Student Union Elections: ଛାତ୍ର ସଂସଦ ନିର୍ବାଚନ: ୩୨୮ରେ କଲେଜରେ ନିର୍ବାଚନ, ୨୦୨ରେ ଚୟନ

Oct 07, 2026 - 22:37
Student Union Elections:  ଛାତ୍ର ସଂସଦ ନିର୍ବାଚନ: ୩୨୮ରେ କଲେଜରେ ନିର୍ବାଚନ, ୨୦୨ରେ ଚୟନ

"୧୩ଟି ବିଶ୍ୱ ବିଦ୍ୟାଳୟ ଓ ୩୨୮ଟି ମହାବିଦ୍ୟାଳୟରେ ହେବ ନିର୍ବାଚନ  ୩ଟି ବିଶ୍ୱ ବିଦ୍ୟାଳୟ  ଓ ୨୦୨ଟି ମହାବିଦ୍ୟାଳୟ ଚୟନ ହେବେ ଛାତ୍ରନେତା  ଭୁବନେଶ୍ୱର: ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକର ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ କରିବା ପାଇଁ ରାଜ୍ୟ ସରକାର ଆଜି ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ଆଜି ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ, ୩୨୮ଟି ମହାବିଦ୍ୟାଳୟ ଓ ୧୩ ଟି ବିଶ୍ୱ ବିଦ୍ୟାଳୟ, ସର୍ବମୋଟ ୩୪୧ଟି ଉଚ୍ଚ ଶିକ୍ଷାନୁଷ୍ଠାନ ଛାତ୍ରନେତା ବାଛିବା ପାଇଁ ନିର୍ବାଚନ ହେବ।

ସେହିପରି  ୨୦୨ଟି ମହାବିଦ୍ୟାଳୟ ଓ ୩ଟି ବିଶ୍ୱ ବିଦ୍ୟାଳୟ, ସର୍ବମୋଟ ୨୦୫ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ଚୟନ ପଦ୍ଧତିରେ  ଛାତ୍ରନେତା ମନୋନୀତ ହେବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

୩ଟି ବିଶ୍ୱ ବିଦ୍ୟାଳୟ ଯଥା ଓଡ଼ିଆ ବିଶ୍ୱ ବିଦ୍ୟାଳୟ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ ଛାତ୍ରନେତା ଚୟନ କରାଯିବ ।

Advertisment Student union election: ଛାତ୍ର ସଂସଦ ନିର୍ବାଚନ ପାଇଁ ପୁଲିସର ପ୍ରସ୍ତୁତି: କଲେଜ କ୍ୟାମ୍ପସକୁ ଅଣଛାତ୍ର ମନାଆସନ୍ତ ୯ ତାରିଖ ସକାଳ ୧୦ଟାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଆଗ୍ରହୀ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ ଏବଂ ସେହିଦିନ ଅପରାହ୍ନ ୨ଟା ରୁ ୪ ଘଟିକା ପର୍ଯ୍ୟନ୍ତ  ଯାଞ୍ଚ କରାଯିବ।

୯ ତାରିଖ ସନ୍ଧ୍ୟା ୫ ଟାରେ ଉଚ୍ଚଶିକ୍ଷାନୁଷ୍ଠାନ ପକ୍ଷରୁ ବୈଧ ନାମାଙ୍କନପତ୍ର ତାଲିକା ପ୍ରକାଶିତ ହେବ।

୧୦ ତାରିଖ ସକାଳ ୧୦ ଟା ଠାରୁ ଦିବା ୧ ଘଟିକା ମଧ୍ୟରେ ଇଛୁକ ପ୍ରାର୍ଥୀ ନିଜର ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ ଏବଂ ଅପରାହ୍ନ ୩ ଘଟିକାରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶିତ ହେବ।

୧୪ ତାରିଖରେ ହ୍ବାଇ ଆଇ ଷ୍ଟାଣ୍ଡ ଫର୍ ମିଟିଂ  ହେବ।

୧୫ ତାରିଖ ସକାଳ ୮ଟା ରୁ ଦିବା ୨ ଘଟିକା ପର୍ଯ୍ୟନ୍ତ ଭୋଟିଂ ହେବ ଏବଂ  ଭୋଟ ଗଣତି ହେବା ସହ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଘୋଷଣା କରାଯିବ।

୧୬ ତାରିଖ  ବିଜୟୀ ଛାତ୍ରନେତାଙ୍କ ପାଇଁ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।