓ ରେଞ୍ଜ ଆଇଜି/ଡିଆଇଜିଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଜିଲ୍ଲାରେ ଥିବା ଶିକ୍ଷାନୁଷ୍ଠାନର ସ୍ଥିତି ସମ୍ପର୍କରେ ଡିଜି ସମୀକ୍ଷା କରିବା ସହିତ ପର୍ବପର୍ବାଣି ସମୟରେ ଆଇନଶୃଙ୍ଖଳା, ମହିଳା ସୁରକ୍ଷା, ସାଇବର ଅପରାଧ, ଅପରାଧ ନିୟନ୍ତ୍ରଣ ଓ "ନିଶାମୁକ୍ତ ଓଡ଼ିଶା ଅଭିଯାନ" ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

Advertisment ICICI Life Insurance: ଆଇସିଆଇସିଆଇ ଲାଇଫ୍ ଇନସ୍ୟୁରାନ୍ସ ନୂତନ ବ୍ରାଣ୍ଡ୍‌ ପରିଚୟ ଉନ୍ମୋଚନ ପୁଲିସ ମୁଖ୍ୟାଳୟରେ ମଙ୍ଗଳବାର ଅପରାହ୍ଣରେ ଆୟୋଜିତ ବୈଠକରେ ଡିଜିପି ଛାତ୍ରଛାତ୍ରୀମାନଙ୍କ ସହିତ ପୁଲିସର ନିୟମିତ ଓ ବ୍ୟକ୍ତିଗତ ଯୋଗାଯୋଗ ଉପରେ ଗୁରୁତ୍ବ ଦେବା ସହିତ ଥାନା ଭାରପ୍ରାପ୍ତ ଅଧିକାରୀ ଓ ଏସ୍‌ଡିପିଓମାନେ ଛାତ୍ର ନେତାମାନଙ୍କ ସହ ବୈଠକ ଜରିଆରେ ସମନ୍ୱୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କଲେଜ ପରିସରକୁ ଅଣଛାତ୍ର ଓ ଅସାମାଜିକଙ୍କ ପ୍ରବେଶ ରୋକିବା, ଛାତ୍ରାବାସ ଓ ମେସ୍‌ଗୁଡ଼ିକ ଉପରେ ନଜର ରଖିବା ଏବଂ ଛାତ୍ରଛାତ୍ରୀଙ୍କ ସହ ନିୟମିତ ସମ୍ପର୍କ ରଖିବାକୁ ପରାମର୍ଶ ଦିଆଯାଇଛି।

ସେହିଭଳି ହିଂସାର ଆଶଙ୍କା ନଥିଲେ ଅନାବଶ୍ୟକ ଭାବେ ପୁଲିସ ବଳ ମୁତୟନ ନ କରିବା, ଛାତ୍ରଛାତ୍ରୀଙ୍କ ଭୋଜିଭାତ ଓ ଅନ୍ୟାନ୍ୟ ଆୟୋଜନ ଉପରେ ନଜର ରଖିବା, ନିର୍ବାଚନ ସମୟରେ ଜିଲ୍ଲାପାଳ, ଏସ୍‌ପି, ଉପଜିଲ୍ଲାପାଳ ଓ କଲେଜ ଅଧ୍ୟକ୍ଷଙ୍କ ମଧ୍ୟରେ ବୈଠକ କରିବାକୁ ଡିଜିପି ପରାମର୍ଶ ଦେଇଛନ୍ତି।

ଛାତ୍ରାବାସ, ମେସ୍ ଉପରେ ପୁଲିସ ନଜରଜିଲ୍ଲାପାଳ, ଏସ୍‌ପି, କଲେଜ ଅଧ୍ୟକ୍ଷଙ୍କ ମଧ୍ୟରେ ସମନ୍ବୟ ବୈଠକ Neglect: ଘର ଅଗଣାରେ ସ୍ବାମୀଙ୍କୁ କବରଦେଲେ ଅସହାୟ ମହିଳା ନିକଟରେ ଭୁବନେଶ୍ୱରରେ ଘଟିଥିବା ଯୁବତୀଙ୍କ ବିରୋଧରେ ଆପରାଧିକ ଘଟଣାକୁ ଗମ୍ଭୀରତାର ସହିତ ନେଇ ରାଜ୍ୟସାରା ମହିଳା ସୁରକ୍ଷା ବ୍ୟବସ୍ଥା ଉପରେ କଡ଼ା ନଜର ରଖିବା ଏବଂ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ ଆଇନଗତ ପଦକ୍ଷେପ ନେବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।

ଏହି ବୈଠକରେ ଏଡିଜି (ଆଧୁନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀ, ଏଡିଜି (ରେଲୱେ ଏବଂ ଉପକୂଳ ସୁରକ୍ଷା) ଅରୁଣ ବୋଥ୍ରା, ପୁଲିସ କମିସନର (ଭୁବନେଶ୍ୱର-କଟକ) ଡକ୍ଟର ଏସ୍‌ ଦେବଦତ୍ତ ସିଂ, ଏଡିଜି (ଏସ୍‌ଏପି)  ରାଜେଶ କୁମାର, ଏଡିଜି (ମୁଖ୍ୟାଳୟ) ପ୍ରତୀକ ମହାନ୍ତି, ଏଡିଜି (ଏଚ୍‌ଆର୍‌ପିସି) ୟତୀନ୍ଦ୍ର କୋଏଲ, ଆଇଜିପି (ଏସଟିଫ) ହିମାଂଶୁ ଲାଲ, ଆଇଜିପି (ଗୁଇନ୍ଦା) ସତ୍ୟବ୍ରତ ଭୋଇ, ନିର୍ଦ୍ଦେଶକ (ଏସ୍‌ସିଆର୍‌ବି) ଅବିନାଶ କୁମାର, ଆଇଜିପି (କ୍ରାଇମବ୍ରାଞ୍ଚ) ଡକ୍ଟର ସାର୍ଥକ ଷଡ଼ଙ୍ଗୀ, ଆଇଜିପି (ପ୍ରୋଭିଜନିଂ) ନୀତିଶେଖର, ଆଇଜିପି (ଟ୍ରେନିଂ) ଅନୁପ ସାହୁ, ଡିଆଇଜିପି (ଏସ୍‌ଟିଏଫ୍) ଡକ୍ଟର କନ୍‌ୱର ବିଶାଳ ସିଂ, ଡିଆଇଜିପି (ଏଚ୍‌ଆର୍‌ପିସି) ରାଜେଶ ପଣ୍ଡିତ, ଡିଆଇଜିପି (କ୍ରାଇମବ୍ରାଞ୍ଚ) ମଡକର ସନ୍ଦୀପ ସମ୍ପଦ, ଡିଆଇଜିପି (ପର୍ସୋନେଲ) ଯୁଗଳ କିଶୋର କୁମାର ବନୋଥଙ୍କ ସମେତ ରାଜ୍ୟର ସମସ୍ତ ରେଞ୍ଜ ଆଇଜି/ଡିଆଇଜି ଏବଂ ସମସ୍ତ ଜିଲ୍ଲାର ଏସ୍‌ପିମାନେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୈଠକରେ ଯୋଗଦେଇଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।